ଦିନିକିଆ ପରେ ଟି-୨୦ ବିଶ୍ଵକପ୍‌ର ପ୍ରସ୍ତୁତି, ରୋହିତ ଶର୍ମାଙ୍କୁ ମନାଇବାରେ ଜୁଟିଲା ବିସିସିଆଇ

Published By : Prameya-News7 Bureau | November 29, 2023 IST

ନୂଆଦିଲ୍ଲୀ: ଭାରତୀୟ ଦଳ ଡିସେମ୍ବର ଆରମ୍ଭରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଏହି ଗସ୍ତରେ ଦଳ ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଖେଳିବ। ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଗୁରୁବାର ତିନି ଫର୍ମାଟର ଦଳ ଘୋଷଣା ପୂର୍ବରୁ ବିସିସିଆଇ ରୋହିତ ଶର୍ମାଙ୍କୁ ଟି-୨୦ ଦଳର ନେତୃତ୍ଵ ନେବାକୁ ମନାଇବାକୁ ଚେଷ୍ଟା କରିବ। ଗତ ବର୍ଷ ଟି-୨୦ ବିଶ୍ଵକପ୍ ସେମି ଫାଇନାଲ୍‌ରେ ଦଳ ହରିବା ପରେ ରୋହିତ ଟି-୨୦ ଦଳରୁ ଅଧିନାୟକ ପଦ ଛାଡ଼ି ଦେଇଥିଲେ।

wp:heading {"level":4}

Also read- BCCIକୁ ନିଜର ଭବିଷ୍ୟତ ଯୋଜନା ଜଣାଇ ଦେଲେ କୋହଲି, କିଛି ମାସ ଖେଳିବେନି ଦିନିକିଆ ଓ ଟି-୨୦

/wp:heading

ବିସିସିଆଇ ସଚିବ ତଥା ଚୟନ କମିଟିର ସମନ୍ଵୟକ ଜୟ ଶାହ କମିଟିର ଅଧ୍ୟକ୍ଷ ଅଜିତ୍ ଅଗରକରଙ୍କ ସହ ନୂଆଦିଲ୍ଲୀରେ ଆଲୋଚନା କରିବେ। ଏଥିରେ ତିନି ଫର୍ମାଟର କ୍ରିକେଟ୍ ସହ ଟି-୨୦ ବିଶ୍ଵକପ୍ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ଉପରେ ଆଲୋଚନା କରାଯିବ। ଟି-୨୦ର ନିୟମିତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବା କାରଣରୁ ଆସନ୍ତା ଗୋଟିଏ ମାସ ପର୍ଯ୍ୟନ୍ତ ପଡ଼ିଆକୁ ପ୍ରତ୍ୟାବର୍ତ୍ତନ କରି ପାରିବେ ନାହିଁ। ଏମିତିରେ ବିସିସିଆଇ ନିକଟରେ ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ କରିବା କିମ୍ବା ରୋହିତଙ୍କୁ ଏହି ଦାୟିତ୍ଵ ଦେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ।

ରୋହିତ ପୂର୍ବରୁ କହି ସାରିଛନ୍ତି ଯେ, ସେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିବାକୁ ଚାହାନ୍ତି ନାହିଁ। ମାତ୍ର ସେ ଯେଉଁଭଳି ନିକଟରେ ଦିନିକିଆ ବିଶ୍ଵକପ୍‌ରେ ଦଳର ନେତୃତ୍ଵ ନେଲେ ବିସିସିଆଇକୁ ଲାଗୁଛି ଯେ, ଆଗାମୀ ଟି-୨୦ ବିଶ୍ଵକପ୍‌ ପର୍ଯ୍ୟନ୍ତ ରୋହିତଙ୍କୁ ଏହି ଛୋଟ ଫର୍ମାଟରେ ଦଳର ନେତୃତ୍ଵ ନିଅନ୍ତୁ।

Rohit Sharma urges India to retain same mindset for World Cup semi-final |  The Independent

ସୂତ୍ର ଅନୁଯାୟୀ, ରୋହିତ ଟି-୨୦ ବିଶ୍ଵକପ୍ ଦଳର ମଙ୍ଗ ସମ୍ଭାଳିବାକୁ ସହମତ ହେଲେ ଆଗାମୀ ବିଶ୍ଵକପ୍ ପର୍ଯ୍ୟନ୍ତ ସେ ଦଳର ନେତୃତ୍ଵ ନେଇ ପାରନ୍ତି। ଯଦି ରୋହିତ ରାଜି ନ ହୁଅନ୍ତି ତେବେ ସୂର୍ଯ୍ୟକୁମାର ଯାଦବ ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ରେ ଦଳର ନେତୃତ୍ଵ ନେବେ।  

ଅନ୍ୟପଟେ ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଦିନିକିଆ ଓ ଟି-୨୦ ମ୍ୟାଚ୍‌ରୁ ଅବ୍ୟାହତି ନେଇଛନ୍ତି। ବିସିସିଆଇକୁ ଏ ବିଷୟରେ ଅବଗତ କରାଇ ଦେଇଛନ୍ତି ବିରାଟ କୋହଲି। ଏହାର ଅର୍ଥ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ସୀମିତ ଓଭର ସିରିଜ୍ ଓ ଆଫଗାନିସ୍ତାନ ବିପକ୍ଷ ସିରିଜ୍‌ରେ ଉପଲବ୍ଧ ରହିବେ ନାହିଁ। ଭାରତ ଡିସେମ୍ବର ୧୦ରୁ ଜାନୁଆରୀ ୭ ମଧ୍ୟରେ ଦକ୍ଷିଣ ଆଫ୍ରିକାରେ ୩ଟି ଟି-୨୦, ୩ଟି ଦିନିକିଆ ଓ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.