ଇଏ ସେହି ବ୍ୟକ୍ତି ଯିଏ ଭାରତର ନିର୍ବାଚନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣି ସରକାରଙ୍କୁ ପକାଇଥିଲେ ହରଡ଼ଘଣାରେ, ଲଢ଼ିଥିଲେ ରାଷ୍ଟ୍ରପତି ନିର୍ବାଚନ

Published By : Prameya-News7 Bureau | November 23, 2022 IST

ନୂଆଦିଲ୍ଲୀ: ନିର୍ବାଚନ ପ୍ରକ୍ରିୟା କେତେ ସ୍ୱଚ୍ଛ ? ଆୟୋଗଙ୍କ ଉପରେ ପଡୁଛି କି ଚାପ ? ସଂକୁଚିତ ହେଉଛି କି ଆୟୋଗଙ୍କ ସ୍ୱାଧୀନତା ? କାହିଁକି ବାରମ୍ବାର ସିଇସିଙ୍କ କାର୍ଯ୍ୟକାଳ କମୁଛି ? ସୁପ୍ରିମକୋର୍ଟରେ ଶୁଣାଣି ବେଳେ କଣ ପାଇଁ ଉଠିଲା ଟିଏନ ଶେଷାନଙ୍କ ନାଁ ? କିଏ ଏହି ଭେଟେରାନ। ନିର୍ବାଚନ ଆୟୋଗଙ୍କ କାର୍ଯ୍ୟ ଓ ପାରଦର୍ଶିତା ଉପରେ ଦାୟର ଜନସ୍ୱାର୍ଥ ମାମଲର ଶୁଣାଣି ବେଳେ ସୁପ୍ରମିକୋର୍ଟ ଟିଏନ ଶେଷାନଙ୍କ ନାଁ ଉଠାଇଛି। ଶେଷାନଙ୍କ ଭଳି ଶକ୍ତ ଓ ଦୃଢ ମୁଖ୍ୟ ନିର୍ବାଚନ ଆୟୋଗ ଦେଶକୁ ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି।

କିଏ ଏହି ଟିଏନ ଶେଷାନ? ମୁଖ୍ୟ ନିର୍ବାଚନ ଆୟୋଗ ପଦକୁ ନେଇ କ’ଣ ରହିଛି ତାଙ୍କର ଭୂମିକା ? କେରଳର ପାଲକ୍କଡ ଜିଲ୍ଲାରେ ଜନ୍ମ ଜନ୍ମଗ୍ରହଣ କରିଥିଲେ ତିରୁନେଲ୍ଲାଇ ନାରାୟଣ ଆୟର ଶେଷାନ ଓରଫ ଟିଏନ୍‌ ଶେଷାନ। ଏହି ବ୍ୟୁରୋକାଟ୍ ଦେଶର ୧୦ତମ ସିଇସି । ୧୨ ଡିସେମ୍ବର ୧୯୯୦ରୁ ୧୧ଡିସେମ୍ବର ୧୯୯୬ ପର୍ଯ୍ୟନ୍ତ ସେ ଏହି ପଦରେ ରହିଥିଲେ। ତାଙ୍କ ସମୟରେ ନିର୍ବାଚନରେ ସ୍ୱଚ୍ଛତା ଶୀର୍ଷରେ ପହଞ୍ଚିଥିଲା। ଗଣତନ୍ତ୍ରର ମହାପର୍ବରେ ନୂଆ ଯୁଗ ଆରମ୍ଭ ହୋଇଥିଲା। ମତଦାନ ପ୍ରକ୍ରିୟାରେ ଆସିଲା ବଡ଼ ପରିବର୍ତ୍ତନ।

indianhistorypics on Twitter: "1993 :: Shri T.N. Seshan Chief Election  Commissioner of India Addressing Press Conference https://t.co/LmrNye7FSl"  / Twitter
୧୯୯୩ରେ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି ଟିଏନ୍‌ ଶେଷାନ

ନିର୍ବାଚନ କମିଶନ ସ୍ଥାପନା ଓ ପ୍ରକ୍ରିୟାରେ ସ୍ୱଚ୍ଛତାସ, ଭୋଟର କାର୍ଡ ଓ ଇଭିଏମ୍‌ର ବ୍ୟବସ୍ଥା ଆରମ୍ଭ

