T 20 ଟିମ୍ ଅଫ ଦ ଇୟର ଘୋଷଣା କଲା ICC, ୩ ଭାରତୀୟ ଖେଳାଳି ସାମିଲ୍
23/01/2023 at 3:55 PM

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ସୋମବାର ପୁରୁଷ ଟି-୨୦ ଅନ୍ତର୍ଜାତୀୟ ଟିମ୍ ଅଫ ଦ ଇୟର ୨୦୨୨ର ଘୋଷଣା କରିଛି। ଜୋସ୍ ବଟଲରଙ୍କୁ ଦଳର ଅଧିନାୟକ କରାଯାଇଛି। ବଟଲର ଗତ ବର୍ଷ ଇଂଲଣ୍ଡକୁ ଟି-୨୦ ବିଶ୍ଵ କପ୍ ଚାମ୍ପିଅନ କରାଇଥିଲେ। ଦଳରେ ବିରାଟ କୋହଲିଙ୍କ ସମେତ ୩ ଭାରତୀୟ ଦଳକୁ ସ୍ଥାନ ମିଳିଛି। କୋହଲି ଗତ ବର୍ଷ ଟି-୨୦ ଅନ୍ତର୍ଜାତୀୟରେ ସଫଳ ବ୍ୟାଟର ଥିଲେ।
ବିରାଟ କୋହଲିଙ୍କ ବ୍ୟତୀତ ସୂର୍ଯ୍ୟକୁମାର ଯାଦବ ଏବଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ୍ ଅଫ ଦ ଇୟର ୨୦୨୨ ଦଳରେ ସ୍ଥାନ ମିଳିଛି। ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ୨୦୨୨ ସଫଳତମ ବର୍ଷ ଥିଲା। ସେ ୨୦୨୨ରେ ଟି-୨୦ ଅନ୍ତର୍ଜାତୀୟରେ ୧୦୦୦ରୁ ଅଧିକ ରନ କରିବାରେ ଏକ ମାତ୍ର ବ୍ୟାଟର ଥିଲେ। ଏହି ସଫଳତା ଅନ୍ୟ କୌଣସି ଭାରତୀୟ ବ୍ୟାଟର ହାସଲ କରି ପାରିନଥିଲେ।

ଟିମ୍ ଅଫ ଦ ଇୟର ୨୦୨୨ରେ ଇଂଲଣ୍ଡର ତିନି ଖେଳାଳି, ପାକିସ୍ତାନରୁ ଦୁଇ ଖେଳାଳି ସାମିଲ୍ ଥିବା ବେଳେ ଶ୍ରୀଲଙ୍କା, ଜିମ୍ବାଓ୍ଵେ, ଆୟରଲାଣ୍ଡ ଏବଂ ନ୍ୟୁଜିଲାଣ୍ଡରୁ ଜଣେ ଲେଖାଏଁ ଖେଳାଳିଙ୍କୁ ସ୍ଥାନ ମିଳିଛି। ଏହି ସବୁ ଖେଳାଳି ଗତ ବର୍ଷ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ।
ଏ ଖବର ପଢନ୍ତୁ- ଶାମି-ସିରାଜ ଏବଂ ବୁମରା… ଭାରତକୁ ବିଶ୍ଵ କପ୍ ଜିତାଇବେ ଏହି ତ୍ରିମୂର୍ତ୍ତି !
ଟିମ୍ ଅଫ ଦ ଇୟର ୨୦୨୨
ଜୋସ୍ ବଟଲର(ଅଧିନାୟକ ଏବଂ ଓ୍ଵିକେଟ୍ କିପର), ମହମ୍ମଦ ରିଜଓ୍ଵାନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଗ୍ଲେନ ଫିଲିପ୍ସ, ସିକନ୍ଦର ରାଜା, ହାର୍ଦ୍ଦିକ ପାଣ୍ଡ୍ୟା, ସାମ କୁରନ, ଓ୍ଵାନିନ୍ଦୁ ହସରଙ୍ଗା, ହାରିସ ରାଉଫ, ଜୋସ୍ ଲିଟିଲ୍।