T-20 World Cup: ଶେଷରେ ଟସ୍ ଜିତିଲେ ବିରାଟ କୋହଲି, ନେଲେ ବୋଲିଂ ନିଷ୍ପତ୍ତି, ଦଳରେ ଗୋଟିଏ ପରିବର୍ତ୍ତନ

Published By : Prameya-News7 Bureau | November 05, 2021 IST

ଦୁବାଇ ୦୫।୧୧: ଆଫଗାନିସ୍ତାନକୁ ୬୬ ରନରେ ହରାଇବା ପରେ ଭାରତ ନିଜର ଚତୁର୍ଥ ମୁକାବିଲାରେ ସ୍କଟଲାଣ୍ଡକୁ  ଭେଟିବ। ଏହି ମ୍ୟାଚ୍ ଜିତିବା ଭାରତ ପାଇଁ ବହୁତ ଜରୁରୀ। ଟିମ୍ ଇଣ୍ଡିଆ ପାଇଁ ଗୁରୁତ୍ଵପୂର୍ଣ୍ଣ ଏହି ମ୍ୟାଚ୍‌ରେ ଟସ୍  ଜିତି ଭାରତୀୟ ଅଧିନାୟକ ବିରାଟ କୋହଲି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ ବ୍ୟାଟିଂ କରିବ ସ୍କଟଲାଣ୍ଡ। କ୍ରମାଗତ ତିନୋଟି ମ୍ୟାଚ୍‌ରେ ଟସ୍ ହାରିବା ପରେ ଶେଷରେ କୋହଲି ଟସ୍ ଜିତିଛନ୍ତି। ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି। ବରୁଣ ଚକ୍ରବର୍ତ୍ତୀଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି। ଶାର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ ଚକ୍ରବର୍ତ୍ତୀଙ୍କୁ ସାମିଲ୍ କରାଯାଇଛି।

ପାକିସ୍ତାନ ଓ ନ୍ୟୁଜିଲାଣ୍ଡଠୁ ହାରିବା ପରେ ଆଫଗାନିସ୍ତାନ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିଲା ଭାରତ । ରୋହିତ ଶର୍ମା, କେଏଳ ରାହୁଲ, ଋଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ସମସ୍ତେ କରିଥିଲେ ଜବରଦସ୍ତ ବ୍ୟାଟିଂ । ୨୦୦ ଉପରେ ହୋଇଥିଲା ସ୍କୋର । ମ୍ୟାଚ୍ ମଧ୍ୟ ଜିତିଥିଲା ଭାରତ । ଜିତିବା ପରେ ଦଳର ଆତ୍ମବିଶ୍ୱାସ ପୁଣି ଫେରିଛି । ଏହି ଧାରାକୁ ସ୍କଟଲ୍ୟାଣ୍ଡ ବିପକ୍ଷରେ ବଜାୟ ରହିବାକୁ ବିରାଟ ବାହିନୀ ଚାହିଁବ ।

ଦଳକୁ ଆଜିର ମ୍ୟାଚ୍ ବଡ ବ୍ୟବଧାନରେ ଜିତିବାକୁ ହେବ । ଅନଭିଜ୍ଞ ଦଳ ସ୍କଟଲାଣ୍ଡ ଯୋଗ୍ୟତା ପର୍ଯ୍ୟାୟରେ ବଡ ବିପର୍ଯ୍ୟୟ ଘଟାଇ ସାରିଛି । ଦଳ ବାଂଲାଦେଶକୁ ପରାସ୍ତ କରିଛି । ତେଣୁ ସ୍କଟଲ୍ୟାଣ୍ଡ ଖେଳାଳିଙ୍କୁ ଦୁର୍ବଳ ଭାବିବା ଭୁଲ କରିବନି ଭାରତ ।

ଭାରତୀୟ ଦଳ

ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି(ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ଵିନ, ମହମ୍ମଦ ଶାମି ଯଶପ୍ରୀତ ବୁମରା ଓ ବରୁଣ ଚକ୍ରବର୍ତ୍ତୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.