T-20 World Cup : ପ୍ରଥମ ସେମିରେ ଟସ୍‌ ଜିତିଲା ନ୍ୟୁଜିଲାଣ୍ଡ, ବୋଲିଂ କରିବ ପାକିସ୍ତାନ

Published By : Prameya-News7 Bureau | November 09, 2022 IST

ସିଡ୍‌ନୀ ୦୯।୧୧ : ସରିଲା ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ । ଏବେ ଫାଇନାଲ ମ୍ୟାଚ୍‌ ଟିକେଟ୍‌ ପାଇଁ ସେମି ଲଢେଇ । କିଏ ଯିବ ଫାଇନାଲ । ସେନେଇ ବୁଧବାରଠୁ ନକ୍‌ଆଉଟ୍‌ ମ୍ୟାଚ୍‌ ଆରମ୍ଭ । ଏହି କ୍ରମରେ ଟି-୨୦ ବିଶ୍ୱକପ୍‌ ୨୦୨୨ରେ ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ । ପ୍ରଥମ ସେମିଫାଇନାଲରେ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ । ତେଣୁ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇବ ପାକିସ୍ତାନ ।

ଚଳିତ ଟି-୨୦ ବିଶ୍ୱକପ୍‌ରେ ନିଜର ଦମ୍‌ଦାର ପ୍ରଦର୍ଶନ ବଳୟରେ ସେମିରେ ଏଣ୍ଟ୍ରି କରିଥିବା ନ୍ୟୁଜିଲାଣ୍ଡ ଦଳର ଫାଇନାଲ୍‌ ମ୍ୟାଚ୍‌ ଟିକେଟ୍‌ ଆଶାରେ ବାଧକ ସାଜିପାରେ ପାକିସ୍ତାନ । ଦଳ ସେତେଟା ଭଲ ପ୍ରଦର୍ଶନ କରିନଥିଲେ ବି ସେମି ଟିକେଟ୍‌ ପାଇବାର ସଫଳ ହୋଇଛି ପାକିସ୍ତାନ । ତେଣୁ ବୁଧବାର ଖେଳାଯାଉଥିବା ଥିବା ସେମି ମ୍ୟାଚ୍‌ ଖୁବ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ଆସନ୍ତୁ ଜାଣିବା ଲିଗ୍‌ ଓ ଗ୍ରୁପ ପର୍ଯ୍ୟାୟରେ କେଉଁ ଦଳ କେତୋଟି ମ୍ୟାଚ୍‌ ବିଜୟୀ ଏବଂ ପରାସ୍ତ ହୋଇଛି ।

ପାକିସ୍ତାନ ଦଳ ୫ଟି ମ୍ୟାଚ ଖେଳି ୩ଟିରେ ବିଜୟୀ ହୋଇଥିବା ବେଳେ ୨ଟି ମ୍ୟାଚ୍‌ରେ ପରାସ୍ତ ହୋଇଛି । ସେହିପରି ନ୍ୟୁଜିଲାଣ୍ଡ ଦଳ ୫ଟି ମ୍ୟାଚ୍‌ ଖେଳି ୩ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ୍‌ରେ ପରାସ୍ତ ହୋଇଛି । ଆଉ ଗୋଟିଏ ମ୍ୟାଚ୍‌ ବର୍ଷା କାରଣରୁ ଧୋଇଯାଇଥିଲା । ମୋଟ୍‌ ୭ ପଏଣ୍ଟ ରଖି ନ୍ୟୁଜିଲାଣ୍ଡ ସେମିରେ ଏଣ୍ଟ୍ରି କରିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.