ତହସିଲଦାରଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ: ଶୁଖିଲା ଖାଦ୍ୟ ଆସିବା ପରେ ଛଡ଼ାଗଲା
27/08/2020 at 3:49 PM

ବାଲେଶ୍ବର୨୭/୮: ତହସିଲଦାରଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ। ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ୍ ମଥାନୀ ପଞ୍ଚାୟତ ସାନଖୁଡି ଗ୍ରାମର ହରିଜନ ସାହିରେ ଏଭଳି ଘଟଣା ଦେଖିବାକୁ ମିଳିଛି। ପ୍ରଶାସନର ଅବହେଳାରୁ ଜଳକା ବନ୍ୟା ପାଣି ଏହି ଗାଁରେ ପଶି ଜନଜୀବନ ଅସ୍ତବ୍ୟସ୍ତ କରି ଦେଇଛି। ଦୁଇ ଦିନ ଧରି ଜଳବନ୍ଦୀରେ ଥିବା ସାନଖୁଡି ହରିଜନ ସାହିରେ ସହାୟତା ପହଞ୍ଚି ନଥିବା ପ୍ରତିବାଦରେ ବସ୍ତା ତହସିଲଦାରଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ । ତେବେ ଦୀର୍ଘ ସମୟ ଧରି ତହସିଲଦାର ଅଟକ ରହିବା ପରେ ବସ୍ତା ପୋଲିସର ସହାୟତା ପରେ ବନ୍ଧ କାଟି ପାଣି ବାହାର କରିବା ସହିତ ଶୁଖିଲା ଖାଦ୍ୟ ପଠାଇବାର ପ୍ରତିଶ୍ରୁତି ପରେ ତହସିଲଦାରଙ୍କୁ ଛାଡିଥିଲେ ଗ୍ରାମବାସୀ।
Related Posts
ବ୍ରିଜରେ ଧକ୍କା ଦେଇ ଜଳିଗଲା ବସ୍, କିଛି ଯାତ୍ରୀ ଆହତ
4 July 2022