ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ରବିବାରଠୁ ଟି- ଟ୍ବେଣ୍ଟି କ୍ରିକେଟ୍‌ ବିଶ୍ୱକପ୍‌ : ପ୍ରଥମ ରାଉଣ୍ଡରେ ଲଢ଼ିବେ ୮ ଟିମ୍, ସୁପର୍-୧୨କୁ ଯିବେ ୪ ଦଳ

16/10/2022 at 8:01 AM

ପର୍ଥ ୧୬।୧୦ : ଆଜିଠୁ ଟି- ଟ୍ବେଣ୍ଟି କ୍ରିକେଟ୍‌ ବିଶ୍ୱକପ୍‌ । ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ ର ଏହା ଅଷ୍ଟମ ସଂସ୍କରଣ ।  ମୋଟ ୧୬ଟି ଦେଶକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ  ଅଷ୍ଟ୍ରେଲିଆର ୭ଟି ଷ୍ଟାଡିୟମ୍ ରେ ଖେଳାଯିବ । ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଫଟାଫଟ କ୍ରିକେଟ୍‌।

ତେବେ ରବିବାରଠୁ ପ୍ରଥମ ରାଉଣ୍ଡ୍ ଆରମ୍ଭ ହେଉଥିବା ବେଳେ ୨୨ ତାରିଖରୁ ସୁପର-୧୨ ରାଉଣ୍ଡ ଖେଳାଯିବ। ଆଇସିସି ମାନ୍ୟତା ଭିତ୍ତିରେ ୮ ଦଳ ସୁପର-୧୨କୁ ସିଧାସଳଖ ଯୋଗ୍ୟତା ହାସଲ କରିସାରିଥିଲା ବେଳେ ପ୍ରଥମ ରାଉଣ୍ଡରୁ ପ୍ରତି ଗ୍ରୁପ୍ ର ଦୁଇ ଶ୍ରେଷ୍ଠ ଦଳ ମୁଖ୍ୟ ପ୍ରତିଯୋଗିତାରେ ସାମିଲ ହେବେ। ଭାରତ ତା’ର ଅଭିଯାନ ୨୩ ତାରିଖରେ ପାକିସ୍ତାନ ବିପକ୍ଷରେ ମେଲ୍‌ବର୍ଣ୍ଣରେ  ଆରମ୍ଭ କରିବ। ପ୍ରଥମ ରାଉଣ୍ଡରେ ଥିବା ୮ ଦଳକୁ ଦୁଇଟି ଗ୍ରୁପ୍ ରେ ରଖାଯାଇଛି।

ପ୍ରଥମ ରାଉଣ୍ଡ୍ ଲାଗି ଗ୍ରୁପ୍ ‘ଏ’ରେ ଶ୍ରୀଲଙ୍କା, ନେଦରଲାଣ୍ଡ୍ସ, ନାମିବ୍ୟା, ୟୁଏଇ ଏବଂ ଗ୍ରୁପ୍ ‘ବି’ରେ ୱେଷ୍ଟଇଣ୍ଡିଜ୍, ସ୍କଟଲାଣ୍ଡ୍ , ଜିମ୍ବାୱେ, ଆୟର୍ଲାଣ୍ଡ ରହିଛନ୍ତି। ଉଭୟ ଗ୍ରୁପ୍ ରୁ ଶୀର୍ଷ ୨ ଦେଶକୁ ନେଇ ମୋଟ ୪ ଦଳ ସୁପର୍ ୧୨ ପର୍ଯ୍ୟାୟକୁ ଉନ୍ନୀତ ହେବା ପରେ ଶନିବାରଠାରୁ ମୁଖ୍ୟ ପ୍ରତିଯୋଗିତା ଆରମ୍ଭ ହେବ। ପୂର୍ବରୁ ସୁପର୍ -୧୨ ପର୍ଯ୍ୟାୟରେ ସିଧାସଳଖ ଖେଳିବାକୁ ଅପେକ୍ଷା କରିଛନ୍ତି ଆୟୋଜକ ଅଷ୍ଟ୍ରେଲିଆ ସହିତ ନ୍ୟୁଜିଲାଣ୍ଡ୍ , ଭାରତ, ପାକିସ୍ତାନ, ଇଂଲଣ୍ଡ, ଆଫଗାନିସ୍ତାନ, ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା।

   Related Posts