ଆଠଗଡ଼ ୦୭/୧୧: କଟକ ଜିଲ୍ଲା ବଡ଼ମ୍ବା ତହସିଲଦାର ନୀଳକଣ୍ଠ ବେହେରାଙ୍କ ବୋଲେରୋ ଗାଡ଼ିକୁ ନିଆଁ ଲଗାଇ ଦେଲେ କିଛି ଦୁର୍ବୁତ୍ତ । ଘଟଣା ଘଟିଛି ଗତକାଲି ବିଳମ୍ବିତ ରାତିରେ ।
ଦୁର୍ବୃତ୍ତ ମାନେ ଆସି ଗାଡିଟିରେ ନିଆଁ ଲଗାଇ ଦେଇଛନ୍ତି । ସ୍ଥାନୀୟ ଲୋକ ମାନେ ଦେଖିବା ପରେ ଦୁର୍ବୃତ୍ତ ମାନେ ସେଠାରୁ ଖସି ପଳାଇଯାଇଥିବା ବେଳେ ସ୍ଥାନୀୟ ଲୋକମାନେ ନିଆଁକୁ ଲିଭାଇ ଦେଇଥିଲେ। ଗାଡ଼ିଟି ଆଂଶିକ ପୋଡି ଯାଇଛି । ବଡମ୍ବା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି । ବାଲି ଏବଂ ପଥର ମାଫିଆ ମାନେ ଏଭଳି କରିଥିବା ଅନୁମାନ କରାଯାଉଛି ।