ଏସିଆନ ଗେମ୍ସ ୨୦୨୩: ଶଟପୁଟ୍ରେ ସ୍ୱର୍ଣ୍ଣ ଆଣିଲା ଭାରତ, ସାଉଦି ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ଇତିହାସ ରଚିଲେ ତଜିନ୍ଦର
1/10/2023 at 6:57 PM

ହାଙ୍ଗଜୋ: ଏସିଆନ୍ ଗେମ୍ସର ଭାରତକୁ ପୁଣି ସ୍ୱର୍ଣ୍ଣ। ଶଟପୁଟ୍ରେ ସ୍ୱର୍ଣ୍ଣ ଜିତିଲେ ଭାରତର ତଜିନ୍ଦର ସିଂହ ଟୁର। ଚୀନ ହାଙ୍ଗଜୋରେ ଚାଲିଥିବା ଏସିଆନ ଗେମ୍ସ ୨୦୨୩ରେ ଭାରତୀୟ ଖେଳାଳିଙ୍କର ଜବରସ୍ତ ପ୍ରଦର୍ଶନ ରହିଛି।
ଟୁରଙ୍କ ସ୍ୱର୍ଣ୍ଣ ବିଜେତା ହେବାର ଯାତ୍ରା ସହଜ ନଥିଲା। ଆରମ୍ଭରେ ଜବରଦସ୍ତ ଶକ୍ତି ଲଗାଇ ୨୦ ମିଟର ପର୍ଯ୍ୟନ୍ତ ଥ୍ରୋ କରିଥିଲେ ବି ନିରାଶ ହୋଇଥିଲେ ତଜିନ୍ଦର। କାରଣ ଏହାକୁ ନୋ ଥ୍ରୋ ଦେଇଥିଲେ ରେଫରୀ। ଏହାପରେ ଦ୍ୱିତୀୟ ପ୍ରୟାସରେ ବି ସମାନ ପରିସ୍ଥିତର ସାମ୍ନା କରିବାକୁ ପଡ଼ିଥିଲା। ଏହା ସତ୍ତ୍ୱେ ବି ତୃତୀୟ ଥ୍ରୋ କରିଥିଲେ। ଏହା ୧୯.୫୧ମିଟର ହୋଇଥିବା ବେଳେ ଏହା ଠିକ୍ ଥିଲା। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ସାଉଦୀ ଆରବର ମହମ୍ମଦ ଦାଉଦା ଟୋଲୋ ୧୯.୯୩ମିଟିର ଫିଙ୍ଗି ଆଗରେ ଥିଲେ।

ହେଲେ ଚତୁର୍ଥ ଥ୍ରୋରେ ତଜିନ୍ଦର ୨୦.୦୬ମିଟର ଫିଙ୍ଗି ପ୍ରତିଦ୍ୱନ୍ଧ୍ୱୀ ଟୋଲୋଙ୍କୁ ପଛରେ ପକାଇ ଦେଇଥିଲେ। ହେଲେ ଟୋଲୋ କିନ୍ତୁ ହାର୍ ମାନି ନଥିଲେ। ସେ ପୁଣି ୨୦.୧୮ମିଟର ଫିଙ୍ଗି ଲିଡ୍ ନେଇଥିଲେ। ହେଲେ ତଜିନ୍ଦର ୨୦.୩୬ମିଟର ଥ୍ରୋ କରି ଟୋଲୋଙ୍କୁ ହରାଇଥିଲେ। ଟୋଲୋ ଏହାର ମୁକାବିଲା କରିପାରି ନଥିଲେ। ତେଣୁ ତାଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।
ପଢ଼ିଲେ-ଏସିଆନ ଗେମ୍ସ ୨୦୨୩: କମାଲ କରୁଛନ୍ତି ଭାରତୀୟ ଶୁଟର, ଟ୍ରାପ ପୁରୁଷ ଟିମ୍ ବର୍ଗରେ ସ୍ୱର୍ଣ୍ଣ ଜିତିଲା ଇଣ୍ଡିଆ
ସୂଚନା ଥାଉକି ଶଟପୁଟରେ ଏସିଆନ ଗେମ୍ସ ଟାଇଟଲ ଜିତିବାରେ ଟୁର ଚତୁର୍ଥ ଭାରତୀୟ ହେବାରେ ଗୌରବ ଅର୍ଜନ କରିଛନ୍ତି। ତାଙ୍କ ପୂର୍ବରୁ ପର୍ଦୁମନ ସିଂ ବ୍ରାର (୧୯୫୪ ଏବଂ ୧୯୫୮), ଯୋଗୀନ୍ଦର ସିଂ (୧୯୬୬ ଏବଂ ୧୯୭୦) ଏବଂ ବାହାଦୂର ସିଂ ଚୌହ୍ୱାନ (୧୯୭୮ ଏବଂ ୧୯୮୨) |