ମୁମ୍ୱାଇ ୨୯/୦୧: ୧୯୯୩ ମୁମ୍ବାଇ ସିରିଜ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ । ରାଜସ୍ଥାନର ଏକ ସ୍ପେଶାଲ କୋର୍ଟ ମୁଖ୍ୟ ଅଭିଯୁକ୍ତ ସୟଦ ଅବଦୁଲ କରିମକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ପ୍ରମାଣ ଅଭାବରୁ ଅବଦୁଲ ଦୋଷମୁକ୍ତ ହୋଇଥିବା ସୂଚନା ମିଳିଛି । ଏହା ବ୍ୟତୀତ ଦୁଇ ଅଭିଯୁକ୍ତ ଇରଫାନ୍ ଏବଂ ହେମିଦୁଦ୍ଦିନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଟୁଣ୍ଡା ବର୍ତ୍ତମାନ ଆଜମେର ଜେଲରେ ଅଛନ୍ତି ।
ସୟଦ ଅବଦୁଲ କରିମ (ଟୁଣ୍ଡା) ବାଂଲାଦେଶ ପଳାୟନ କରିବା ପୂର୍ବରୁ ୧୯୯୩ରେ ଭାରତରେ ୪୦ରୁ ଅଧିକ ବୋମା ବିସ୍ଫୋରଣ କରିଥିବା ଅଭିଯୋଗ ହୋଇଥିଲା । ୧୯୯୨ରେ ବାବ୍ରି ମସଜିଦ ଉଚ୍ଛେଦ ହେବାର ଗୋଟିଏ ବର୍ଷ ପରେ ଏହି ବିସ୍ଫୋରଣ ଘଟିଥିଲା। ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଅବଦୁଲକୁ ସମର୍ଥନ କରୁଥିବା କୁହାଯାଉଥିଲା ।
ସୟଦ ଅବଦୁଲ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଏବାର ଜଣେ ସଦସ୍ୟ ବୋଲି କୁହାଯାଏ । ୨୦୧୩ରେ ଭାରତ-ନେପାଳ ସୀମାରୁ ପୁଲିସ ତାକୁ ଗିରଫ କରିଥିଲା। କିନ୍ତୁ ବମ୍ବେରେ ହୋଇଥିବା ସିରିଜ୍ ବ୍ଲାଷ୍ଟ ଘଟଣାରେ ସାକ୍ଷ୍ୟ, ପ୍ରମାଣ ଅଭାବରୁ କୋର୍ଟ ତାକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
ସିବିଆଇ ଟୁଣ୍ଡାକୁ ଏହି ବିସ୍ଫୋରଣର ମାଷ୍ଟରମାଇଣ୍ଡ ବୋଲି ବିବେଚନା କରିଥିଲା ।
ଦେଶର ବିଭିନ୍ନ ସ୍ଥାନରେ ଟୁଣ୍ଡା ବିରୋଧରେ ଆତଙ୍କବାଦ ମାମଲା ବିଚାରାଧୀନ ଅଛି । ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ କରିବା ପାଇଁ ଟୁଣ୍ଡା ଯୁବକମାନଙ୍କୁ ତାଲିମ ଦେଇଥିବାର ଅଭିଯୋଗ ହୋଇଥିଲା । ପାକିସ୍ତାନୀ ନାଗରିକ ଜୁନାଦଙ୍କ ସହ ସେ ୧୯୯୮ରେ ଗଣେଶ ମହୋତ୍ସବରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରିଥିବା ଅଭିଯୋଗ ହୋଇଥିଲା ।