ଏହି ଅଭିନେତ୍ରୀ କହିଲେ ଯଦି ଶାହରୁଖଙ୍କ ଝିଅବି କାମ ମାଗନ୍ତି ତେବେ ତାଙ୍କୁ ବି ପ୍ରଯୋଜକ ଦେବେ ଅଡଲ୍ଡ ଫିଲ୍ମ ଅଫର! ଜାଣନ୍ତୁ କିଏ

Published By : Prameya-News7 Bureau | August 30, 2019 IST

ମୁମ୍ବାଇ୩୦|୮: ଛୋଟ ଛୋଟ ଘଟଣାକୁ ନେଇ ବଲିଉଡ କଳାକାରମାନେ ପ୍ରାୟତଃ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି।ନିକଟରେ ଫିଲ୍ମ ନିର୍ମାତା ରାମଗୋପାଳ ବର୍ମାଙ୍କ ବିରୋଧରେ ବଲିଉଡ ଅଭିନେତ୍ରୀ ଶର୍ଲିନ ଚୋପଡା ସଂଗୀନ ଅଭିଯୋଗ ଆଣିଥିଲେ।ଅଡଲ୍ଡ ଫିଲ୍ମରେ କାମ କରିବା​‌ ପାଇଁ ତାଙ୍କୁ ରାମଗୋପାଳ ବର୍ମା ଅଫର ଦେଇଥିବା କଥା କହିଥିଲେ ଶର୍ଲିନ।ଏହି ଅଫରକୁ ନେଇ ଉଭୟଙ୍କ ବିବାଦ ସୋସିଆଲ ମିଡିଆରେ ବେଶ କିଛିଦିନ ଚର୍ଚ୍ଚାର ଖୋରାକ ହୋଇଥିଲା।ସାକ୍ଷାତାକାର ସମୟରେ ଶର୍ଲିନ କହିଥିଲେ ଯଦି ଶାହରୁଖଙ୍କ ଝିଅବି ତାଙ୍କୁ ଫିଲ୍ମ କରିବାକୁ କୁହନ୍ତି ତେବେ ଭଲ ସ୍କ୍ରିପ୍ଟ ବଦଳରେ ରାମଗୋପାଳ ତାଙ୍କୁ ମଧ୍ୟ ଅଡଲ୍ଡ ଫିଲ୍ମର ଅଫର କରିବେ।

{"id":151183}

କେବଳ ଏତିକି ନୁହେଁ ଶର୍ଲିନ ରାମଗୋପାଳଙ୍କ ବିରୋଧରେ  ଆହୁରି  ସଂଗୀନ ଅଭିଯୋଗ ମଧ୍ୟ ଆଣିଥିଲେ। ରାମଗୋପାଳଙ୍କ ଫିଲ୍ମରେ କାମ କରିବା ପାଇଁ ସେ ତାଙ୍କ ମୋବାଇଲ ହ୍ବାଟ୍ସଆପରେ ମେସେଜ କରିଥିଲେ। ସେ ଫିଲ୍ମର କିଛି ସିନ୍‌ ସଂପର୍କରେ ଶର୍ଲିନଙ୍କୁ ମେସେଜ କରିଥିଲେ। ହେଲେ ସେହି ସିନଗୁଡିକରେ ତାଙ୍କୁ ଡ୍ରେସ ଖୋଲିବାକୁ ପଡିବ ବୋଲି ରାମଗୋପାଳ ତାଙ୍କୁ ମେସେଜ କରିଥିଲେ।ତେବେ ଫିଲ୍ମରେ କାହାଣୀ କ’ଣ ସେ ସମ୍ପର୍କରେ ସେ ଶର୍ଲିନଙ୍କୁ କିଛି କହିନଥିଲେ।

{"id":151184}

 ଏମିତି କି ସେ ଦୁଇଟି କୁକୁରଙ୍କ ସେକ୍ସ ଭିଡିଓବି ଶର୍ଲିନଙ୍କ ହ୍ବାଟ୍ସଆପକୁ ପଠାଇଥିଲେ।ଏମିତି ଭିଡିଓ କାହିଁକି ପଠାଯାଉଛନ୍ତି ବୋଲି ତାଙ୍କୁ ଶର୍ଲିନ ପ୍ରଶ୍ନ କରିବାରୁ ରାମଗୋପାଳ କଣ କହିଥିଲେ ଜାଣନ୍ତି ? ‘ଏହା ପ୍ରକୃତିର ଚିତ୍ର ତେଣୁ ଉପଭୋଗ କରିବା ନିହାତି ଆବଶ୍ୟକ’ ।ଏଣୁ ବଲିଉଡରେ  ନାମିଦାମୀ ଅଭିନେତାଙ୍କ ଝିଅଙ୍କୁ ମଧ୍ୟ ସେ ଅଡଲ୍ଡ ଫିଲ୍ମରେ କାମ କରିବା ପାଇଁ ଅଫର ଦେବାକୁ ପଛେଇବେ ନାହିଁ ବୋଲି କହିଛନ୍ତି ଶର୍ଲିନ।

{"id":151185}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.