ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଆଇସିସିର ବଡ ନିଷ୍ପତ୍ତି, ଟି-୨୦ ବିଶ୍ଵ କପ୍‌ରେ ପ୍ରଥମ ଥର ଲାଗୁ ହେବ ଏହି ନିୟମ

10/10/2021 at 3:56 PM

ନୂଆଦିଲ୍ଲୀ ୧୦।୧୦: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଆଗାମୀ ଟି-୨୦ ବିଶ୍ଵ କପ୍‌କୁ ନେଇ ବଡ ନିଷ୍ପତ୍ତି ନେଇଛି। ୟୁଏଇ ଓ ଓମାନରେ ଖେଳାଯିବାକୁ ଥିବା ପୁରୁଷ ଟି-୨୦ ବିଶ୍ଵ କପ୍‌ରେ ପ୍ରଥମ ଥର ଡିଆରଏସର ବ୍ୟବହାର କରାଯିବ। ଆଇସିସି ଟୁର୍ଣ୍ଣାମେଣ୍ଟରେ ଏହାର ଉପଯୋଗକୁ ମଞ୍ଜୁରୀ ଦେଇଛି। ଏଥିସହ ଆଗାମୀ ଟୁର୍ଣ୍ଣାମେଣ୍ଟରେ ଡିଆରଏସ ମଧ୍ୟ ସାମିଲ୍ କରାଯିବ। ପୁରୁଷ ଟି-୨୦ ବିଶ୍ଵ କପ୍‌ ଅକ୍ଟୋବର ୧୭ ରୁ ନଭେମ୍ବର ୧୪ ମଧ୍ୟରେ ଖେଳାଯିବ।

ଇଏସପିଏନ କ୍ରିକଇନମ୍ଫୋର ରିପୋର୍ଟ ଅନୁଯାୟୀ, ପ୍ରତ୍ୟେକ ଦଳ ପ୍ରତ୍ୟେକ ଇନିଂସରେ ଦୁଇଟି ଡିଆରଏସ ନେଇ ପାରିବେ। ଶେଷ ଥର ୨୦୧୬ରେ ଖେଳାଯାଇଥିବା ପୁରୁଷ ଟି-୨୦ ବିଶ୍ଵ କପ୍‌ରେ ଡିଆରଏସ ଉପଯୋଗ କରାଯାଇନଥିଲା।  ହେଲେ ଓ୍ଵେଷ୍ଟଇଣ୍ଡିଜରେ ଖେଳାଯାଇଥିବା ଆଇସିସି ମହିଳା ଟି-୨୦ ବିଶ୍ଵ କପ ୨୦୧୮ରେ ପ୍ରଥମ ଡିଆରଏସର ଉପଯୋଗ ହୋଇଥିଲା। ଏହା ପରେ ୨୦୨୦ରେ ଖେଳାଯାଇଥିବା ମହିଳା ଟି-୨୦ ବିଶ୍ଵ କପ୍‌ରେ ମଧ୍ୟ ଏହି ପ୍ରଣାଳୀର ବ୍ୟବହାର କରାଯାଇଥିଲା।

ଉଲ୍ଲେଖନୀୟ ଟି-୨୦ ବିଶ୍ଵ କପ୍‌ରେ ଭାରତ ଅକ୍ଟୋବର ୨୪ରେ ପାକିସ୍ତାନ ବିପକ୍ଷ ମୁକାବିଲାରୁ ନିଜର ଅଭିଯାନ ଆରମ୍ଭ କରିବ। ବର୍ତ୍ତମାନ ୟୁଏଇରେ ଆଇପିଏଲ ୨୦୨୧ ଖେଳାଯାଉଛି।

   Related Posts