Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟି-ବ୍ରିଜ ଅଘଟଣ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ପରିବାର ପ୍ରତି ୫ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ରାଶି ଘୋଷଣା

14/01/2023 at 8:41 PM

ଭୁବନେଶ୍ଵର: ଟି ବ୍ରିଜ୍‌ ଉପରେ ପ୍ରବଳ ଭିଡ଼ ଯୋଗୁ ଦଳାଚକଟା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ଅଘଟଣରେ ମୃତ ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି।ଏହା ସହିତ ମୃତକ ପରିବାରଙ୍କ ପ୍ରତି ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏଥିରେ ଆହତଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ମକରମେଳାରେ ପ୍ରବଳ ଗହଳି ପାଇଁ ବାଙ୍କିର ଟି ବ୍ରିଜରେ ଦଳାଚକଟା ହୋଇଛି। ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅଣନିଶ୍ୱାସି ହୋଇ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ମକର ସଂକ୍ରାନ୍ତି ପାଇଁ ସିଂହନାଥ ପିଠକୁ ଯିବାବେଳେ ଏହି ଅଘଟଣା ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ବଡ଼ମ୍ୱା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୩ ଜଣଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ସାଧାରଣ ଲୋକ ଏନେଇ ପୋଲିସ ଏବଂ ପ୍ରଶାସନକୁ ଦୋଷାରୋପ କରିଛନ୍ତି। ଘଟଣା ସ୍ଥଳରେ ମାତ୍ର ୩ ପ୍ଲାଟୁନ୍‌ ପୋଲିସ ଫୋର୍ସ ନିୟୋଜିତ ହୋଇଥିଲେ। ଏହି ଅଘଟଣରେ ମୃତାହତ ମହିଳାଙ୍କ ପାଇଁ ମୁଖ୍ୟ ମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ଏହା ସହିତ ମୃତକଙ୍କ ପରିବାରକୁ ନବୀନ ପଟ୍ଟନାୟକ ୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। 

ସ୍ୱଳ୍ପ ସଂଖ୍ୟକ ପୋଲିସ କାରଣରୁ ଏପରି ପରିସ୍ଥିତି ହୋଇଥିବା ଲୋକମାନେ ଅଭିଯୋଗ ଆଣିଛନ୍ତି। ଆଶାତୀତ ଲୋକ ଆସିଯିବାରୁ ଭିଡ଼ ହୋଇଗଲା ବୋଲି ସ୍ଥାନୀୟ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ କହିଛନ୍ତି। ସେପଟେ ଏପରି ଦଳାଚକଟାରୁ ବର୍ତ୍ତିବା ପାଇଁ କିଛି ପୋଲ ତଳକୁ ଡେଇଁ ପଡ଼ିଥିବା କୁହାଯାଇଛି। ସଂକିର୍ଣ୍ଣ ପୋଲରେ ଅଧିକ ଲୋକ ସମାଗମ ହେବାରୁ ଏପରି ପରିସ୍ଥିତି ହୋଇଥିବା କୁହାଯାଇଛି। ସେଠାରେ ଦେଢ଼ ଲକ୍ଷରୁ ୨ ଲକ୍ଷ ଜନସମାଗମ ହୋଇଥିବା ଜଣାପଡ଼ିଛି। ଆହତଙ୍କ ମଧ୍ୟରେ ମହିଳା ଏବଂ ଛୋଟପିଲା ରହିଛନ୍ତି।

   Related Posts