ପରଦାକୁ ଆସିଲା ‘ତାରକ୍ ମେହତାକା ଛୋଟା ଚଷମା’, ଆନିମେଟେଡ୍ ଭର୍ସନରେ ଦେଖିବାକୁ ମିଳିବ ୩ୟ ସିଜିନ୍
18/05/2022 at 8:41 AM

ମୁମ୍ବାଇ୧୮।୦୫: ଟେଲି ଦୁନିଆର ସବୁଠାରୁ ଲୋକପ୍ରିୟ ଟିଭି ଶୋ’ ତାରକ ମେହେତା କା ଓଲଟା ଚଷମା। ଏହି ଶୋ ୧୩ ବର୍ଷରୁ ଅଧିକ ସମୟ ଧରି ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛି ।ଏହି ଶୋ’ପ୍ରତି ଘରେ ଘରେ ପରିଚିତ। ଚରିତ୍ର ଗୁଡ଼ିକ ମଧ୍ୟରେ ଜେଟାଲାଲ୍, ଦୟାବେନ୍, ବବିତା ଜୀ ଖୁବ୍ ଲୋକପ୍ରିୟ । ଦୀର୍ଘ ଦିନ ଧରି ଶୋ’ ପାଇଁ ନୂଆ ଦୟାବେନ୍ ଖୋଜା ହୋଇଥିଲେ ମଧ୍ୟ ମିଳି ପାରି ନାହିଁ । ନିର୍ମାତାମାନେ ଏବେ ଏପରି କିଛି ବ୍ୟବସ୍ଥା କରିଛନ୍ତି, ଯାହା ମାଧ୍ୟମରେ ଆପଣ ପୁଣି ଥରେ ଗୋକୁଲଧାମ ସୋସାଇଟିରେ ଦୟାବେନଙ୍କୁ ଦେଖିପାରିବେ ।

ନିର୍ମାତାମାନେ ନିକଟରେ ‘ତାରକ ମେହେତାକା ଓଲଟା ଚଷମା’ର ଆନିମେଟେଡ୍ ଭର୍ସନକୁ ଲଞ୍ଚ କରିଛନ୍ତି । ଏହା ହେଉଛି ଶୋ’ର ତୃତୀୟ ସିଜନ, ଯାହା ଗ୍ରୀଷ୍ମ ଛୁଟି ସମୟରେ ପିଲାମାନଙ୍କୁ ମନୋରଞ୍ଜନ କରିବାକୁ ପୁରାପୁରି ପ୍ରସ୍ତୁତ । ପ୍ରଥମ ଓ ଦ୍ବିତୀୟ ସିଜିନ୍କୁ ଖୁବ୍ ପସନ୍ଦ କରିଥିଲେ । ଶୋ’ର ପ୍ରଥମ ଏପିସୋଡ୍ ୧୬ ମେ’ରେ ପ୍ରସାରିତ ହୋଇ ସାରିଛି। ବର୍ତ୍ତମାନ ନିର୍ମାତାମାନେ ଶୋ’ର ତୃତୀୟ ସିଜିନ୍ ପାଇଁ ବହୁତ ଉତ୍ସାହିତ ଅଛନ୍ତି । ଆଶା କରୁଛନ୍ତି ଯେ ପୂର୍ବ ସିଜିନ୍ ପରି ପିଲାମାନେ ମଧ୍ୟ ଏହି ସିଜିନ୍କୁ ମଧ୍ୟ ପସନ୍ଦ କରିବେ ।