ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

T20 World Cup: ଇତିହାସ ରଚିଲା ଜିମ୍ବାଓ୍ଵେ, ସ୍କଟଲାଣ୍ଡକୁ ହରାଇ ସୁପର-୧୨ରେ ପ୍ରବେଶ

21/10/2022 at 6:42 PM

ନୂଆଦିଲ୍ଲୀ: ଇତିହାସ ରଚିଲା ଜିମ୍ବାଓ୍ଵେ। ଆଇସିସି ଟି-୨୦ ବିଶ୍ଵ କପ୍‌ ପ୍ରଥମ ରାଉଣ୍ଡର ଶେଷ ମ୍ୟାଚ୍‌ରେ ସ୍କଟଲାଣ୍ଡକୁ ୫ ଓ୍ଵିକେଟ୍‌ରେ ହରାଇ ସୁପର ୧୨ରେ ପ୍ରବେଶ କରିଛି। ଅନ୍ୟପଟେ ପରାଜୟ ସହ ଟି-୨୦ ବିଶ୍ଵ କପ୍‌ରୁ ବିଦାୟ ନେଇଛି ସ୍କଟଲାଣ୍ଡ। ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ନେଦରଲାଣ୍ଡ ସହ ଜିମ୍ବାଓ୍ଵେ ଗ୍ରୁପ ବିରେ ସ୍ଥାନ ପାଇଛି। ପ୍ରଥମେ ବ୍ୟାଟିଂ କରି ଜର୍ଜ ମୁନସିଙ୍କ ୫୪ ରନ ବଲରେ ସ୍କଟଲାଣ୍ଡ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୩୨ ରନ କରିଥିଲା। ଜବାବରେ କ୍ରେଗ୍ ଏଭିନଙ୍କ ୫୮ ରନ ଏବଂ ସିକନ୍ଦର ରାଜାଙ୍କ ୪୦ ରନ ବଳରେ ୧୮.୩ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।

ଟସ୍ ଜିତି ସ୍କଟଲାଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇବାରୁ ଦ୍ରୁତ ଗତିରେ ରନ କରି ପାରିନଥିଲା। ଜର୍ଜ ମୁନସିଙ୍କୁ ବାଦ୍ ଦେଲେ ବାକି କୌଣସି ବ୍ୟାଟସମ୍ୟାନ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ମାକଲିଡ୍ ୨୫ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଜର୍ଜ ମୁନସୀଙ୍କ ୫୧ ବଲ୍‌ରୁ ୭ ଚୌକା ସହ ୫୪ ରନର ଇନିଂସ ଦମରେ ସ୍କଟଲାଣ୍ଡ ୬ ଓ୍ଵିକେଟ୍ ହରାଇ ୧୩୨ ରନ କରିପାରିଥିଲା।

ଜବାବରେ ଜିମ୍ବାଓ୍ଵେ ବି ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ତେବେ କ୍ରେଗ ଏରଭିନ ଏବଂ ସିକନ୍ଦର ରାଜାଙ୍କ ଦମଦାର ବ୍ୟାଟିଂ ବଳରେ ଜିମ୍ବାଓ୍ଵେ ୧୮.୩ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। କ୍ରେଗ୍ ଏରଭିନ ୫୪ ବଲ୍‌ରୁ ୬ ଚୌକା ସହ ୫୮ ରନ କରିଥିଲେ। ସିକନ୍ଦର ରଜା ୨୩ ବଲ୍‌ରୁ ୩ ଚୌକା ଏବଂ ୨ ଛକା ସହ ୪୦ ରନ କରିଥିଲେ।

   Related Posts