ଟି-୨୦ ବିଶ୍ୱକପ୍ ଲାଗି ଅଷ୍ଟ୍ରେଲିଆ ଅଭିମୁଖେ ଟିମ୍ ଇଣ୍ଡିଆ, BCCI ସେୟାର କଲା ଫଟୋ

Published By : Prameya-News7 Bureau | October 06, 2022 IST

ମୁମ୍ୱାଇ ୦୬/୧୦: ଆରମ୍ଭ ହୋଇଛି ଟିମ୍ ଇଣ୍ଡିଆର ମିଶନ୍ ବିଶ୍ୱକପ୍ । ଏଥିପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛି ଭାରତୀୟ ଟିମ୍ । ମୁମ୍ବାଇ ବିମାନ ବନ୍ଦରରୁ ଦଳ ସିଧା ଯାଇ ପର୍ଥରେ ପହଞ୍ଚିଛି । ବିଶ୍ୱକପରେ ଭାରତୀୟ ଟିମ୍ ସୁପର-୧୨ ଗ୍ରୁପର ଗ୍ରୁପ ୨ରେ ରହିଛି । ଯେଉଁଥିରେ ଟିମ୍ ଇଣ୍ଡିଆ ସହିତ ପାକିସ୍ତାନ, ସାଉଥ୍ ଆଫ୍ରିକା ଓ ବାଂଲାଦେଶ ରହିଛନ୍ତି । ତେବେ କ୍ୱାଲିଫାଇଙ୍ଗ ମ୍ୟାଚ୍ ପରେ ଆଉ ଦୁଇଟି ଟିମ୍ ଏହି ଗ୍ରୁପରେ ଯୋଗ ଦେବେ । କିଛି ଦିନ ତଳେ ହିଁ ଭାରତୀୟ ଟିମ୍ ନିଜ ମାଟିରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି ।

wp:html /wp:html

ତୃତୀୟ ଟି-୨୦ରେ ପରାସ୍ତ ହୋଇଥିଲେ ବି ଦଳ ୨-୧ରେ ସିିରିଜ୍ କବଜା କରିଛି । ତେଣୁ ଏକ ଦୃଢ ମନୋବଳ ସହ ଦଳ ବିଶ୍ୱକପରେ ଯୋଗ ଦେବାକୁ ବାହାରିଛି । ଟିମ୍ ଇଣ୍ଡିଆର ବିଶ୍ୱକପ୍ ଅଭିଯାନ ଅକ୍ଟୋବର ୨୩ରୁ ଆରମ୍ଭ ହେବ । ଯାହାକିି ପାକିସ୍ତାନ ବିରୋଧରେ ଖେଳିବ ଟିମ୍ ଇଣ୍ଡିଆ । ତେବେ ଏହା ପୂର୍ବରୁ ଟିମ୍ ଇଣ୍ଡିଆ ଆଗ ପର୍ଥରେ ପହଞ୍ଚିବ । ସେଠାରେ ୧୩ ତାରିଖରୁ ଦଳ ଦୁଇଟି ୱାର୍ମଅପ୍ ମ୍ୟାଚ୍ ଖେଳିବ ।
ଟିମ୍ ଇଣ୍ଡିଆର ବିଶ୍ୱକପ୍ ଦଳ:
ରୋହିତ ଶର୍ମା (ଅଧିନାୟକ), କେ ଏଲ ରାହୁଲ (ଉପ-ଅଧିନାୟକ),ବିରାଟ କୋହଲି, ସୂର୍ଯ୍ୟକମାର ଯାଦବ, ଦୀପକ ହୁଡ୍ଡା, ରିଷଭ ପନ୍ତ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନୀ, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ ଓ ଅର୍ଶଦୀପ ସିଂହ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.