suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଧ୍ୟପ୍ରଦେଶ ମୁରୈନାରେ ଦୁର୍ଘଟଣା, ଏୟାରଫୋର୍ସର ସୁଖୋଇ-୩୦ ଓ ମିରାଜ୍-୨୦୦୦ ଫାଇଟର ଜେଟ୍ କ୍ରାସ୍
  • ||
  • ଜେରୁଜେଲମ୍‌ରେ ପ୍ରାର୍ଥନାସ୍ଥଳରେ ଆତଙ୍କୀ ହମଲା, ଗୁଳିମାଡ଼ରେ ୮ମୃତ
  • ||
  • କେନ୍ଦୁଝର: ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଗୁରୁତର
  • ||

ମୋ ଉପରେ ଏତେ ରାଗ କାହିଁକି, ଆମ୍ବେଦକରଙ୍କ ଉପରେ ରାଗନ୍ତୁ: ଏମିତି କାହିଁକି କହିଲେ ଭଗବାନଙ୍କ ଜାତି କହିଥିବା ଜେଏନୟୁ କୁଳପତି

24/08/2022 at 4:41 PM

ନୂଆଦିଲ୍ଲୀ: କୌଣସି ଭଗବାନ ଉଚ୍ଚ ଜାତିର ନୁହନ୍ତି, ନିଜର ଏହି ବୟାନକୁ ନେଇ ବିବାଦ ଘେରରେ ଜବାହରଲାଲା ବିଶ୍ଵ ବିଦ୍ୟାଳୟ(ଜେଏନୟୁ)ର କୁଳପତି ଶାନ୍ତିଶ୍ରୀ ଧୂଳିପୁଡି ପଣ୍ଡିତ। ଏବେ ସେ ତାଙ୍କର ସମାଲୋଚକଙ୍କୁ ରୋକ୍ ଠୋକ୍ ଜବାବ ଦେଇ କହିଛନ୍ତି ଯେ, ତାଙ୍କ ବୟାନକୁ କଦର୍ଥ ଭାବେ ଚିତ୍ରଣ କରାଗଲା। ସେ ବିଆର ଆମ୍ବେଦକରଙ୍କ କଥାକୁ ବ୍ୟାଖ୍ୟା କରୁଥିଲେ। ନିକଟରେ ସେ କହିଥିଲେ, କୌଣସି ଭଗବାନ ଉଚ୍ଚ ଜାତିର ନୁହନ୍ତି। ଭଗବାନ ଶିବ ଅନୁସୂଚିତ ଜାତି କିମ୍ବା ଅନୁସୂଚିତ ଜନଜାତିର ହୋଇ ଥାଇ ପାରନ୍ତି।

ଜେଏନୟୁର ଭିସି କହିଛନ୍ତି, ମୋତେ ଲିଙ୍ଗଗତ ନ୍ୟାୟ ଉପରେ ବିଆର ଆମ୍ବେଦକରଙ୍କ ବିଚାର ଉପରେ କହିବାକୁ କୁହାଯାଇଥିଲା। ମୁଁ ବିଆର ଆମ୍ବେଦକରଙ୍କ କଥାକୁ ବ୍ୟାଖ୍ୟା କରୁଥିଲି। ଆପଣ ତାଙ୍କର ଲେଖନୀ ଦେଖି ପାରିବେ, ସେଥିରେ ସେ କଣ ଲେଖିଛନ୍ତି। ଲୋକେ ମୋ ଉପରେ କାହିଁକି ରାଗୁଛନ୍ତି। ରାଗିବାର ଅଛି ତ ବିଆର ଆମ୍ବେଦକରଙ୍କ ଉପରେ ରାଗନ୍ତୁ। ମୋତେ କଣ ପାଇଁ ଏଥିରେ ଜବରଦସ୍ତି ଟଣା ଯାଉଛି ବୋଲି ଜେଏନୟୁର କୁଳପତି କହିଛନ୍ତି।

