ମ୍ୟାଚ୍‌ ହାରିବା ପରେ ନିରାଶ ହେଲେ ‘ମାରୋ ମୁଝେ ମାରେ’ ଫେମ୍‌ ମୋମିନ୍‌ ସାକିବ୍‌, ସେୟାର କଲେ ଇମୋସନାଲ୍‌ ଭିଡିଓ…

Published By : Prameya-News7 Bureau | November 14, 2022 IST

ମୁମ୍ଵାଇ ୧୪।୧୧: ରବିବାର ଅର୍ଥାତ୍‌ ଗତକାଲି ଟି -୨୦ ୱାଲ୍ଡକପ୍‌ ଥିଲା। ଏହି ଫାଇନାଲ୍‌ ମ୍ୟାଚ୍‌ରେ ଇଂଲଣ୍ଡ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଛି। ଏହା ସହ ୱାଲ୍ଡକପ୍‌ର ଟାଇଟଲ୍‌କୁ ଜିତି ଇତିହାସ ସୃଷ୍ଟି କରିଛି। ଏହି ବିଜୟ ସହିତ ଇଂଲଣ୍ଡ ୱେଷ୍ଟଇଣ୍ଡିଜ୍ ପରେ ଦ୍ୱିତୀୟ ଦଳ ହୋଇ ଦୁଇଥର ଟି-୨୦ ବିଶ୍ୱକପ ଜିତିଲା। ଏଥି ସହିତ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରିବା ପରେ ପାକିସ୍ତାନୀ ପ୍ରଶଂସକମାନେ ବହୁତ ନିରାଶ ହୋଇଥିଲେ। ଏହି କ୍ରମରେ ସୋସିଆଲ ମିଡିଆରେ 'ମାରୋ ମୁଝେ ମାରୋ' ଫେମ୍‌ ମୋମିନ ସାକିବଙ୍କ ଏକ ଭାବପ୍ରବଣ ଭିଡିଓ ଭାଇରାଲ ହେଉଛି। ଯାହା ସେ ଫାଇନାଲରେ ପାକିସ୍ତାନକୁ ପରାସ୍ତ ହେବା ପରେ ଭିଡିଓ ଦେଖିବାକୁ ମିଳିଥିଲା।  

wp:html
/wp:html

ମୋମିନ ତାଙ୍କ ଇନଷ୍ଟାଗ୍ରାମ୍‌ରେ ଏକ ଭାବପ୍ରବଣ ଭିଡିଓ ସେୟାର କରିଥିଲେ । ଯାହା ଦିନକୁ ଦିନ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓରେ ମୋମିନ ହାରିବା ପରେ ନିଜ ସାଥୀଙ୍କୁ ସାହସ ଦେଉଥିବାର ନଜର ଆସିଛନ୍ତି। ଏଥି ସହିତ ମୋମିନ ଏହି ଭିଡିଓରେ କହିଛନ୍ତି ଯେ 'ହାରିତ ଯାଇଛେ ନା. '। ଭିଡିଓରେ ଏତେ ଭାବପ୍ରବଣ ଦେଖାଯାଉଛନ୍ତି ଯେ ତାଙ୍କ ଆଖିରୁ ଲୁହ ବାହାରୁଛି । ଭିଡିଓଟି ଏବେ ଦିନକୁ ଦିନ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ ଯେ ଫାଇନାଲରେ ପ୍ରଥମେ ବ୍ୟାଟିଂ କରୁଥିବାବେଳେ ପାକିସ୍ତାନ ୨୦ ଓଭରରେ ୧୩୭ ରନ୍ କରିଥିଲା। ଏହି ସମୟରେ ଶାନ ମସୁଦ ୩୮ ରନ କରିଥିଲେ। କିନ୍ତୁ ଇଂଲଣ୍ଡ ୧୯ ଓଭରରେ ୫ ୱିକେଟ୍ ହରାଇ ମ୍ୟାଚ୍ ଜିତିଥିଲା। ବେନ ଷ୍ଟୋକ୍ସ ଇଂଲଣ୍ଡ ପାଇଁ ୫୨ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ୪୯ ବଲର ସାମ୍ନା କରୁଥିବା ବେଳେ ୫ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।  ସାମ କୁରାନ ଦଳ ପାଇଁ ୩ ୱିକେଟ୍ ନେଇଥିଲେ। ଆଦିଲ ରସିଦ ଏବଂ କ୍ରିସ ଜୋର୍ଡାନ ୨-୨ ୱିକେଟ ନେଇଥିଲେ। ଏହି ବିଶ୍ୱକପ୍‌ରେ ଚମତ୍କାର ପ୍ରଦର୍ଶନ ପାଇଁ ସାମ କୁରାନଙ୍କୁ ମ୍ୟାନ୍ ଅଫ୍ ସିରିଜ୍ ଏବଂ ମ୍ୟାଚ୍ର ପୁରସ୍କାର ପ୍ରଦାନ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.