ତହସିଲଦାରଙ୍କୁ ମାଡ ଘଟଣା, ସଂପୃକ୍ତ ୪ ଯୁବକଙ୍କୁ ଉଠାଇ ଆଣିଲା ପୋଲିସ୍

Published By : Prameya-News7 Bureau | December 06, 2022 IST

ବାଲିପାଟଣା ୦୬/୧୨: ବାଲିପାଟଣା ତହସିଲଦାରଙ୍କୁ ମାଡ ଘଟଣାରେ ଆକ୍ସନରେ ବାଲିପାଟଣା ପୋଲିସ୍ । ତହସିଲଦାରଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ୪ ଜଣ ଯୁବକଙ୍କୁ ଉଠାଇ ଆଣିଲା ପୋଲିସ୍ । ସମସ୍ତ ୪ ଯୁବକଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଅଛି । ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସର ୨ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରୁଛନ୍ତି । ଖୁବ୍ ଶିଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଆଇଆଇସି କୃପାସିନ୍ଧୁ ବରାଡ ସୂଚନା ଦେଇଛନ୍ତି ।

ସୋମବାର ଦିନ ଏକ ବାଲି ବୋଝେଇ ହାଇୱା ଟ୍ରକ୍ କୁ ଜବତ କରିବା ବେଳେ ଟ୍ରକ୍‌ ମାଲିକ ସୟଦ ସାହିଲ୍, ସୟଦ ରାହିଲ୍ , ସେଖ୍ ଅବଦୁଲ୍ ଜଲିଲ୍ ଏବଂ ଅନ୍ୟମାନେ ବାଲିପାଟଣା ତହସିଲଦାର ମୃତ୍ୟୁଞ୍ଜୟ ତ୍ରିପାଠୀ ଙ୍କୁ ଗାଳି ଗୁଲଜ କରିବା ସହ ମାଡ ମାରିଥିଲେ । ଏମାନଙ୍କ ମାଡରେ ତହସିଲଦାର ଆହାତ ହୋଇ ଥିଲେ । ଏ ନେଇ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ ତହସିଲଦାର ମୃତ୍ୟୁଞ୍ଜୟ ତ୍ରିପାଠୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.