ଡିଜିଟାଲ୍‌ରେ ଲାଞ୍ଚ ନେଉଥିଲେ ସାବଧାନ ! ଲାଞ୍ଚ ନେଲେ ହେବ କାର୍ଯ୍ୟାନୁଷ୍ଠାନ, ଦେଲେ ବି ହେବେ ବନ୍ଧା

Published By : Prameya-News7 Bureau | May 30, 2023 IST

ଭୁବନେଶ୍ବର ୩୦।୫: ଡିଜିଟାଲ ମାଧ୍ୟମରେ ଲାଞ୍ଚ କାରବାର ନେଇ ସତର୍କ କଲା ଭିଜିଲାନ୍ସ ବିଭାଗ । ସୋମବାର ୨ଟି ମାମଲା ଆସିବା ପରେ ଭିଜିଲାନ୍ସ ସତର୍କ କରିଛି । ଡିଜିଟାଲ କାରବାର ଉପରେ ଭିଜିଲାନ୍ସ ବିଭାଗ ନଜର ରଖିଛି । ଲାଞ୍ଚ ନେଉଥିବା ଏବଂ ଦେଉଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଫୋନ୍‌ ପେ’ ଯୋଗେ ଲାଞ୍ଚ ନେଉଥିଲେ କେହି ବି ବର୍ତ୍ତିପାରିବେନି ।

wp:html /wp:html

ସୋମବାର ସୁନ୍ଦରଗଡ ଏବଂ କରଞ୍ଜିଆରୁ ଆସିଥିଲା ଅଭିଯୋଗ । ସୁନ୍ଦରଗଡରେ ଟ୍ରାକ୍ଟର ମାଲିକଙ୍କଠାରୁ ଫୋନ୍‌ ପେ’ ଯୋଗେ ୭୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଥିଲେ ହେମଗିରି ଥାନା ଏଏସଆଇ ତପନ କୁମାର ବେହେରା । ସେହିଭଳି ବ୍ଲାଙ୍କ୍ ଚେକ୍ ମାଧ୍ୟମରେ ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଛନ୍ତି କରଞ୍ଜିଆ ତହସିଲଦାର ଚାର୍ଲ୍ସ ନାୟକ ।

ଟ୍ରାକ୍ଟରରେ ମାଟି ଉଠାଇବାକୁ କେନ୍ଦ୍ରକରି ଦୁଇ ଟ୍ରାକ୍ଟର ମାଲିକଙ୍କୁ ଲାଞ୍ଚ ମାଗିଥିଲେ  ହେମଗିରି ଥାନା ଏଏସଆଇ ତପନ କୁମାର ବେହେରା । ଟ୍ରାକ୍ଟର ମାଲିକ ଫୋନ୍‌ ପେ’ ଯୋଗେ ତାଙ୍କୁ  ଟଙ୍କା ମଧ୍ୟ ଦେଇଥିଲେ । ତେବେ ଏନେଇ ଗତ ସପ୍ତାହରେ ସମ୍ପୃକ୍ତ ଅଞ୍ଚଳରେ ହୋଇଥିବା ଜନଶୁଣାଣିରେ ଟ୍ରାକ୍ଟର ମାଲିକ ଅଭିଯୋଗ କରିଥିଲେ । ଅଭିଯୋଗ ଶୁଣିବା ପରେ ଏସ୍‌ପି ପ୍ରତ୍ୟୁଷ ଦିବାକର ଏସ୍‌ଡିପିଓଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତରେ ସତ ଜଣାପଡିବା ପରେ ଏଏସ୍ଆଇଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି ।

wp:embed {"url":"https://www.prameyanews7.com/hemagiri-asi-suspended-on-bribe-charge/","type":"wp-embed","providerNameSlug":"prameya-news-7"}
https://www.prameyanews7.com/hemagiri-asi-suspended-on-bribe-charge/
/wp:embed

ଲାଞ୍ଚ ନେବା ଅଭିଯୋଗରେ ଚାର୍ଲ୍ସ ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି । ତହସିଲଦାର ଜଣଙ୍କ ଚେକ୍‌ ଜରିଆରେ ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ । ଏନ୍‌ଏଚଏଆଇ ଦ୍ବାରା ମିଳିବାକୁ ଥିବା କ୍ଷତିପୂରଣ ରାଶି ବାବଦକୁ ୫୧ ଲକ୍ଷ ୭୫ ହଜାର ୮୧୦ ଟଙ୍କା କରାଇ ଦେବାକୁ ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ନେଉଥିଲେ । ମଙ୍ଗଳବାର ତାଙ୍କୁ ବାରିପଦା ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟରେ ହାଜର କରାଯିବ ।

wp:embed {"url":"https://www.prameyanews7.com/karanjia-tehsildar-arrested-by-vigilance-while-taking-bribe/","type":"wp-embed","providerNameSlug":"prameya-news-7"}
https://www.prameyanews7.com/karanjia-tehsildar-arrested-by-vigilance-while-taking-bribe/
/wp:embed

You Can Read :

wp:embed {"url":"https://www.prameyanews7.com/koching-center-ru-mrutadeha-udhar-at-dhenkanal/","type":"wp-embed","providerNameSlug":"prameya-news-7"}
https://www.prameyanews7.com/koching-center-ru-mrutadeha-udhar-at-dhenkanal/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.