ମହାନଦୀରେ ଦୀର୍ଘତମ ଟି-ସେତୁର ଲୋକାର୍ପଣ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | December 20, 2021 IST


ଆଠଗଡ଼ ୨୦।୧୨: ମହାନଦୀରେ ଯୋଡ଼ି ହେଲା ଆଉ ଏକ ସମ୍ପର୍କର ସେତୁ। ଲୋକାର୍ପିତ ହେଲା ବହୁ ପ୍ରତିକ୍ଷିତ ବଡ଼ମ୍ବା ଗୋପିନାଥପୁରକୁ ବାଙ୍କୀ-ବୈଦେଶ୍ୱର ସହିତ ସଂଯୋଗ ହୋଇଥିବା ଟି-ସେତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦଘାଟନ କରିଛନ୍ତି । ଏହି ସମୟରେ ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ସମେତ 5ଟି ସଚିବ ଭି.କେ ପାଣ୍ଡିଆନ ଉପସ୍ଥିତ ଥିଲେ।

ଖବର ଅନୁଯାୟୀ, ଏହି ସେତୁର ନିର୍ମାଣ ଉଦ୍‌ଘାଟନ ଦ୍ୱାରା ଭୁବନେଶ୍ୱର-ପୁରୀ-ଖୋର୍ଦ୍ଧା-ନୟାଗଡ଼-ବ୍ରହ୍ମପୁର ସହିତ ଢେଙ୍କାନାଳ, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାକୁ ଯୋଗାଯୋଗ ସହଜ ହେବ। କଟକ ଜିଲ୍ଲା ବଡ଼ମ୍ବା ଗୋପୀନାଥପୁରରୁ ବାଙ୍କୀ- ବୈଦେଶ୍ୱର ସଂଯୋଗ କରୁଛି ଏହି ଟି-ସେତୁ। ମହାନଦୀ ମଧ୍ୟଭାଗରେ ତିଆରି ହୋଇଛି ଏହି ଟି-ସେତୁ। ଏହି ସେତୁଟିର ଲମ୍ବ ୩ କିଲୋମିଟର ୧୧୮ ମିଟର ହୋଇଥିବାବେଳେ ପୋଲର ମଧ୍ୟଭାଗରୁ ସିଂହନାଥ ଶୈବପୀଠକୁ ଯୋଡ଼ାଯାଇଥିବାରୁ ଏହାକୁ ଟି-ସେତୁ ବୋଲି କୁହାଯାଉଛି। ୨୦୧୪ ରେ ଏହି ସେତୁର ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଥିବା ବେଳେ କିଛି ବୈଷୟିକ ତ୍ରୁଟି କାରଣରୁ ଏହାର କାର୍ଯ୍ୟ ବିଳମ୍ବ ହୋଇଥିଲା। ଏବେ ଏହାର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୩୨ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ସେତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.