Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୮୦ କୋଭିଡ୍ ପଜିଟିଭ୍
  • ||
  • ଗୁରୁବାରଠୁ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଓ ୨୦ ପାଇଁ ଜାରି ହେଲେ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ଜଳେଶ୍ୱର: ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||
  • ମୟୁରଭଞ୍ଜ: ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • ବିଜେପିରେ ବଡ ଧରଣର ପରିବର୍ତ୍ତନ, ସଂସଦୀୟ ବୋର୍ଡରୁ ହଟିଲେ ଗଡକରୀ ଓ ଚୌହାନ
  • ||

ଆଇଫୋନ୍ ପ୍ରସ୍ତୁତ କରୁଥିବା କମ୍ପାନୀରେ ବ୍ୟାପକ ଭଙ୍ଗାରୁଜା, ୪୩୭ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ

15/12/2020 at 8:17 AM

ବେଙ୍ଗାଲୁରୁ,୧୫/୧୨: କର୍ଣ୍ଣାଟକର କୋଲାରରେ ଥିବା ତାଇଓ୍ୱାନର ମାନୁଫାକ୍ଚରିଂ କମ୍ପାନୀ ଓ୍ୱିଷ୍ଟ୍ରୋନ୍ କର୍ପୋରେସନ ବେତନ ପ୍ରସଙ୍ଗକୁ ନେଇ କର୍ମଚାରୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ଏଥିପାଇଁ କମ୍ପାନୀର ପ୍ରାୟ ୪୩୭.୪୦ କୋଟି ଟଙ୍କା କ୍ଷତି ହୋଇଛି । ଏହି କମ୍ପାନୀ ଆପଲ୍ ଆଇଫୋନ୍ ସହ ଅନ୍ୟ କମ୍ପାନୀ ପାଇଁ ଆଇଟି ସାମଗ୍ରୀ ତିଆରି କରିଥାଏ ।

କୋଲାର ଜିଲ୍ଲାରେ ଥିବା କମ୍ପାନୀର ନରସପୁରା ମାନୁଫାକ୍ଚରିଂ ପ୍ଲାଣ୍ଟରେ ଶନିବାର ଦରମା ପ୍ରସଙ୍ଗକୁ ନେଇ କର୍ମଚାରୀମାନେ ଲଙ୍କାକଣ୍ଡ ଘଟଣାଇଥିଲେ । କମ୍ପାନୀ ପରିସରରେ ବ୍ୟାପକ ହିଂସା  ହୋଇଥିଲା । ଉପଦ୍ରବକାରୀମାନେ କମ୍ପାନୀର ଆସବାବପତ୍ରକୁ ଭଙ୍ଗାରୁଜା କରିଥିଲେ । କମ୍ପାନୀର ଏକଜ୍ୟୁକ୍ୟୁଟିଭ୍ ଟିଡି ପ୍ରଶାନ୍ତ କହିଛନ୍ତି ଯେ, କମ୍ପାନୀର ଆସବାବପତ୍ର ଓ ଯନ୍ତ୍ରପାତି ଭାଙ୍ଗିଯାଇଛି । ଏଥିପାଇଁ ପ୍ରାୟ ୪୩୭.୪୦ କୋଟି ଚଙ୍କା କ୍ଷତି ହୋଇଛି ।

ଆସବାବପତ୍ର ବାବଦରେ ୧୦ କୋଟି. କାର୍ ଓ ଗୋଲ୍ପ ପାର୍ଟରେ ପ୍ରାୟ ୬୦ ଲକ୍ଷ ଟଙ୍କା କ୍ଷତି ହୋଇଛି । ସେହିପରି ୧.୫୦ କୋଟିର ସ୍ମାର୍ଟଫୋନ୍ ନଷ୍ଟ ହୋଇଯାଇଛି । ଏହାସହ ୫୦୦୦ ଶ୍ରମିକଙ୍କ ସହ ୨୦୦୦ ଅଜଣା ଲୋକ ପ୍ଲାଣ୍ଟରେ ଉପଦ୍ରବ କରିଥିବା ଅଭିଯୋଗ ହୋଇଛି ।

ପୋଲିସ ଏହି ମାମଲାରେ ଏବେସୁଦ୍ଧା ୧୪୯ଜଣଙ୍କୁ ଗିରଫ କରିଥିବା ବେଳେ ଅନେକ ଲୋକଙ୍କୁ ଅଟକ ରଖିଛି  । ସେହିପରି କର୍ଣ୍ଣାଟକ ସରକାର ମଧ୍ୟ ଉପଦ୍ରୂବକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଆଶ୍ୱାସନା ଦେଇଛନ୍ତି ।

   Related Posts