ରାସ୍ତା ନିର୍ମାଣକୁ ନେଇ ଗ୍ରାମବାସୀ ଅସନ୍ତୁଷ୍ଟ, ତୁରନ୍ତ ସମସ୍ୟା ସମାଧାନ ଦାବିରେ ତହସିଲ୍‌ଦାର ଅଟକ

Published By : Prameya-News7 Bureau | October 10, 2022 IST

କୋରାପୁଟ, ୧୦/୧୦: ଦଶମନ୍ତପୁର ବ୍ଳକ୍ ପାଇକଫୁଲବେଡା ପଞ୍ଚାୟତରେ ତହସିଲଦାରଙ୍କୁ ଅଟକ ରଖିଛନ୍ତି ୪ ଖଣ୍ଡ ଗ୍ରାମର ଗ୍ରାମବାସୀ । ଭାରତମାଳା ରାସ୍ତା ନିର୍ମାଣରେ ଅସନ୍ତୁଷ୍ଟ ହୋଇ ଗ୍ରାମବାସୀ ଓଡପୁର ଗ୍ରାମରେ ତିନି ଦିନ ଧରି ରାସ୍ତା ଅବରୋଧ କରିଥିଲେ। ଆପୋଷ ଆଲୋଚନା ପାଇଁ ଦଶମନ୍ତପୁର ତହସିଲଦାର ଅଜୟ ପ୍ରକାଶ ତୀର୍କି ଆସିଥିଲେ। ସମସ୍ୟା ତୁରନ୍ତ ସମାଧାନ କରିବା ଦାବିରେ ତହସିଲଦାରଙ୍କୁ ଗ୍ରାମବାସୀ ଅଟକ ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.