Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ଶୋ’ରେ ଏଣ୍ଟ୍ରି କଲେ ନୂଆ ନଟୁ କାକା,ଫ୍ୟାନ୍ସ କହିଲେ-ପୁରୁଣାଙ୍କୁ ଭୁଲି ପାରିବୁନି

1/07/2022 at 8:23 AM

ମୁମ୍ବାଇ ୦୧।୦୭: ‘ତାରକ ମେହେତା କା ଓଲଟା ଚଷମା’ରେ ଜଣେ ନୂଆ କଳାକାରର ଧମାକାଦାର ଏଣ୍ଟ୍ରି ହୋଇଛି। ଏବେ ସମୟ ଆସି ଯାଇଛି ଯାହା ପାଇଁ ଅନେକ ଅପେକ୍ଷା ଥିଲା। ଘନଶ୍ୟାମ ନାୟକଙ୍କ ମୃତ୍ୟୁ ପରଠାରୁ ଏହି ଚରିତ୍ର ଶୋ’ରେ ଦେଖିବାକୁ ମିଳୁନଥିଲା।ଲୋକମାନେ ନୂଆ ନଟୁ କାକାଙ୍କୁ ବହୁତ ମନେ ପକାଉଥିଲେ। କିନ୍ତୁ ବର୍ତ୍ତମାନ ୯ ମାସ ପରେ ନୂଆ ନଟୁ କାକାଙ୍କୁ ଶୋ’ ଏଣ୍ଟ୍ରି କରାଯାଇଛି। ଏହି ସମୟରେ ନୂଆ ନଟୁ କାକାଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଅନେକ କଳାକାର ଶୋ’କୁ  ଅଲବିଦା ଦେଇଛନ୍ତି। ବିଭିନ୍ନ କାରଣରୁ ଶୋ’ ଛାଡିବା କାରଣରୁ ଯୋଗୁଁ ଶୋ’ର ଟିଆରପି ଉପରେ ପ୍ରଭାବ ପଡିଥିଲା। ଯାହା ପରେ ନିର୍ମାତାମାନେ ସେହି ଚରିତ୍ରଗୁଡ଼ିକର ପ୍ରତ୍ୟାବର୍ତ୍ତନ ଉପରେ ଧ୍ୟାନ ଦେବା ଆରମ୍ଭ କରିଛନ୍ତି । ନଟୁ କାକା ଏବେ ଫେରିଛନ୍ତି ପହଞ୍ଚିଛନ୍ତି। ଯେଉଁଥିପାଇଁ ଖୁସିର ଲହରୀ ଖେଳିଯାଇଥିବାବେଳେ ଖୁବ୍‌ ଶୀଘ୍ର ଦୟାବେନଙ୍କୁ ମଧ୍ୟ ଶୋ’କୁ ଅଣାଯିବ ବୋଲି ଯୋଜନା ଚାଲିଛି। ଅନ୍ୟପଟେ, ଦିଶା ଏହି ଚରିତ୍ରରେ ଅଭିନୟ କରିବେ କି ନାହିଁ ତାହା ଉପରେ ସନ୍ଦେହ ରହିଛି, କିନ୍ତୁ ବର୍ତ୍ତମାନ ନିର୍ମାତାମାନେ ସ୍ପଷ୍ଟ କରିଛନ୍ତି ଯେ ସେମାନେ ଶୀଘ୍ର ଦୟାବେନ ଶୋ’କୁ ଫେରିବେ।

   Related Posts