ଦେଶରେ ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ୨୫ ଜାନୁଆରୀ ୧୯୫୦ରେ ସ୍ଥାପନ ହୋଇଥିବା ଭାରତର ନିର୍ବାଚନ କମିଶନ ୧୯୯୦ ପର୍ଯ୍ୟନ୍ତ କେବଳ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ଭୂମିକା ନିଭାଉଥିଲା। ସେତେବେଳେ ଲାଞ୍ଚ ଦେଇ ଭୋଟ ନେବା ଖୁବ୍ ସାଧାରଣ କଥା ଥିଲା। ହେଲେ ଶେଷାନଙ୍କ ଯୁଗ ଆରମ୍ଭ ହେବା ପରେ ସ୍ୱଚ୍ଛ ନିର୍ବାଚନ ପାଇଁ ଦୃଷ୍ଟ୍ୱାନ୍ତ ମୂଳକ ପଦକ୍ଷେପ ନେଇଥିଲେ ସେ।

ନିର୍ବାଚନ ସମୟରେ ଭୋଟରଙ୍କୁ ପ୍ରଭାବିତ କରି ଭୋଟ୍ ହାତେଇବାର ଢାଞ୍ଚା ଉପରେ ବଡ଼ ପ୍ରହାର କରିଥିଲେ ଶେଷାନ। ୧୫୦କୁ ଅଧିକ ଭଷ୍ଟ୍ରାଚର କାର୍ଯ୍ୟ ଉପରେ ରୋକ୍ ଲଗାଇଥିଲେ ସେତେବେଳର ସିଇସି। ନିର୍ବାଚନ ସମୟରେ ଟଙ୍କା ବଣ୍ଟା, ମଦ, ଧର୍ମ ବିରୋଧୀ ଭାଷଣ, ୱାଲ୍ ପେଣ୍ଟିଂ ଆଦି ବ୍ୟାନ୍ କରିଥିଲେ।

ଖାଲି ସେତିକି ନୁହେଁ ନିର୍ବାଚନରେ ଇଭିଏମ ଯୁଗ ଆରମ୍ଭ କରିଥିଲେ ଟିଏ ଶେଷାନ। ମଡେଲ କୋର୍ଡ ଅଫ୍ କଣ୍ଡକ୍ଟ ଲାଗୁ କରିବାରେ ତାଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ଭୋଟର ଆଇଡି କାର୍ଡ, ନିର୍ବାଚନରେ ଖର୍ଚ୍ଚ କାଟ୍ ଆଦି ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ ନେଇଥିଲେ ସିଇସି ଶେଷାନ। ହେଲେ ଟିଏନ ଶେଷାନଙ୍କ କଠୋର ପଦକ୍ଷେପରେ ବିଚଳିତ ହୋଇଥିଲା ସେତେବେଳର କ୍ଷମତାସୀନ ପାର୍ଟି।

{"id":712811,"width":841,"height":444,"sizeSlug":"full","linkDestination":"none"}
ମୁଖ୍ୟ ନିର୍ବାଚନ କମିଶନ ଟିଏନ୍‌ ଶେଷାନଙ୍କ ସମେତ ମ୍‌ଏସ୍ ଗିଲ୍ ଓ ଜିଭିଜି କ୍ରୀଷ୍ଣମୂର୍ତ୍ତୀ (୧୯୯୬), ଫଟୋ-ଇଣ୍ଡିଆନ ଏକ୍ସପ୍ରେସ୍

ଟିଏନ୍ ଶେଷାନଙ୍କୁ ଚେକ୍ ତେବାକୁ ପ୍ରଧାନମନ୍ତ୍ରୀଙ୍କ ବଡ ପଦକ୍ଷେପ

ନିର୍ବାଚନ ପ୍ରକ୍ରିୟାରେ ସୁଧାର ଚାଲିଥିବା ବେଳେ ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ଚେକ୍ ଦେବାକୁ ୧୯୯୩ ସେତେବେଳର ପ୍ରଧାନମନ୍ତ୍ରୀ ପିଭି ନରସିଂହାରାଓଙ୍କ ସରକାର ସମ୍ବିଧାନ ପରିବର୍ତ୍ତନ ଅଧ୍ୟାଦେଶ ଆଣି ମୁଖ୍ୟ ନିର୍ବାଚନ ଅଧିକାରୀ ଥାଇ, ଆଉ ଦୁଇ ନିର୍ବାଚନ ଆୟୋଗଙ୍କୁ ନିଯୁକ୍ତି ଦେଇଥିଲେ। ରାଷ୍ଟ୍ରପତିଙ୍କ ଅନୁମତିରେ ଅନୁଚ୍ଛେଦ ୩୪୨(୨) କ୍ଲଜ୍ ୨[୩]ରେ ଇଲେକ୍ସନ କମିଶନଙ୍କ ସଦସ୍ୟତା ବଢାଇ ଆଉ ଦୁଇଜଣଙ୍କୁ ନିଯୁକ୍ତି ଦିଆଗଲା। ଏମ୍‌ଏସ୍ ଗିଲ୍ ଓ ଜିଭିଜି କ୍ରୀଷ୍ଣମୂର୍ତ୍ତୀଙ୍କୁ ନିଯୁକ୍ତି ଦେଲେ ନରସିଂହରାୱଙ୍କ ସରକାର।

ହେଲେ ସରକାରଙ୍କର ଏହି ପଦକ୍ଷେପକୁ ବିରୋଧ କରି ଟିଏନ ଶେଷାନ ସୁପ୍ରିମକୋର୍ଟ ଦ୍ୱାରସ୍ତ ହୋଇଥିଲେ ମଧ୍ୟ ତାଙ୍କ ଯାଚିକା ଖାରଜ ହୋଇଥିଲା। ଅନୁଚ୍ଛେଦ ୩୨୪ କ୍ଲଜ୍ ୨ରେ ବହୁଳତାର ଅବଧାରଣା ଯୁକ୍ତିସଂଗତ। ଏଥିରେ ନିର୍ବାଚନ ଆୟୋଗର ସଦସ୍ୟ ବୃଦ୍ଧି ନେଇ କଥା ରହିଛି। ଯେଉଁଥିରେ ସିଇସିଙ୍କ ସମେତ ଏକାଧିକ ଇସି ରହିପାରିବେ ବୋଲି କୋର୍ଟ କହିଥିଲେ।

{"id":712823,"sizeSlug":"full","linkDestination":"none"}
ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓ

ଶେଷାନଙ୍କ ଆବେଦନ ଖାରଜ ହେବା ପରେ  ଏଇଠୁ ଆରମ୍ଭ ହୋଇଥିଲା ମୁଖ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟକାଳ ହ୍ରାସ ପ୍ରକ୍ରିୟା। ସିଇସିଙ୍କ କ୍ଷମତାକୁ ପ୍ରଭାବିତ କରିବାରେ ଲାଗି ପଡିଥିଲେ ବିଭିନ୍ନ ସରକାର।

ସେବେଠାରୁ କୌଣସି ମୁଖ୍ୟ ନିର୍ବାଚନ କମିଶନ ନିଜର ପୂର୍ଣ୍ଣକାଳୀନ ଅବଧି ପୂରା କରି ନାହାନ୍ତି। ସିଇସି ନିଯୁକ୍ତି ନେଇ ସମ୍ବିଧାନରେ କୌଣସି ବିଧିବଦ୍ଧ ବ୍ୟବସ୍ଥା ନଥିବାରୁ କ୍ଷମତାରେ ଆସିଥିବା ସରକାରମାନେ ଏହାର ଫାଇଦା ଉଠାଇଛନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଯାହାକୁ ନେଇ ମଙ୍ଗଳବାର ଏକ ଜନସ୍ୱାର୍ଥ ମାମଲର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ଆଉ ଟିଏନ ଶେଷାନଙ୍କ ଭଳି ମୁଖ୍ୟ ନିର୍ବାଚନ ଆୟୋଗ ଆବଶ୍ୟକ ବୋଲି କୋର୍ଟ କହିଛନ୍ତି।    

{"width":840,"height":563}
The independence of TN Seshan | HT editorial - Hindustan Times

ରାଷ୍ଟ୍ରପତି ନିର୍ବାଚନ ଲଢିଥିଲେ ଟିଏନ୍ ଶେଷାନ, କଣ ହେଲା ରେଜଲ୍ଟ ?

ପ୍ରଶାସନିକ ସେବା କ୍ଷେତ୍ରରେ ଟିଏନ୍‌ ଶେଷାନ ଅନେକୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ମୁଖ୍ୟ ନିର୍ବାଚନ କମିଶନ ଭାବରେ ନିଯୁକ୍ତି ହେବା ପୂର୍ବରୁ ଅମଲା ଭାବେ ସେ ଅନେକ ବଡ଼ ବଡ଼ ସରକାରୀ ପଦରେ ରହିଥିଲେ। ପରମାଣୁ ଶକ୍ତି ଆୟୋଗ, ଏବଂ ମହାକାଶ ବିଭାଗରେ ସେ ଯୁଗ୍ମ ସଚିବ ଭାବେ ଦାୟିତ୍ୱ ତୁଲାଇଥିଲେ ଶେଷାନ। ସବୁଠାରୁ ବଡ଼ କଥା ହେଲା ସେ ରାଷ୍ଟ୍ରପତି ନିର୍ବାଚନ ମଧ୍ୟ ଲଢ଼ିଥିଲେ।

