Koffee With Karan7ରେ କାହିଁକି ଆସିଲେ ନାହିଁ ତାପସୀ, କଲେ ଖୁଲାସା

Published By : Prameya-News7 Bureau | August 08, 2022 IST

ମୁମ୍ବାଇ ୦୮।୦୮: ବଲିଉଡର ଜଣାଶୁଣା ଅଭିନେତ୍ରୀ ତାପସୀ ପନ୍ନୁ । ଦକ୍ଷ ଅଭିନୟ ବଳରେ ଇଣ୍ଡଷ୍ଟ୍ରିରେ ଏକ ସ୍ଥାନ ହାସଲ କରିଛନ୍ତି। 'ପିଙ୍କ' ଓ 'ସାବାସ୍‌ ମିଠୁ' ପରି ହିଟ୍ ଫିଲ୍ମରେ କାମ କରିବା ପରେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆଗାମୀ ଫିଲ୍ମ 'ଦୋବାରା' ଅଗଷ୍ଟ ୨୯ରେ ରିଲିଜ୍‌ ହେବାକୁ ଯାଉଛି। ଏହାର ପ୍ରମୋସନରେ ତାଙ୍କୁ କିଛି ପ୍ରଶ୍ନ ପଚରାଯାଇଥିଲା। ଯାହାର କାରଣ ମଧ୍ୟ କହିଥିଲେ। ବର୍ତ୍ତମାନ ତାହା ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ତାପସୀଙ୍କ ନୂଆ ଫିଲ୍ମ'ଦୋବାରା' ପ୍ରମୋସନରେ ଇଭେଣ୍ଟରେ ପହଞ୍ଚିଥିଲେ। ଏହାକୁ ଧ୍ୟାନରେ ରଖି ଗଣମାଧ୍ୟମ ତାପସୀଙ୍କୁ ପଚାରିଥିଲେ ଯେ ତାଙ୍କୁ କରଣଙ୍କ ଶୋ’କୁ କାହିଁକି ନିମନ୍ତ୍ରଣ କରାଯାଇ ନାହିଁ? ପ୍ରଶ୍ନର ଉତ୍ତରରେ ଅଭିନେତ୍ରୀ ଥଟ୍ଟା କରି କହିଥିଲେ ଯେ କରଣଙ୍କ ସହ ତାଙ୍କୁ କଫି ନିମନ୍ତ୍ରଣ କରିବା ପାଇଁ ତାଙ୍କ ସେକ୍ସ ଲାଇଫ୍ ସେତେ ମଜାଦାର ନୁହେଁ। ତେଣୁ ତାଙ୍କୁ 'କଫି ୱିଥ୍‌ କରଣ' କୁ କାହିଁକି ନିମନ୍ତ୍ରଣ କରାଯିବ। କହିବାକୁ ଗଲେ କଫି ୱିଥ୍ କରଣର ନୂଆ ସିଜନରେ ପ୍ରାୟତଃ ସେକ୍ସ ଲାଇଫ୍ ଉପରେ ହିଁ ଆଲୋଚନା ହେଉଛି ।

‘ସାବାସ୍ ମିଠୁ’ରେ ତାପସୀ ପୂର୍ବତନ ଭାରତୀୟ କ୍ରିକେଟର ମିତାଲି ରାଜଙ୍କ ଭୁମିକାରେ ନଜର ଆସିଥିଲେ। ଏହି ଫିଲ୍ମରେ ତାଙ୍କର ଅଭିନୟ ପାଇଁ ତାଙ୍କୁ ବେଶ୍ ପ୍ରଶାଂସା କରାଯାଇଥିଲା। ଏବେ ସେ ପୁଣିଥରେ ଅନୁରାଗ କାଶ୍ୟପଙ୍କ ଦ୍ବାରା ନିର୍ଦ୍ଦେଶିତ ଫିଲ୍ମ ସହ 'ଦୋବାରା'ରେ ନଜର ଆସିବେ। ଏହି ଚଳଚ୍ଚିତ୍ରଟି ଶୋଭା କପୁର ଏବଂ ଏକତା କପୁରଙ୍କ କଲ୍ଟ ମୁଭି ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହି ଫିଲ୍ମ ଅଗଷ୍ଟ ୧୯ ରେ ବକ୍ସ ଅଫିସରେ ମୁକ୍ତିଲାଭ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.