ଅଷ୍ଟ୍ରେଲିଆ କ୍ରିକେଟରଙ୍କ ଭବିଷ୍ୟବାଣୀ, ଏହି ୩ ଟିମ୍‌ ଟି-୨୦ ବିଶ୍ୱକପ୍‌ ପାଇଁ ଫେଭରେଟ୍‌

Published By : Prameya-News7 Bureau | October 05, 2022 IST

ମୁମ୍ବାଇ ୦୫।୧୦ : ଆଉ କିଛି ଦିନ ପରେ ଆରମ୍ଭ ହେବ ଟି-୨୦ ବିଶ୍ୱକପ୍‌ । ଏହାକୁ ନେଇ ସବୁ ଦଳ ନିଜ ନିଜର ପ୍ରସ୍ତୁତି କରିସାରିଲେଣି । ଚଳିତ ବିଶ୍ୱକପ୍‌ରେ କେଉଁ କେଉଁ ଟିମ୍‌ ରହିଛନ୍ତି ପ୍ରମୁଖ ଦାବିଦାର ?  କାହାର ରହିଛି ପଲ୍ଲା ଭାରି ? ଏସବୁ ନେଇ ବଡ଼ ବୟାନ ଦେଇଛନ୍ତି ଅଷ୍ଟ୍ରେଲିଆ ଟିମ୍‌ର ପୂର୍ବତନ କ୍ରିକେଟର ମାଇକେଲ୍‌ ଭେବେନ୍‌ ।

ସେ କହିଛନ୍ତି ଯେ, ଚଳିତ ବିଶ୍ୱକପ୍‌ରେ ଅନେକ୍‌ ଦମ୍‌ଦାର ଟିମ୍‌ ରହିଛନ୍ତି । କିନ୍ତୁ ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଟିମ୍‌ ଏବେ ଚମ୍ତକାର ଫର୍ମ ଅଛନ୍ତି । କୌଣସି ବି ବିରୋଧୀ ଦଳକୁ ଚେକ୍‌ ଦେବାରେ ଏହି ସବୁ ଦଳ ବେଶ୍‌ ସକ୍ଷମ । ତେଣୁ ଚଳିତ ବିଶ୍ୱକପ୍‌ ଜିତିବାରେ  ଏହି ୩ଟି ଟିମ୍‌ ଫେଭରିଟ୍‌ । ଏହି ତିନୋଟି ଯାକ ଦଳ ନିକଟରେ ଜଣଙ୍କଠୁ ଜଣେ ଉଚ୍ଚକୋଟିର ଖେଳାଳି ରହିଛନ୍ତି । କୌଣସି ବି ପରିସ୍ଥିତିରେ ମ୍ୟାଚ୍‌ର ଦିଗ ପରିବର୍ତ୍ତନ କରିବାରେ ପୁରା ପାରଙ୍ଗମ ଏହି ଖେଳାଳି ।  

ସେହିପରି ଶ୍ରୀଲଙ୍କା ଟିମ୍‌ ପ୍ରସଙ୍ଗରେ କହିଛନ୍ତି ଯେ, ଟିମ୍‌ ଲଗାତର କିଛି ମାସ ହେଲା ଭଲ ପ୍ରଦର୍ଶନ କରିଆସୁଛି । ଉଚ୍ଚକୋଟୀର ପ୍ରଦର୍ଶନ ଲାଗି ଟିମ୍‌ ଚଳିତ ବର୍ଷ ଏସିଆ କପ୍‌ ମଧ୍ୟ ଜିତିଛି । ବିରୋଧୀ ଦଳକୁ ମାତ୍‌ ଦେବାରେ ଏହି ଟିମ୍‌ ପୁରା ପାରଙ୍ଗମ ।  

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୧୬ ତାରିଖକୁ ଟି-୨୦ ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଛି । ଅଷ୍ଟ୍ରେଲିଆରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ୨୩ ଅକ୍ଟୋବରରେ ପାକିସ୍ତାନ ସହ ମୁହାଁମୁହିଁ ହେବ । ଏହାପରେ ୨୭ ତାରିଖରେ ଓ ୩୦ ତାରିଖରେ ମ୍ୟାଚ୍‌ ରହିଛି । ଭାରତୀୟ  ଟିମ୍‌ ନଭେମ୍ବର ୬ ତାରିଖରେ ନିଜର ଶେଷ ଗ୍ରୁପ ମ୍ୟାଚ୍‌ ଖେଳିବ । ନଭେମ୍ବର ୧୩ରେ ମେଲବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡର ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.