ଟିମ୍‌ ଇଣ୍ଡିଆକୁ BCCI ଦେଇଛି ୧୨୫ କୋଟି; ରୋହିତଙ୍କୁ ୫, ରିଙ୍କୁକୁ ୧ କୋଟି, ଜାଣନ୍ତୁ ଆଉ କାହାକୁ ମିଳିବ କେତେ ?

Published By : Prameya-News7 Bureau | July 10, 2024 IST

ନୂଆଦିଲ୍ଲୀ ୧୦।୦୭: ଟି-୨୦ ବିଶ୍ୱକପ ୨୦୨୪ । ମ୍ୟାଚ୍‌ ଜିତି ବିଶ୍ବ ବିଜେତା ହୋଇଛି ଟିମ୍‌ ଇଣ୍ଡିଆ । ୧୭ ବର୍ଷ ପରେ ଓ୍ବାର୍ଲ୍ଡକପ୍‌ ଜିତିଛି ଟିମ୍‌ ଇଣ୍ଡିଆ । ପୁରସ୍କାର ରାଶି ଭାବେ ବିସିସିଆଇ ଘୋଷଣା କରିଥିଲା ୧୨୫ କୋଟି । ବାରବାଡୋରୁ ଫେରିବା ପରେ ବିସିସିଆଇ ସଚିବ ଜୟ ଶାହା ବିଜୟ ପରେଡରେ ୱାନଖଡେ ଷ୍ଟାଡିୟମରେ ଟିମ୍‌କୁ ଦେଇଥିଲେ ୧୨୫କୋଟିର ଚେକ୍‌ । ଯାହାକୁ ନେଇ ହୋଇଥିଲା ଖୁବ୍‌ ଚର୍ଚ୍ଚା ।  ଫ୍ୟାନ୍ସଙ୍କ ମଧ୍ୟରେ ଚାଲିଥିଲା ଗସିପ୍‌, ୧୨୫କୋଟିରୁ କେଉଁ ଖେଳାଳୀ ପାଇବେ କେତେ ପୁରସ୍କାର ରାଶି ?  ଆସନ୍ତୁ ଜାଣିବା କେମିତି ବଣ୍ଟା ହେବ ଏହି ଟଙ୍କା ? କାହାକୁ ମିଳିବ କେତେ ?  

ରିପୋର୍ଟ ଅନୁଯାୟୀ, ଏହି ପୁରସ୍କାର ରାଶି ପ୍ଲେୟର୍ସ, ସପୋର୍ଟ ଷ୍ଟାଫ୍, କୋଚ୍ ଏବଂ ଚୟନକର୍ତ୍ତାଙ୍କ ମଧ୍ୟରେ ବଣ୍ଟାଯିବ । ଏହାକୁ ୧୫ ଜଣିଆ ଟିମ୍‌ର ପ୍ରତ୍ୟେକ ପ୍ଲେୟରଙ୍କୁ ୫ କୋଟି ଟଙ୍କା ମିଳିବ । ଏହାବ୍ୟତୀତ ବିଜେତା ଟିମ୍‌ର ହେଡ୍‌ କୋଚ୍‌ ରାହୁଲ ଦ୍ରାବିଡଙ୍କୁ ମଧ୍ୟ ମିଳିବ ୫କୋଟି ଟଙ୍କା । ରୋହିତ ଶର୍ମା, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ଜଶସ୍ବୀ ଜୈସଓ୍ବାଲ୍‌ଙ୍କୁ ମିଳିବ ୫ କୋଟି । 

ସେହିପରି ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍‌, କୁଲଦୀପ ଯାଦବ, ଜସପ୍ରୀତ ବୁମରାହ, ହାର୍ଦ୍ଦିକ ପାଣ୍ଡ୍ୟା, ଅର୍ଶଦୀପ ସିଂ, ୟଜୁବେନ୍ଦ୍ର ଚହଲ, ସଞ୍ଜୁ ସାମସନ, ମହମ୍ମଦ ସିରାଜ, ରାହୁଲ ଦ୍ରାବିଡ୍‌ଙ୍କୁ ମିଳିବ ୫ କୋଟି ଲେଖାଏଁ ପୁରସ୍କାର ରାଶି । ସେହିପରି ଏଥିରେ ସାମିଲ୍‌ ଅଛନ୍ତି ବ୍ୟାଟିଂ କୋଚ୍ ବିକ୍ରମ ରାଠୋର, ଫିଲ୍ଡିଂ କୋଚ୍ ଟି ଦିଲୀପ ଏବଂ ବୋଲିଂ କୋଚ୍ ପାରାସ୍ ହାମ୍ବ୍ରେ । ଏମାନଙ୍କୁ ୨.୫ କୋଟି ଟଙ୍କା ଲେଖାଏଁ ମିଳିବ ପୁରସ୍କାର ରାଶି ।

ଟିମ୍‌ ଇଣ୍ଡିଆର ୩ ଫିଜିଓ, ୩ ଥ୍ରୋ ଡାଉନ ସ୍ପେଶାଲିଷ୍ଟ, ୨ ମସାଜ୍‌ ଥେରାପିଷ୍ଟଙ୍କ ବ୍ୟତୀତ ଷ୍ଟ୍ରେନ୍ଥ ଏବଂ କଣ୍ଡିନଶନିଙ୍ଗ୍‌ କୋଚଙ୍କୁ ମିଳିବ ୨କୋଟି ଟଙ୍କା ଲେଖାଏଁ ଟଙ୍କା । ଏହାବ୍ୟତୀତ ଅଜିତ ଅଗରକରଙ୍କ ନେତୃତ୍ୱରେ ଥିବା ୫ ସଦସ୍ୟ ବିଶିଷ୍ଟ ଚୟନ କମିଟିର ପ୍ରତ୍ୟେକ ସଦସ୍ୟଙ୍କୁ ମିଳିବ ୧ କୋଟି । ୪ଜଣ ରିଜର୍ଭ ଖେଳାଳି ରିଙ୍କୁ ସିଂ, ଶୁଭମାନ ଗିଲ, ଆଭେଶ ଖାନ ଏବଂ ଖଲିଲ ଅହମ୍ମଦଙ୍କୁ ମିଳିବ ୧କୋଟି ଲେଖାଏଁ ଟଙ୍କା । 

 ରିପୋର୍ଟ ଅନୁଯାୟୀ ବିଶ୍ବକପ୍‌ରେ ଟିମ୍‌ ଇଣ୍ଡିଆ ଦଳରେ ମୋଟ ୪୨ ଜଣ ଥିଲେ । ଏଥିମଧ୍ୟରେ ଟିମ୍‌ର ଭିଡିଓ ଆନାଲିଷ୍ଟ, ବିସିସିଆଇର ଷ୍ଟାଫ୍‌ ମେମ୍ବର ଏବଂ ଟିମ୍‌ର ଲଜିଷ୍ଟିକ୍‌ ମ୍ୟାନେଜର ମଧ୍ୟ ସାମିଲ ରହିଥିଲେ । ଅବଶିଷ୍ଟ ଥିବା ୧୦.୫ କୋଟି ଟଙ୍କା ଏମାନଙ୍କ ମଧ୍ୟରେ ବଣ୍ଟାଯିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.