ମୃତ ବ୍ୟକ୍ତିଙ୍କ ନାଁରେ ଜମି ବିକ୍ରି ଘଟଣା: ତହସିଲଦାର ଓ ଅତିରିକ୍ତ ତହସିଲଦାର ନିଲମ୍ୱିତ
6/07/2022 at 5:40 PM

ବଲାଙ୍ଗୀର, ୦୬।୦୭: ମୃତ ବ୍ୟକ୍ତିଙ୍କ ନାଁରେ ଜମି ବିକ୍ରି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ତହସିଲଦାର ମାଘବାନ ବାଗ ଓ ଅତିରିକ୍ତ ତହସିଲଦାର ହରେକୃଷ୍ଣ ରାଉତଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଉଭୟଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି l
ସୂଚନା ଥାଉକି, ବଲାଙ୍ଗୀର ଧୁମାମରା ଜମି କେଳେଙ୍କାରୀ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୨ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଜମି ମାଫିଆ ମାଧବ ପୃଷ୍ଟି ସହ ଉତ୍ତମ ନାଗକୁ ଗିରଫ କରିଥିଲା ସଦର ଥାନା ପୋଲିସ । ଅନ୍ୟ ଜଣେ ସହଯୋଗୀ ଦେବରାଜ ରାଉତକୁ ଥାନାରେ ଅଟକ ରଖିଥିଲା ପୋଲିସ୍ । ହ୍ୟାଣ୍ଡରାଇଟିଂ ବ୍ୟୁରୋଙ୍କୁ ଜବତ ଦସ୍ତାବିଜ ପଠାଯାଇଥିଲା । ସେପଟେ ୯୧ CRPCରେ ତହସିଲଦାରଙ୍କୁ ବଲାଙ୍ଗୀର ପୋଲିସ ନୋଟିସ୍ ଜାରି କରିଥିଲା ।
ଉଲ୍ଲେଖଯୋଗ୍ୟ ଯେ, ବଲାଙ୍ଗୀର ଧୁମାମରା ଅଞ୍ଚଳର ମୃତ ହର୍ସ ସାଣ୍ଢଙ୍କ ଜମି ବିକ୍ରି ନେଇ ଅଭିଯୋଗ ହୋଇଥିଲା । ଘଟଣାରେ ତହସିଲଦାର ଓ ଆରଆଇଙ୍କ ସମେତ ୯ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି ।