T20 World Cup: ଅଷ୍ଟ୍ରେଲିଆ ପହଞ୍ଚିବା ମାତ୍ରେ ଅଭ୍ୟାସ୍ ଆରମ୍ଭ କଲା ଭାରତୀୟ ଦଳ, ସୋମବାର ପ୍ରଥମ ମ୍ୟାଚ୍

Published By : Prameya-News7 Bureau | October 07, 2022 IST

ମେଲବୋର୍ଣ୍ଣ: ଅକ୍ଟୋବର ୧୬ରୁ ଆରମ୍ଭ ହେଉଥିବା ଟି-୨୦ ବିଶ୍ଵ କପ୍‌ ପାଇଁ ଭାରତୀୟ ଦଳ ଅଷ୍ଟ୍ରେଲିଆ ପହଞ୍ଚି ସାରିଛି। ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ସେନା ଅଷ୍ଟ୍ରେଲିଆ ପହଞ୍ଚିବା ମାତ୍ରେ ମଇଦାନକୁ ଓହ୍ଲାଇଛନ୍ତି। ଭାରତୀୟ ଦଳ ବର୍ତ୍ତମାନ ପର୍ଥରେ ଅଛନ୍ତି। ଏଠାରେ  ହିଁ ବିଶ୍ଵ କପ୍‌ ପାଇଁ ଦଳ ପ୍ରସ୍ତୁତି କରିବ। ପର୍ଥରେ ପହଞ୍ଚିବା ପରେ ଭାରତୀୟ ଦଳ ଶୁକ୍ରବାର ସକାଳେ ପ୍ରତିଷ୍ଠିତ ଓ୍ଵାକା ଷ୍ଟାଡିୟମରେ ପ୍ରଥମ ଅଭ୍ୟାସ୍ ସେସନରେ ସାମିଲ୍ ହୋଇଛନ୍ତି।

ଭାରତୀୟ ଦଳ ଏବଂ ସହାୟକ କର୍ମୀ ଗୁରୁବାର ମୁମ୍ବାଇରୁ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିଥିଲେ। ବିସିସିଆଇ ଶୁକ୍ରବାର ଭାରତୀୟ ଖେଳାଳିଙ୍କ ଏକ ଫଟୋ ସେୟାର କରିଛି, ଯେଉଁଥିରେ ଖେଳାଳି ପର୍ଥ ଷ୍ଟାଡିୟମରେ ଅଭ୍ୟାସ୍ କରୁଥିବା ଦେଖିବାକୁ ମିଳିଛି।

wp:html /wp:html

ବିଶ୍ଵ କପ୍‌ରେ ଅଂଶଗ୍ରହଣ କରୁଥିବା ଅଧିକାଂଶ ଦଳ ବର୍ତ୍ତମାନ ପ୍ରତିଯୋଗିତାମୂଳକ କ୍ରିକେଟ୍ ଖେଳୁଛନ୍ତି। ଭାରତୀୟ ଦଳ ନିଜ ପ୍ରଥମ ମ୍ୟାଚ୍ ଖେଳିବା ପୂର୍ବରୁ କିଛି ଅଭ୍ୟାସ୍ ମ୍ୟାଚ୍ ଖେଳିବ। ଭାରତ ଅକ୍ଟୋବର ୧୦ ଏବଂ ଅକ୍ଟୋବର ୧୩ରେ ପର୍ଥରେ ଦୁଇଟି ଅଭ୍ୟାସ୍ ମ୍ୟାଚ୍ ଓ୍ଵେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଇଲେଭନ ବିପକ୍ଷରେ ଖେଳିବ।

ଏହା ପରେ ଦଳ ବ୍ରିସବେନ ଗସ୍ତ କରିବ। ସେଠାରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ଅକ୍ଟୋବର ୧୭ ଏବଂ ୧୯ରେ ଦୁଇଟି ଆନୁଷ୍ଠାନିକ ଅଭ୍ୟାସ୍ ମ୍ୟାଚ୍ ଖେଳିବ। ଅକ୍ଟୋବର ୨୩ରେ ରୋହିତ ବାହିନୀ ଚିର ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳି ନିଜର ବିଶ୍ଵ କପ୍ ଅଭିଯାନ ଆରମ୍ଭ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.