ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ନାବାଳିକା ଶିଷ୍ୟାକୁ ଅସଦାଚରଣ କରି ଟାଇକୋଣ୍ଡୋ ଶିକ୍ଷକ ଥାନାରେ ଅଟକ

10/10/2021 at 1:03 PM

ରାଇରଙ୍ଗପୁର ୧୦/୧୦: ରାଇରଙ୍ଗପୁର ଷ୍ଟାଡିୟମକୁ ପ୍ରତିଦିନ ଅନେକ ଖେଳାଳି ନିଜର ଖେଳ ଓ କସରତ ପାଇଁ ଆସିଥାଆନ୍ତି । ପଡିଆରେ ଟାଇକୋଣ୍ଡ ମଧ୍ୟ ପ୍ରଶିକ୍ଷଣ ଦିଆଯାଏ । ତେବେ ଏକ ଅଭାବନୀୟ ଘଟଣାରେ ଲୋକଙ୍କ ପ୍ରଶିକ୍ଷକଙ୍କ ଉପରୁ ବିଶ୍ବାସ ଉଠିଯିବା ସହିତ ନିଜର ପିଲାଙ୍କୁ ପ୍ରଶିକ୍ଷଣ ପାଇଁ ଛାଡିବା ଆଗରୁ ଶହେଥର ଚିନ୍ତା କରିବେ ନିଶ୍ଚୟ ।

ପ୍ରଶିକ୍ଷଣ ଦେଉଥିବା ଜଣେ ଟାଇକୋଣ୍ଡୋ ମାଷ୍ଟର ପ୍ରଶିକ୍ଷଣ ନେଇଉଥିବା ଜଣେ ପାଞ୍ଚ ବର୍ଷିଆ ନାବାଳିକାକୁ ଷ୍ଟାଡିଅମ ପରିସରରେ ଥିବା ଘର ପଛପଟକୁ ନେଇ ଅସଦାଚରଣ କରିବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ନଜରରେ ପଡି ଯାଇଥିଲେ । ଷ୍ଟାଡିଅମରେ ଥିବା ଲୋକେ ସମ୍ପୃକ୍ତ ଟାଇକୋଣ୍ତା ମାଷ୍ଟର ଶ୍ରୀବତ୍ସ ବେହେରାକୁ ନିର୍ଧୁମ ଛେଚି ପୋଲିସ ଜିମା ଦେଇଥିଲେ ।

ବେଳେ ଆହତ ମାଷ୍ଟର ଙ୍କୁ ଚିକିତ୍ସା କରାଇ ପୋଲିସ ଅଟକ ରଖିଛି । ସେପଟେ ନାବାଳିକା ଶିଷ୍ୟାଙ୍କ ଅଭିଭାବକଙ୍କ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ଲିଖିତ ଅଭିଯୋଗ ଆସି ନଥିବା ଜଣାପଡ଼ିଛି । ପୂର୍ବରୁ ମଧ୍ୟ ଶିକ୍ଷକ ଆଗରୁ ମଧ୍ୟ ଏପରି ଅସଦାଚରଣ କରି ଆସୁଥିବା ଜଣା ପଡିବା ପରେ ସାଧାରଣ ରେ ସମ୍ପୃକ୍ତ ମାଷ୍ଟର ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।

   Related Posts