T20 World Cup 2022: ଟି-୨୦ ବିଶ୍ଵ କପ୍ ପାଇଁ ପାକିସ୍ତାନ ଦଳ ଘୋଷିତ, ଫେରିଲେ ଶାହିନ ଶାହ ଆଫ୍ରିଦି
15/09/2022 at 6:51 PM

ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପ୍ ୨୦୨୨ ପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ଗୁରୁବାର ନିଜର ଦଳ ଘୋଷଣା କରିଛି। ବାବର ଆଜମଙ୍କ ନେତୃତ୍ଵରେ ୧୫ ଜଣିଆ ଦଳ ଘୋଷଣା କରାଯାଇଛି। ଦଳରେ ଦ୍ରୁତ ବୋଲର ଶାହିନ ଆଫ୍ରିଦି ଏବଂ ବ୍ୟାଟର ଶାନ ମସୁଦଙ୍କୁ ସ୍ଥାନ ମିଳିଛି। ଦଳରେ ଅନୁଭବୀ ବ୍ୟାଟସମ୍ୟାନ ସୋଏବ ମଲିକଙ୍କୁ ସୁଯୋଗ ମିଳିନାହିଁ। ଦଳରେ ସେହି ଖେଳାଳିଙ୍କୁ ସ୍ଥାନ ମିଳିଛି ଯେଉଁମାନେ ନିକଟରେ ଟି-୨୦ ଦଳର ଅଂଶ ଥିଲେ।
ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରିଥିବା ଶାନ ମସୁଦଙ୍କ ଟି-୨୦ ଅନ୍ତର୍ଜାତୀୟ ପଦାର୍ପଣ କରିବା ବାକି ରହିଛି। ହାଇଦର ଅଲ୍ଲୀଙ୍କୁ ଦଳରେ ସୁଯୋଗ ମିଳିଛି। ସେ ଶେଷ ଥର ୨୦୨୧ ଡିସେମ୍ବରରେ ପାକିସ୍ତାନ ପକ୍ଷରୁ ଖେଳିଥିଲେ। ଫକର ଜମାନଙ୍କୁ ଦଳରେ ସ୍ଥାନ ମିଳିନଥିବା ବେଳେ ରିଜର୍ଭ ଖେଳାଳି ଭାବେ ଦଳରେ ରଖାଯାଇଛି। ତାଙ୍କ ସ୍ଥାନ ନେଇଛନ୍ତି ହାଇଦର ଅଲ୍ଲୀ। ଆହତ କାରଣରୁ ଏସିଆ କପ୍ ଖେଳି ପାରିନଥିବା ଦଳର ତାରକା ବୋଲର ଶାହିନ ଶାହ ଆଫ୍ରିଦିଙ୍କୁ ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଛି। ଓ୍ଵାସିମ ଜୁନିୟର ମଧ୍ୟ ଦଳକୁ ଫେରିଛନ୍ତି।
Ticket to Australia! 🎟️🇦🇺
— Pakistan Cricket (@TheRealPCB) September 15, 2022
Our ICC @T20WorldCup-bound squad 🙌#BackTheBoysInGreen pic.twitter.com/S07IokFB0W
ମୁଖ୍ୟ ଚୟନକର୍ତ୍ତା ମୋହମ୍ମଦ ଓ୍ଵାସିମ କହିଛନ୍ତି, ଆମ ନିକଟରେ ଏମିତି ଦଳ ରହିଛି ଯିଏ ପୁରୁଷ ଟି-୨୦ ବିଶ୍ଵକପ୍ ୨୦୨୨ରେ ଦମଦାର ପ୍ରଦର୍ଶନ କରି ପାରିବେ। ଏଥିପାଇଁ ଆମେ ପ୍ରାୟତଃ ସେହି ଖେଳାଳିଙ୍କ ଉପରେ ବିଶ୍ଵାସ ଏବଂ ଆତ୍ମ ବିଶ୍ଵାସ ଦେଖାଇଛୁ ଯେଉଁମାନେ ୨୦୨୧ ବିଶ୍ଵ କପ୍ ପରେ ଟି-୨୦ ଦଳର ସଦସ୍ୟ ଥିଲେ। ଏହି ଖେଳାଳିମାନେ ୨୦୨୧ ନଭେମ୍ବର ପରଠୁ ଭଲ ପ୍ରଦର୍ଶନ କରି ଆସିଛନ୍ତି।
ଟି-୨୦ ବିଶ୍ଵ କପ୍ ପାଇଁ ପାକିସ୍ତାନ ଦଳ
ବାବର ଆଜମ(ଅଧିନାୟକ), ଶାଦାବ ଖାନ(ଉପ ଅଧିନାୟକ), ଆସିଫ ଅଲ୍ଲୀ, ହାଇଦର ଅଲ୍ଲୀ, ହାରିସ ରଉଫ, ଇଫତିକାର ଅହମ୍ମଦ, ଖୁସଦିଲ ଶାହ, ମହମ୍ମଦ ହସନେନ, ମହମ୍ମଦ ନଓ୍ଵାଜ, ମହମ୍ମଦ ରିଜଓ୍ଵାନ, ମହମ୍ମଦ ଓ୍ଵାସିମ, ନସୀମ ଶାହ, ଶାହିନ ଶାହ ଆଫ୍ରିଦି, ଶାନ ମସୁଦ, ଉସ୍ମାନ କାଦିର।
ରିଜର୍ଭ- ଫକର ଜମାନ, ମହମ୍ମଦ ହାରିସ, ଶାହନଓ୍ଵାଜ ଦହାନୀ।