ଶୈଲେଶ ଲୋଧା ପରେ ଏହି ଅଭିନେତ୍ରୀ ଛାଡିବେ ‘ତାରକ୍ ମେହେତା କା ଓଲଟା ଚଷମା’ !
22/05/2022 at 1:34 PM

ମୁମ୍ବାଇ ୨୨।୦୫ : ସୋନି ସବ୍ର ଲୋକପ୍ରିୟ କମେଡି ଶୋ ‘ତାରକ ମେହେତା କା ଓଲଟା ଚଷମା’ର । ଶୋ’କୁ ନେଇ ପ୍ରଶଂସକଙ୍କ ପାଇଁ ଲଗାତା ଅନେକ ଖରାପ ଖବର ସାମ୍ନାକୁ ଆସୁଛି । ଅଭିନେତା ଶୈଲେଶ ଲୋଡା ମଧ୍ୟ ‘ତାରକ ମେହେତା’ ସିରିଏଲ୍ ଛାଡିଛନ୍ତି। ବର୍ତ୍ତମାନ ଖବର ଆସୁଛି ଯେ ଅନ୍ୟ ଜଣେ ଅଭିନେତ୍ରୀ ମଧ୍ୟ ଏହି ଶୋ’କୁ ବିଦାୟ ଦେଇ ପାରନ୍ତି ।
ନିକଟରେ ଶୋ’ର ଫେମ୍ ଅଭିନେତ୍ରୀ ବବିତା ଜୀ ଅର୍ଥାତ୍ ମୁମୁନ୍ ଦତ୍ତା ମଧ୍ୟ ଏହି ସୋ ଛାଡିବାର ସମ୍ଭାବନା ଅଛି । ଶୁଣିବାକୁ ମିଳିଛି କି ବିଗ୍ ବସ୍ ଓଟିଟିର ଦ୍ୱିତୀୟ ସିଜନ୍ ଆରମ୍ଭ ହେବ । ଏଥିପାଇଁ ମୁନମୁନଙ୍କ ପାଖକୁ ଅଫର ଆସିଛି। ଏହି ରିଆଲିଟି ଶୋ’ର ଅଂଶ ହେବା ଅର୍ଥ ହେଉଛି ମୁନମୁନ୍ ଏହି ଶୋ’କୁ ବିଦାୟ ନେଇ ପାରନ୍ତି ।
ତାଙ୍କ ଫ୍ୟାନ୍ ଫଲୋର୍ସମାନେ ତାଙ୍କୁ ମୁନ୍ମୁନ୍ ଦତ୍ତା କମ୍ ବବିତା ଜୀ ନାମରେ ଅଧିକ ଜାଣନ୍ତି। ତେବେ ୩୪ ବର୍ଷର ମୁନ୍ମୁନ୍ ଦତ୍ତା ଏପର୍ଯ୍ୟନ୍ତ ବାହା ହୋଇ ନାହାନ୍ତି । ସେ ତାଙ୍କ ଜୀବନକୁ ଖୁବ୍ ସୁନ୍ଦର ଭାବରେ ଉପଭୋଗ କରୁଛନ୍ତି । ସୋସିଆଲ୍ ମିଡିଆରେ ଅଭିନେତ୍ରୀ ଖୁବ୍ ଆକ୍ଟିଭ୍ ରୁହନ୍ତି । ତାଙ୍କ ଲକ୍ଷ ଲକ୍ଷ ଫ୍ୟାନ୍ ଫଲୋର୍ସ ଅଛନ୍ତି । ମୁନ୍ମୁନ୍ ପ୍ରଶଂସକଙ୍କ ପାଇଁ କିଛି ନା କିଛି ଫଟୋ ଭିଡିଓ ସେୟାର କରିଥାନ୍ତି ।