IB ଅଫିସରଙ୍କ ହତ୍ୟା ଅଭିଯୋଗରୁ ମୁକୁଳିପାରିବେନି ତାହିର ହୁସେନ, ଏବେ ପୋଡଶୀ ଆଣିଲେ ଏଭଳି ଅଭିଯୋଗ

Published By : Prameya-News7 Bureau | February 27, 2020 IST

ନୂଆଦିଲ୍ଲୀ ୨୭।୨:  ଦିଲ୍ଲୀ ନଗର ନିଗମ କର୍ପୋରେଟର ତାହିର ହୁସେନଙ୍କ ସମସ୍ୟା ଏବେ ଅଧିକ ଜଟିଳ ହେବାରେ ଲାଗିଛି। ଗୋଟିଏ ପଟେ ମୃତ ଗୁଇନ୍ଦା ଅଫିସରଙ୍କ ପରିବାର ଲୋକେ ତାଙ୍କ ବିରୋଧରେ ହତ୍ୟା ଅଭିଯୋଗ କରିସାରିଥିବା ବେଳେ ପଡୋଶୀ ତାହିର ଓ ତାଙ୍କ ସମର୍ଥକମାନେ ଝିଅ ବାହାଘର ପ୍ରସ୍ତୁତିରେ ନିଆଁ ଲଗାଇଦେଇଥିବାର ଅଭିଯୋଗ ଆଣିଛନ୍ତି । ଚାନ୍ଦବାଗ୍ ଦଙ୍ଗା ବେଳେ ସେ ଘରେ ଥିଲେ ଓ ଏହାକୁ ଉସକାଇଥିଲେ ବୋଲି  ପଡୋଶୀ ସାକ୍ଷ ଦେଇଛନ୍ତି।

{"id":230027,"sizeSlug":"large"}

ତାଙ୍କ ଘରର ଛାତ ଉପର ଭିଡିଓ ଭାଇରାଲ ହେବା ପରେ ତାହିର ତାଙ୍କୁ ଫଶାଇବା ଲାଗି ବିରୋଧୀଙ୍କ ଏହା ଏକ ଉଦ୍ୟମ ବୋଲି କହିଥିଲେ। ସେହିପରି ଦଙ୍ଗାର ୩ ଦିନ ପୂର୍ବରୁ ପୋଲିସ ଉପସ୍ଥିତିରେ ସେ ଘର ଖାଲିକରିଥିବାର ବି ସଫେଇ ଦେଉଥିଲେ। ହେଲେ ପଡୋଶୀଙ୍କ ଝିଅର ଉଜୁଡା ବିବାହ ମଣ୍ଡପ ଏବେ ତାଙ୍କର ପୁରା କର୍ତୁତ ବର୍ଣ୍ଣନା କରୁଛି। ଦଙ୍ଗା କରିବାକୁ ତାହିର ତାଙ୍କ ସମର୍ଥକଙ୍କୁ ଘରକୁ ଡକାଇ ଆଣିବା ସହ ଛାତ ଉପରୁ ଟେକାପଥର ମାଡ ସାଙ୍ଗକୁ ପେଟ୍ରୋଲ ବୋମା, ଏସିଡ ଓ ଗୁଳି ବର୍ଷା କରୁଥିବାର ଏବେ ଅଭିଯୋଗ ଆସିଲାଣି।

{"id":230028,"sizeSlug":"large"}

ପଡୋଶୀଙ୍କ ଝିଅର ବାହାଘର ଫେବୃଆରୀ ୨୫ ତାରିଖକୁ ସ୍ଥିରକୃତ ହୋଇଥିଲା। ଏଥିଲାଗି ୨୪ ତାରିଖରୁ ତାଙ୍କ ଘରେ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ହେଲେ ମାତ୍ର କିଛି ସମୟ ପରେ ତାହିର ଆରମ୍ଭ କରିଦେଇଥିଲା ତାର କାରନାମା। ରୋଷେୟାଙ୍କୁ ତାହିରର ସମର୍ଥକମାନେ ମାରପିଟ କରି ଭଗାଇ ଦେଇଥିବା ବେଳେ ବିବାହ ଲାଗି ସାଜସଜ୍ଜା ଉଜାଡି ଦେଇଥିଲେ। ଏହା ସହ ଆରମ୍ଭ ହୋଇଯାଇଥିଲା ସେମାନଙ୍କ ତାଣ୍ଡବ। ୮ ଘଣ୍ଟା ଧରି ଚଲେଇଥିଲେ ଗୁଳି ଓ ଟେକାପଥର ମାଡ। ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖିଆ କେଜରିୱାଲ ଦିଲ୍ଲୀ ଦଙ୍ଗା ମୃତକଙ୍କ ଲାଗି ୧୦ ଲକ୍ଷ ଟଙ୍କା ଲେଖାଏଁ  କ୍ଷତିପୂରଣ ଘୋଷଣା କରିଥିବା ବେଳେ ଯଦି ଦଙ୍ଗାରେ ଆପର କେହି କର୍ମକର୍ତ୍ତା, କର୍ମୀ କି ନେତା ସମ୍ପୃକ୍ତ ଥାନ୍ତି ତାଙ୍କ ଲାଗି ଦୁଇଗୁଣ ଦଣ୍ଡ ଘୋଷଣା କରିଛନ୍ତି।

{"id":230029,"width":578,"height":448,"sizeSlug":"large"}

ସେପଟେ ପୋଲିସ ଗୁରୁବାର ତାହିରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବା ଜଣାପଡିଛି। ଏଥିରେ ତାହିରଙ୍କ ଚାନ୍ଦବାଗ ଘର ସିଲ ହୋଇଥିବା ବେଳେ ଖଜୁରୀଖାସ ଅଞ୍ଚଳରେ ଥିବା ତାଙ୍କ କରାଖାନାକୁ ବି ସିଲ କରିଛି। ତେବେ ଆପ ନେତା ସଞ୍ଜୟ ସିଂହ ମାମଲାରେ ଦଳୀୟ ସ୍ଥିତି ସମ୍ପୂର୍ଣ୍ଣ ସ୍ପଷ୍ଟ ବୋଲି କହିଛନ୍ତି ।ଏଥିରେ ଦିଲ୍ଲୀ ଦଙ୍ଗାପାଇଁ ଦାୟି ଲୋକଙ୍କ ପ୍ରତି ପାର୍ଟି ସାମାନ୍ୟତମ ଦୟା ବି ପ୍ରଦର୍ଶନ କରିବ ନାହିଁ ବୋଲି ସିଂହ ଗଣମାଧ୍ୟମକୁ କହିଛନ୍ତି। ସେପଟେ ଦିଲ୍ଲୀ ପୋଲିସ ଦଙ୍ଗା ମାମଲାର ତଦନ୍ତ ଲାଗି ଏସଆଇଟି ଗଠନ କରିଥିବା ଜଣାପଡିଛି। ଏଥିଲାଗି ୨ଟି ଟିମ୍ ଗଠିତ ହୋଇଥିବା ବେଳେ ସମଗ୍ର ମାମଲାର ଏସଆଇଟି ଯାଞ୍ଚ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.