ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

‘ମୋ ପିଲାକୁ ନେଇଯାଅ, ସିଏ ବଞ୍ଚିଯାଉ’ : କାବୁଲ ବିମାନବନ୍ଦରର ସେହି ହୃଦୟ ବିଦାରକ ଘଟଣା ଭୁଲି ନାହାନ୍ତି ଆଫଗାନ୍‌ ପପ୍ ଷ୍ଟାର

25/08/2021 at 8:56 PM

ମୁମ୍ବାଇ ୨୫/୦୮: ତାଲିବାନ ଶାସନ ସହିତ ଆଫଗାନିସ୍ତାନରେ ପରିସ୍ଥିତି ବର୍ତ୍ତମାନ ଭୟଙ୍କର ହୋଇପଡ଼ିଛି । ଦିନକୁ ଦିନ ସେଠାରେ ପରିସ୍ଥିତି ଖରାପ ହେବାରେ ଲାଗିଛି। ଆଫଗାନିସ୍ତାନରେ ସରକାର ଗଠନ ହେବା ପୂର୍ବରୁ ତାଲିବାନ ନିଜର ରଙ୍ଗ ଦେଖାଇବା ଆରମ୍ଭ କରିଛି । ତାଲିବାନୀମାନେ ସବୁଆଡେ ନିଜର ମନମୁଖୀ କାର୍ଯ୍ୟ କରୁଥିବାର ଦେଖାଯାଉଛି । ଏଥିପାଇଁ ଆଫଗାନବାସୀ କୌଣସି ମତେ ଦେଶ ଛାଡି ଚାଲିଯିବା ପାଇଁ ବ୍ୟାକୁଳ ହୋଇପଡିଛନ୍ତି । କିନ୍ତୁ ଏହାରି ମଧ୍ୟରେ ଆଫଗାନିସ୍ତାନର ପପ୍ ଷ୍ଟାର ଆର୍ଯ୍ୟନା ସଇଦ୍ ମଧ୍ୟ ନିଜେ ଦେଶ ଚାଡି ଚାଲି ଯାଇଛନ୍ତି । ହେଲେ କାବୁଲ ଏୟାରପୋର୍ଟର ସେହି ଭୟଙ୍କର ଦୃଶ୍ୟ ଏପର୍ଯ୍ୟନ୍ତ ସେ ଭୁଲି ପାରି ନାହାନ୍ତି । ଆର୍ଯ୍ୟନ୍  ନିଜକୁ ଭାଗ୍ୟବାନ ବୋଲି ମନେ କରିଛନ୍ତି ଯେ ସେ ସେଠାରେ କୌଣସି ମତେ ଖସି ପଳାଇ ଆସିବାରେ ସକ୍ଷମ ହୋଇଛନ୍ତି ।

ଏହାକୁ ମନେ ପକାଇ ପପ୍ ଷ୍ଟାର ଆର୍ଯ୍ୟନା କୁହିଛନ୍ତି କି, ସେହି ସମୟରେ ସେଠାରେ ଥିବା ଅନେକ ପିଲା କାନ୍ଦୁଥିଲେ, ଦଳାଚକଟାରେ ଅନେକ ପରସ୍ପର ଉପରେ ଚଢି ଯାଉଥିଲେ । ଏତେ ଭିଡ ଥିଲା ଯେ ନିଃଶ୍ୱାସ ନେବା ପାଇଁ ଜାଗା ନଥିଲା । କିନ୍ତୁ ସେ ଯେତେବେଳେ ବିମାନରେ ଯିବାକୁ ବାହାରିଥିଲେ, ସେହି ସମୟରେ ଅନେକ ମହିଳା ଆର୍ଯ୍ୟନଙ୍କୁ ଅନୁରୋଧ କରିଥିଲେ କି ସେ ତାଙ୍କ ପିଲାମାନଙ୍କୁ ବିମାନରେ ନେଇ ଯାଆନ୍ତୁ । ସେହି ସମୟରେ ପିଲାଗୁଡିକ କାନ୍ଦୁଥିଲେ ଓ ଚିତ୍କାର ମଧ୍ୟ କରୁଥିଲେ, ଯେତେବେଳେ ମୁଁ  ଭିତରକୁ ପ୍ରବେଶ କରିବାକୁ ଯାଉଥିଲି, ସେ ତାଙ୍କ ପିଲାକୁ ମୋତେ ଧରାଇ ଦେଇଥିଲେ । ମୋ ସହ ନେଇ ପିଲାଟିକୁ ସାଙ୍ଗରେ ନେବାକୁ କହିଥିଲେ।

କିନ୍ତୁ ମୁଁ ଭାବିଲି ପିଲାଟିକୁ ମା ଠାରୁ କିପରି ଅଲଗା କରିବି । ସେତିକି ବେଳେ ସେଠାରେ ଥିବା ସୈନିକଙ୍କୁ ପଚାରିଥିଲି କି ଦୁଇ ଜଣଙ୍କୁ ସାଙ୍ଗରେ ନେଇ ପାରିବୁ କି ହେଲେ ସେ ମନା କରିଦେଇଥିଲେ । ମୋତେ ପିଲାଟିକୁ ତାଙ୍କ ମା’କୁ ଫେରାଇବାକୁ ପଡିଲା । ଆର୍ଯ୍ୟନ୍ ଆଶା କରିଛନ୍ତି ଯେ ଆଗ ଭଳି ତାଲିବାନ ମହିଳାମାନଙ୍କ ମୁଣ୍ଡରେ ଗୁଳି ନ ଚଳାଉ ।

   Related Posts