‘ତାରକା ମେହେତାକା ଓଲଟା ଚଷମା’ ଫେମ୍ ସୁନୀଲ ହୋଲକରଙ୍କ ଦେହାନ୍ତ, ଦୀର୍ଘଦିନ ଧରି ଥିଲେ ଅସୁସ୍ଥ
15/01/2023 at 8:20 AM

ମୁମ୍ଵାଇ ୧୫।୦୧: ଛୋଟ ପରଦାରୁ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଟିଭି ଶୋ’ ତାରକ ମେହେତାକା ଓଲଟା ଚଷମାରେ କାମ କରୁଥିବା ସୁନୀଲ ହୋଲଙ୍କର ଦେହାନ୍ତ ହୋଇଛି। ୪୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛନ୍ତି। ଦୀର୍ଘଦିନରୁ ସେ ଲିଭର୍ ସିରୋସିସ୍ ରୋଗରେ ପୀଡ଼ିତ ଥିଲେ। ବହୁତ ଚିକିତ୍ସା ହେବା ପରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ବର୍ତ୍ତମାନ ଏହି ଖବର ଜଣାପଡ଼ିବା ପରେ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।
ଏହି ଦୁନିଆକୁ ବିଦାୟ ଦେବା ପୂର୍ବରୁ ସୁନୀଲ ତାଙ୍କ ପ୍ରିୟ ଲୋକଙ୍କ ପାଇଁ ଏକ ଶେଷ ବାର୍ତ୍ତା କରିଥିଲେ। ଯେତେବେଳେ ସେ ଅନୁଭବ କଲେ ଯେ ବର୍ତ୍ତମାନ ସେ ଏହି ଦୁନିଆ ଛାଡିବାକୁ ଯାଉଛନ୍ତି। ସେତେବେଳେ ସେ ପ୍ରଶଂସକମାନଙ୍କୁ ତାଙ୍କ ହୃଦୟରୁ କହିଥିଲେ “ବନ୍ଧୁଗଣ, ଏହା ମୋର ସମସ୍ତଙ୍କ ପାଇଁ ଶେଷ ବାର୍ତ୍ତା । ତୁମର ଏହି ବନ୍ଧୁ ସ୍ୱର୍ଗକୁ ଯାଉଛନ୍ତି। ଯଦି ମୁଁ କିଛି ଭୁଲ୍ କହିଛି କିମ୍ବା କୌଣସି ଭୁଲ କରିଛି ଦୟାକରି ମୋତେ କ୍ଷମା କରନ୍ତୁ।”
୧୨ ଜାନୁୟାରୀରେ ସୁନୀଲଙ୍କ ନିଧନ ହୋଇଥିବା ବେଳେ ଶୁକ୍ରବାର ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଶେଷ ଥର ତାଙ୍କୁ ଜାତୀୟ ପୁରସ୍କାର ବିଜେତା ଫିଲ୍ମ ‘ଗୋଷ୍ଟ ଏକା ପୈଠାଣାଚୀ’ରେ ଦେଖିବାକୁ ମିଳିଥିଲା। ସୁନୀଲ ୧୨ ବର୍ଷ ବୟସରୁ ଥିଏଟର ସହ ଯୋଡ଼ି ହୋଇଥିଲେ। ସେ ଅନେକ ଟେଲିଭିଜନ ଧାରାବାହିକ ସହ ହିନ୍ଦୀ ଏବଂ ମରାଠୀ ଫିଲ୍ମରେ କାମ କରିଥିଲେ।