ସୁନା ଗହଣା, ହୀରା କିଣିବା ବେଳେ 4c ସହ ଧ୍ୟାନ ଦିଅନ୍ତୁ ଏହି ବିଷୟରେ

Published By : Prameya-News7 Bureau | October 13, 2019 IST

ନାରୀମାନଙ୍କୁ ଅଳଙ୍କାର ଓ ଗହଣା ବେଶ୍ ପସନ୍ଦ । ଧନତରାସ୍, ଅକ୍ଷୟ ତୃତୀୟା ଓ ଅନ୍ୟ ସମୟରେ ମହିଳାମାନେ ସୁନାଗହଣ କ୍ରୟ କରିଥାଆନ୍ତି । ମାତ୍ର ସୁନା ରୂପା, ହୀରା , ମୋତି କିମ୍ବା ଅନ୍ୟ କୌଣସି ଗହଣା କିଣିବା ସମୟରେ 4c , Carat, Colour, Clarity, and Cut. କ୍ୟାରଟ, କଲର, କ୍ଲାରିଟି ଓ କଟ୍‌ ଉପରେ ନଜର ଦେବା ଆବଶ୍ୟକ । ସୁନା କିଣିବା ସମୟରେ ଏହା ୨୪ କ୍ୟାରେଟ୍‌, , ୨୨, ୧୮, ୧୫ କିମ୍ବା ୫ କେତେ କ୍ୟାରେଟ୍‌ର ତାହା ନିଶ୍ଚୟ ଭାବେ ଜାଣିବେ । ବିଆଇଏସ୍‌ ହଲମାର୍କକୁ ସୁନିଶ୍ଚିତ କରିବେ ।
ବାହାଘର ବି ବିବାହ ଉତ୍ସବ ସମୟରେ ଅଧିକାଂଶ ଲୋକ ସୁନା ଗହଣା କିଣିଥାଆନ୍ତି। ଏହି ସମୟରେ ଆପଣ କାଜୁଆଲ୍‌ କି ପାରମ୍ପରିକ । ଡିଜିଇନ୍‌ର ଗହଣା କିଣିବେ ସେ ପ୍ରତି ଦୃଷ୍ଟି ଦିଅନ୍ତୁ ।

କେଉଁ ଗହଣା ଆପଣଙ୍କ ଚେହେରାକୁ ସୁଟ୍‌ କରିବ ତାହା ଦେଖନ୍ତୁ । ବେଶୀ ବଡ କି ବେଶୀ ସାନ ଡିଜାଇନ୍‌ ଗହଣା କିଣନ୍ତୁ ନାହିଁ ।

ଟ୍ରେଣ୍ଡ ଓ କ୍ଲାସିକ୍‌-

ବେଳେ ବେଳେ ଗହଣା କିଣିବା ବେଳେ ମୂଲ୍ୟ ଓ ଡିଜାଇନ୍‌କୁ ନେଇ ଅନେକ ଶଙ୍କାରେ ରହିଥାଆନ୍ତି ।

ବିଭିନ୍ନ ଜେମ୍‌ ଷ୍ଟୋନ କିଣିବା ସମୟରେ ଏହାର ରଙ୍ଗ, ପଥରର କଟା ଓଜନ ପ୍ରତି ଧ୍ୟାନ ଦିଅନ୍ତିୁ । ସାଧାରଣତଃ ହୀରା, ନୀଳା, ମୋତି , ନୀଳା, ଟ୍ରରମାଲାଇନ୍‌, ଟ୍ରାଞ୍ଜାଇଟ୍‌. କାବଚୋନ , ରୁବି ଇତ୍ୟାଦି କିଣିଥାଆନ୍ତି ।

ସୁନାଗହଣାପ ସୁଦ୍ଧତା . ଏଥିରେ ଥିବା ହଲ୍‌ମାର୍କ ,ବିଆଇଏସ୍‌ ଷ୍ଟାଣ୍ଡାର୍ଡ ,ଲୋଗ ପ୍ରତି ଧ୍ୟାନ ଦିଅନ୍ତୁ । କେଉଁ ଲାବୋରେଟୋରୀରୁ ଏହାକୁ ପରୀକ୍ଷା କରାଯାଇଛି ତାହା ଦେଖନ୍ତୁ ।
ହୀରା କିଣୁଥିବା ବେଳେ ଏହାର ରଙ୍ଗ, ଶୁଦ୍ଧତା, କ୍ୟାରଟ୍‌ , ଓଜନ ଏହାକ ସେପ୍‌ ବା ଆକାପ, କଟ୍‌ , ରଙ୍ଗର ଗ୍ରେଡ୍‌, ପରିଷ୍କାର ବା କ୍ଲାରିଟି ଗ୍ରେଡ୍‌ ଓ ଫ୍ଲୋରୋସିନ୍‌ ପ୍ରତି ଧ୍ୟାନ ଦିଅନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.