Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

T20 WC: ସେମି ଫାଇନାଲ୍‌ର ଚିତ୍ର ସ୍ପଷ୍ଟ, ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ-ପାକିସ୍ତାନ ମୁକାବିଲା, ଇଂଲଣ୍ଡକୁ ଭେଟିବ ଭାରତ

6/11/2022 at 5:52 PM

ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପ୍‌ ୨୦୨୨ର ସୁପର ୧୨ ମୁକାବିଲା ସମାପ୍ତ ପରେ ସେମି ଫାଇନାଲ୍‌ ପାଇଁ ଚାରୋଟି ଦଳ ସ୍ଥିର ହୋଇ ଯାଇଛି। ଆଉ ନକଆଉଟ୍‌ ପର୍ଯ୍ୟାୟର ଚିତ୍ର ମଧ୍ୟ ସ୍ପଷ୍ଟ ହୋଇ ଯାଇଛି। ଗ୍ରୁପ-୧ରୁ ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ସେମିକୁ ଉନ୍ନୀତ ହୋଇଥିବା ବେଳେ ଗ୍ରୁପ-୨ରୁ ଭାରତ ଏବଂ ପାକିସ୍ତାନ ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଭାରତ ନିଜର ଶେଷ ମୁକାବିଲାରେ ଜିମ୍ବାଓ୍ଵେକୁ ୭୧ ରନରେ ହରାଇ ଗ୍ରୁପ-୨ର ଶୀର୍ଷ ସ୍ଥାନ ହାସଲ କରିଛି। ଦୁଇ ଗ୍ରୁପରେ ଶୀର୍ଷରେ ଥିବା ଦଳ ଅନ୍ୟ ଗ୍ରୁପର ଦ୍ଵିତୀୟ ସ୍ଥାନରେ ଥିବା ଦଳ ସହ ମ୍ୟାଚ୍ ଖେଳିବେ। ତେଣୁ ସେମି ଫାଇନାଲ୍‌ରେ ଗ୍ରୁପ-୨ର ଶୀର୍ଷରେ ଥିବା ଦଳ ଭାରତ ସେମି ଫାଇନାଲ୍‌ରେ ଗ୍ରୁପ-୧ରେ ଦ୍ଵିତୀୟରେ ଥିବା ଇଂଲଣ୍ଡକୁ ଭେଟିବ। ସେହି ପରି ନ୍ୟୁଜିଲାଣ୍ଡ ସେମିରେ ପାକିସ୍ତାନ ସହ ମୁକାବିଲା କରିବ।

ଟି-୨୦ ବିଶ୍ଵ କପ୍ ୨୦୨୨ର ପ୍ରଥମ ସେମି ଫାଇନାଲ୍‌ ମ୍ୟାଚ୍ ନଭେମ୍ବର ୯ ତାରିଖରେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ। ଏଥିରେ ମୁହାଁମୁହିଁ ହେବେ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ। ଦ୍ଵିତୀୟ ସେମି ଫାଇନାଲ୍‌ ମ୍ୟାଚ୍‌ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ଏହି ମୁକାବିଲା ନଭେମ୍ବର ୧୦ରେ ଆଡିଲେଡ୍‌ର ଓଭାଲ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ। ଦୁଇ ସେମି ଫାଇନାଲ୍‌ ମ୍ୟାଚ୍‌ର ବିଜେତା ନଭେମ୍ବର ୧୩ରେ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ।

ସେମି ଫାଇନାଲ୍ କ୍ରୀଡାସୂଚୀ

ନ୍ୟୁଜିଲାଣ୍ଡ ବନାମ ପାକିସ୍ତାନ- ନଭେମ୍ବର ୯, ସିଡନୀ(ଅପରାହ୍ନ ୧ଟା୩୦)

ଭାରତ ବନାମ ଇଂଲଣ୍ଡ- ନଭେମ୍ବର ୧୦, ଆଡିଲେଡ୍(ଅପରାହ୍ନ ୧ଟା୩୦)

ଟି-୨୦ ବିଶ୍ଵ କପ୍ ୨୦୨୨ରେ ଭାରତର ଯାତ୍ରା

ବନାମ ପାକିସ୍ତାନ- ୪ ଓ୍ଵିକେଟ୍‌ରେ ବିଜୟୀ

ବନାମ ନେଦରଲାଣ୍ଡ- ୫୬ ରନରେ ବିଜୟୀ

ବନାମ ଦକ୍ଷିଣ ଆଫ୍ରିକା- ୫ ଓ୍ଵିକେଟ୍‌ରେ ବିଜୟୀ

ବନାମ ବାଂଲାଦେଶ-  ୫ ରନରେ ବିଜୟୀ

ବନାମ ଜିମ୍ବାଓ୍ଵେ- ୭୧ ରନରେ ବିଜୟୀ

   Related Posts