୧୯୯୭ରେ କଂଗ୍ରେସର କେ.ଆର୍‌ ନାରାୟଣନ ବିପକ୍ଷରେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। ସେତେବେଳେ ନାରାୟଣନଙ୍କୁ ୯୫୬,୨୯୦ ଭୋଟ ମିଳିଥିବା ବେଳେ ଶେଷାନଙ୍କୁ ମିଳିଥିଲା ମାତ୍ର ୫୦,୬୩୧ ଭୋଟ୍। ଏହି ବିଜୟ ସହ କେ.ଆର ନାରାୟଣନ ଦେଶରେ ପ୍ରଥମ ଦଳିତ ବର୍ଗର ରାଷ୍ଟ୍ରପତି ହୋଇଥିଲେ।

Presidential Elections: The Widest and Closest Margins Since 1952, And One  Rare No Contest
ଜୁଲାଇ ୨୫ ୧୯୯୭ରେ କେଆର୍ ନାରାୟଣନ ରାଷ୍ଟ୍ରପତି ଭାବେ ଶପଥ ନେଉଛନ୍ତି

ଶେଷରେ ବୃଦ୍ଧାଶ୍ରମରେ ରହିବାକୁ ପଡିିଥିଲା

ଚାକିରି କାଳ ଭିତରେ ସଚ୍ଚୋଟ ଓ ସ୍ୱଚ୍ଛତାର ସହ କାର୍ଯ୍ୟ କରି ପରିଚିତ ହୋଇଥିବା ଟିଏନ୍‌ ଶେଷାନଙ୍କୁ ଶେଷରେ ବୃଦ୍ଧାଶ୍ରମରେ ରହିବାକୁ ପଡିଥିଲା। ତାଙ୍କର କେହି ସନ୍ତାନସନ୍ତତୀ ନଥିବାରୁ ଉଭୟ ଶେଷାନ ଓ ତାଙ୍କ ପତ୍ନୀ ଜୟଲକ୍ଷ୍ମୀ ଚେନ୍ନାଇର ଗୁରୁକୁଳମ ବୃଦ୍ଧାଶ୍ରମରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ଏନେଇ ଦୈନିକ ଜାଗରଣରେ ଖବର ପ୍ରକାଶ ପାଇଥିଲା। ତାଙ୍କର କେରଳ ପଲକ୍କଡରେ ଘର ଥାଇବି ସେମାନେ ବୃଦ୍ଧାଶ୍ରମକୁ ଚାଲିିଆସିଥିଲେ। ତେବେ ଚେନ୍ନାଇ ସ୍ଥିତ ବାସଭବନରେ ସେ ଏକା ରହୁଥିବା ବେଳେ ବେଳେ ସେ ବୃଦ୍ଧାଶ୍ରାମକୁ ରହିବାକୁ ଚାଲିଆସୁଥିଲେ। ନିଜ ଆୟରେ ଆଶ୍ରମର ଅନ୍ୟ ସାଥିମାନଙ୍କୁ ସହଯୋଗ କରିବା ସହିତ ନିଜ ଖର୍ଚ୍ଚ ନିଜେ ଉଠାଉଥିଲେ ଶେଷାନ ଦମ୍ପତି।

{"width":839,"height":466}
ଚେନ୍ନାଇ ସ୍ଥିତ ବାସଭବନରେ ବାହାର ଦୃଶ୍ୟ

ବୟସାଧିକ କାରଣରୁ ଏକାଧିକ ରୋଗରେ ପୀଡ଼ିଥିଲେ ଶେଷାନ ଓ ତାଙ୍କ ପତ୍ନୀ ଜୟ ଲକ୍ଷ୍ମୀ। କର୍କଟ ରୋଗରେ ପୀଡ଼ିତ ହୋଇଥିବା ଶେଷାନଙ୍କର ୨୦୧୯ ନଭେମ୍ବର ୧୧ ତାରିଖରେ ପରଲୋକ ହୋଇଥିଲା। ୮୬ ବର୍ଷ ବୟସରେ ଚେନ୍ନାଇ ଅଲୱାରପେଟ ସ୍ଥିତ ତାଙ୍କ ବାସଭବନ ଶେଷାନ ଟିଏନ୍ ଜୟାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଏହି ସଚ୍ଚୋଟ ଅଫିସର।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.