୫୨ ବର୍ଷରେ ବି ଅବିବାହିତ ଅଛନ୍ତି ତବୁ, କହିଲେ-ଅଜୟଙ୍କ ପାଇଁ ବାହା ହୋଇପାରିଲି ନାହିଁ

Published By : Prameya-News7 Bureau | January 20, 2023 IST

ମୁମ୍ଵାଇ ୨୦।୦୧: ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ ତବୁ। ନିକଟରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର 'ଦୃଶ୍ୟମ୍ ୨' ପାଇଁ ଲାଇମଲାଇଟରେ ରହିଥିଲେ। ତବୁ କେବଳ ତାଙ୍କର ଉତ୍କୃଷ୍ଟ ଅଭିନୟ ହେତୁ ନୁହେଁ ବରଂ ତାଙ୍କ ବ୍ୟକ୍ତିଗତ ଜୀବନ ହେତୁ ମଧ୍ୟ ଆଲୋଚନାରେ ଥାଆନ୍ତି। ତବୁଙ୍କ ବିଷୟରେ ଗୋଟିଏ ପ୍ରଶ୍ନ । ଯାହା ତାଙ୍କ ପ୍ରଶଂସକଙ୍କ ମନରେ ପ୍ରାୟତଃ ଆସେ। ଅଭିନେତ୍ରୀ ଏପର୍ଯ୍ୟନ୍ତ କାହିଁକି ବିବାହ କରିନାହାଁନ୍ତି? ଆସନ୍ତୁ ଆପଣଙ୍କୁ କହିବା ଯେ ତବୁଙ୍କୁ ୫୨ ବର୍ଷ ବୟସ ଏବଂ ସେ ଏପର୍ଯ୍ୟନ୍ତ ଅବିବାହିତ ଅଛନ୍ତି । ଅଭିନେତ୍ରୀ ନିଜେ ଏକ ସାକ୍ଷାତକାରରେ ଏହା ପଛର କାରଣ କହିଥିଲେ।

ତବୁଙ୍କ ନ ହେବା ପଛର କାରଣ ହେଉଛନ୍ତି  ଅଜୟ ଦେବଗନ୍ ଏବଂ ତାଙ୍କ ସମ୍ପର୍କୀୟ ସମୀର ଆର୍ଯ୍ୟ। ହଁ, ଅଭିନେତ୍ରୀ କହିଛନ୍ତି ଯେ ସେ ଅଜୟ ଦେବଗନଙ୍କୁ ୨୫ ରୁ ୨୬ ବର୍ଷ ଧରି ଜାଣିଛନ୍ତି । ତବୁ କହିଛନ୍ତି ଯେ ଅଜୟ ଏବଂ ସମୀର ପରସ୍ପରର ବହୁତ ଭଲ ବନ୍ଧୁ ଥିଲେ ଏବଂ ଯେତେବେଳେ ସେମାନେ ଛୋଟ ଥିଲେ, ଅଜୟ ଏବଂ ସମୀର ସେମାନଙ୍କ ଉପରେ ନଜର ରଖିଥିଲେ ।

ସେପର୍ଯ୍ୟନ୍ତ ସବୁକିଛି ଠିକ ଥିଲା, କିନ୍ତୁ ଯେତେବେଳେ ଅଭିନେତ୍ରୀ କୌଣସି ଏକ ପୁଅ ସହିତ କଥାବାର୍ତ୍ତା କରିବାକୁ ଚେଷ୍ଟା କରନ୍ତି, ଅଜୟ ଦେବଗାନ୍ ଏବଂ ତାଙ୍କ କଜିନ ମାର ପିଟ୍‌ କରନ୍ତି। ସେ ଆଜି ପର୍ଯ୍ୟନ୍ତ ଅବିବାହିତ ହେବାର ଏହା ଏକ ମୁଖ୍ୟ କାରଣ ଥିଲା। ତବୁଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସେ ଅଜୟ ଦେବଗନ୍ ସହ ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି । ଏଥିମଧ୍ୟରେ 'ବିଜୟପଥ', ହକିକତ୍‌ , 'ଦୃଶ୍ୟମ'ଏବଂ 'ଗୋଲମାଲ ଏଗନ' ଏବଂ 'ଦ୍ରଶ୍ୟମ-୨ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.