ବିଶ୍ୱକପ୍ ହକିର ପ୍ରଚାର ପ୍ରସାର ଆଗେଇ ଆସିଲେ ତହସିଲଦାର, ଜାତୀୟ ରାଜପଥରେ ଆଙ୍କିଲେ ଚିତ୍ର
4/01/2023 at 12:12 PM

ଖଲ୍ଲିକୋଟ ୦୪/୦୧: ଭାରତର ଜାତୀୟ ଖେଳ ହକି । ଓଡ଼ିଶାରେ ଆଉ କିଛି ଦିନ ପରେ ଆରମ୍ଭ ହେବ ବିଶ୍ୱକପ ପୁରୁଷ ହକି । ଏହାର ପ୍ରଚାର ପ୍ରସାର ନିମନ୍ତେ ରାଜନେତା ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ଓ ସାଧାରଣ ଜନତା ମାନେ ମଧ୍ୟ ଲାଗିପଡିଛନ୍ତି ।
ସେହିପରି ହକିର ପ୍ରଚାର ପ୍ରସାର ପାଇଁ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ନିଆରା ଉଦ୍ୟମ କରିଛନ୍ତି । ସେ ଗଞ୍ଜାମ ସହର ସ୍ଥିତ ଦାମୋଦରପୁର ଗ୍ରାମ ନିକଟସ୍ଥ ପୁରୁଣା ୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଏକ ପ୍ରାଚୀର ମଧ୍ୟରେ ତୁଳି ଧରି ଏକ ମହିଳା ହକି ଖେଳାଳିଙ୍କ ଆକର୍ଷଣୀୟ ଚିତ୍ର ନିଜ ହାତରେ ଆଙ୍କି ରଙ୍ଗ ଦେଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଉକ୍ତ ରାସ୍ତାରେ ଯାଉଥିବା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏନେଇ ତହସିଲଦାରଙ୍କୁ ବିଭିନ୍ନ ମହଲରୁ ଉଚ୍ଚ ପ୍ରଶଂସା କରାଯାଉଛି ।
Related Posts
ଯୁବକଙ୍କ ଗଳିତ ମୃତଦେହ ଠାବ, ପୋଲିସ କରୁଛି ତଦନ୍ତ
29 January 2023
ବାଳକ ପେଟରେ ପଶିଗଲା ବର୍ଚ୍ଛା, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
29 January 2023