ଡ. ବିଆର ଆମ୍ବେଦକରଙ୍କ ଜେଣ୍ଡର ଜଷ୍ଟିସ: ଡିକୋଡିଙ୍ଗ ଦ ୟୁନିପର୍ମ ସିଭିଲ କୋଡ୍’ ନାମରେ ଲେକଚର ସିରିଜରେ ପଣ୍ଡିତ କହିଛନ୍ତି ମାନବଶାସ୍ତ୍ର ହିସାବରେ ଭଗବାନ ଉଚ୍ଚ ଜାତିର ନୁହନ୍ତି ଏବଂ ଭଗବାନ ଶିବ ଏସସି କିମ୍ବା ଏସଟି ହୋଇ ଥାଇ ପାରନ୍ତି। ସେ ଏହା ମଧ୍ୟ କହିଛନ୍ତି, ପ୍ରଥମେ ମୁଁ ଜଣେ ଏକାଡେମିକ ପ୍ରଫେସର। ଏକ ଏକାଡେମୀରେ ବ୍ୟାଖ୍ୟାନକୁ କାହିଁକି ରାଜନୀତିକରଣ କରାଯାଉଛି ? ବାସ୍ତବରେ ଦିଲ୍ଲୀରେ କିଛି ବି ଭାଷଣ ଦେବାକୁ ଡର ଲାଗୁଛି। ପ୍ରତିଟି ଜିନିଷକୁ ଭୁଲ୍ ଭାବେ ଉପସ୍ଥାପନ କରାଯାଉଛି। ମୁଁ ବାସ୍ତବରେ ବିଚାରକ ନୁହେଁ,  ମୁଁ ଜଣେ ପ୍ରଫେସର। ମୁଁ ଦୁଃଖିତ ଯେ, ଲୋକେ ଏହାର ରାଜନୀତିକରଣ କରୁଛନ୍ତି।

ସେ କହିଥିଲେ, ମୁଁ ସମସ୍ତ  ମହିଳାଙ୍କୁ ଜଣାଉଛୁ ଯେ ମନୁସ୍ମୃତି ଅନୁସାରେ ସମସ୍ତ ମହିଳା ଶୁଦ୍ର ଅଟନ୍ତି। ଏଥିପାଇଁ କୌଣସି ମହିଳା ଏହା ଦାବି କରି ପାରିବେ ନାହିଁ ଯେ, ସେମାନେ ବ୍ରାହ୍ମଣ କିମ୍ବା ଅନ୍ୟ ଉଚ୍ଚ ଜାତିର। ବିବାହ ପରେ ମହିଳାଙ୍କୁ ଜାତି ମିଳିଥାଏ। ଆପଣଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ଆମ ଦେବତାଙ୍କ ଉତ୍ପତିକୁ ମାନବଶାସ୍ତ୍ରୀୟ ଭାବେ ଜାଣିବା ଉଚିତ୍। ଏହା ବହୁତ ଗୁରୁତ୍ଵପୂର୍ଣ୍ଣ ଯେ, ଆମେ ବାବା ସାହେବଙ୍କ ବିଚାର ଉପରେ ପୁନର୍ବିଚାର କରୁଛୁ। ସେ କହିଛନ୍ତି ହିନ୍ଦୁ ଧର୍ମ ଏକ ଧର୍ମ ନୁହେଁ, ଏହା ଜୀବନର ଏକ ଶୈଳୀ। ତେଣୁ ଆମେ ସମାଲୋଚନାକୁ କାହିଁକି ଡରିବା। ହୋଇପାରେ ଭଗବାନ ଜଗନ୍ନାଥ ଆଦିବାସୀ ହୋଇ ଥାଇ ପାରନ୍ତି ବୋଲି ଜେଏନୟୁ କୁଳପତି କହିଥିଲେ।

   Related Posts