ବାରମ୍ୱାର ଦାବି ପରେ ବି ଶୁଣିଲାନି ପ୍ରଶାସନ, ଜଳନିଷ୍କାସନ ଲାଗି ତହସିଲଦାରଙ୍କୁ ଦିଆଗଲା ଦାବି ପତ୍ର
22/08/2022 at 3:01 PM

ସାଲେପୁର ୨୨/୦୮: ଧାନକ୍ଷେତ ପାଟରୁ ଜଳନିଷ୍କାସନ ନେଇ ତହସିଲଦାରଙ୍କୁ ଦାବିପତ୍ର। କଟକ ଜିଲ୍ଲା କିଶନନଗର ତହସିଲ ଅଧିନ ବଡ଼ବିଲ ଗହୀରରୁ ଜଳ ନିଷ୍କାସନନେଇ ଶତାଧିକ ଚାଷୀଙ୍କ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ । ୪ ରୁ୫ ବର୍ଷଧରି ଚାଷୀମାନେ ଦାବି କରି ଆସୁଥିବାବେଳେ ପ୍ରଶାସନପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।
କିଶନନଗର ଅଞ୍ଚଳର ଖେଣ୍ଟାଳ ଓ ଇସାଣିବ୍ରହ୍ମପୁର ଅଞ୍ଚଳର କିଛିଚାଷୀ ଗହୀରର ସଫେଇ କେନାଲକୁ ଅବରୋଧ କରିବା ସହ ଗାଡ଼ିଆଖୋଳି ଉକ୍ତ ସଫେଇ କେନାଲକୁ ପୋତିଦେବା ଫଳରେ ଏଭାଳି ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ଅଭିଯୋଗ କରିଛନ୍ତି ।
ଏନେଇ ଆଜି ତହସିଲଦାରଙ୍କୁ ବାଲିସୁକ୍ରୀ ଠାରୁ ଆରମ୍ଭକରି ତରଡାପଡା, ଜଗନ୍ନାଥପୁର, ପ୍ରହାରାଜପୁର, ଇସାଣିବ୍ରହ୍ମପୁର, ଖେଣ୍ଟାଳ ଆଦି ଅଞ୍ଚଳର ଶତାଧିକ ଚାଷୀ ଜଳନିଷ୍କାସନ ପ୍ରତିବାଦରେ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ଯଦି ଆଗାମୀ ଦିନରେ ଏହାର ପ୍ରତିକାର କରାନଯାଏ କିଶନନଗର ଅଂଚଳର ଚାଷୀମାନେ ଆନ୍ଦୋଳନ ଓହ୍ଲାଇବା ସହିତ ରାଜରସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି।