ନୂଆଦିଲ୍ଲୀ: ସିରିଆର ରାଷ୍ଟ୍ରପତି ଅହମଦ ଅଲ ଶାରା ଦେଶ ଛାଡି ପଳାଇଥିବା ଚର୍ଚ୍ଚା। ଇସ୍ରାଏଲ ଦ୍ୱାରା ସିରିଆ ଉପରେ ଲଗାତାର ଆକ୍ରମଣ ଯୋଗୁଁ ଅଲ ଶାରା ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି। କେବଳ ସିରିଆର ଅଲ ଶାରା ନୁହଁନ୍ତି, ୫ ଦେଶର ମୁଖ୍ୟଙ୍କୁ ଗୋଡାଉଛି ମୃତ୍ୟୁର ଭୟ। ଏହି ତାଲିକାରେ ସିରିଆ ସମେତ ତାଇୱାନ, ଇରାନ, ୟେମେନ ଏବଂ ଆର୍ମେନିଆ ମଧ୍ୟ ରହିଛି। ଏହି ଦେଶର ମୁଖ୍ୟଙ୍କ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ଏପରିକି ବାହାରକୁ ଯିବା ଉପରେ ଲଗାଯାଇଛି ପ୍ରତିବନ୍ଧକ।
ଇରାନ ପରେ ଏବେ ସିରିଆ ଉପରେ ଲଗାତାର ଆକ୍ରମଣ କରୁଛି ଇସ୍ରାଏଲ। ଏହାର କାରଣ ସ୍ୱେଇଡା ସହରରେ ଡ୍ରୁଜ ଏବଂ ବେଦୁଇନ୍ ସମ୍ପ୍ରଦାୟ ମଧ୍ୟରେ ହିଂସାତ୍ମକ ସଂଘର୍ଷ। ଅଲ ଶାରା ଡାମାସକସ୍ ଛାଡି ତୁର୍କୀ ଯିବା ନେଇ ଦାବି କରିଛି ସିରିଆର ଗଣମାଧ୍ୟମ। ଅଲ ଶାରା ପୂର୍ବରୁ ରାଷ୍ଟ୍ରପତି ଥିବା ବଶର ଅଲ-ଆସାଦଙ୍କୁ ମଧ୍ୟ ଦେଶ ଛାଡ଼ି ରୁଷ ପଳାଇବାକୁ ପଡିଥିଲା।
ଇସ୍ରାଏଲ ପଟୁ ଆସୁଥିବା ବିପଦକୁ ନେଇ ଚିନ୍ତିତ ଅହମ୍ମଦ ଅଲ୍ ଶାରା। ସିରିଆର ସ୍ୱେଇଡା ସହରରେ ଏବେ ହିଂସା। ଏହାର ଗୋଟିଏ ଦିନ ପୂର୍ବରୁ ଏହା ଡାମାସକସ୍ରେ ଥିବା ରାଷ୍ଟ୍ରପତିଙ୍କ ପ୍ରାସାଦ ନିକଟରେ ଏକ ଡ୍ରୋନ୍ ମାଡ଼ କରିଥିଲା। ଏହା ଏକ ପ୍ରକାର ଚେତାବନୀ ଥିଲା। ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦ ଟାର୍ଗେଟ କିଲିଂରେ ଅଛନ୍ତି ଅଲ ଶାରା। ସମଗ୍ର ବିଶ୍ୱ ଇରାନରେ ଏହାର ଉଦାହରଣ ଦେଖିଥିଲା। ଏପରି ପରିସ୍ଥିତିରେ, ଅଲ୍ ଶାରା ମଧ୍ୟ ଭୟଭୀତ ଯେ ଇସ୍ରାଏଲର ଆଡ଼ୁ କିମ୍ବା ଇସ୍ରାଏଲ ଦ୍ୱାରା କରାଯାଉଥିବା ଆକ୍ରମଣର ଆଳ ଦେଖାଇ କିଛି ପ୍ରତିଦ୍ୱନ୍ଦ୍ୱୀ କିମ୍ବା ଶତ୍ରୁ ତାଙ୍କୁ ହତ୍ୟା କରିପାରନ୍ତି।
ତାଇୱାନର ରାଷ୍ଟ୍ରପତି ଲାଇ ଚିଙ୍ଗ୍ ତେଙ୍କୁ ଘାରିଛି ଶତ୍ରୁ ଆକ୍ରମଣର ଭୟ। ଚୀନ ପଟୁ ତାଙ୍କ ଜୀବନ ପ୍ରତି ବିପଦର ସମ୍ମୁଖୀନ ହେଉଛନ୍ତି। ତାଙ୍କୁ ଅନେକ ଥର ଧମକ ଦେଇଛି ଡ୍ରାଗନ। ଚୀନ୍ ନୀତିକୁ ସେ ଅବମାନନା କରିବାର ଅଭିଯୋଗ କରାଯାଉଛି। ଚୀନ୍ ସେନା ଏବଂ ଗୁଇନ୍ଦା ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିପାରନ୍ତି।
ଇରାନର ସର୍ବୋଚ୍ଚ ନେତା ଅଲି ଖାମେନି। ଇସ୍ରାଏଲ ସେନା ଓ ମୋସାଦ୍ ଟାର୍ଗେଟ୍ରେ ଏବେ ଖାମେନି। ଇରାନର ଅନେକ ବରିଷ୍ଠ କମାଣ୍ଡରଙ୍କୁ ଟାର୍ଗେଟ କରିଥିଲା ଇସ୍ରାଏଲ। ଖାମେନିଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବଙ୍କରରେ ରହିବାକୁ ପଡିଲା। ସେ ବଙ୍କରରୁ ହିଁ ଇରାନର ଶକ୍ତି ଏବଂ ଯୁଦ୍ଧ ପରିଚାଳନା ପରିଚାଳନା କରୁଥିଲେ। ଏହା ବ୍ୟତୀତ ଖାମେନି କଠୋର ଧାର୍ମିକ ନିୟମ ଏବଂ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷକୁ ମଧ୍ୟ ଭୟ କରନ୍ତି। ଇସ୍ରାଏଲର ମୋସାଦ ବ୍ୟତୀତ ସେ ମୁଜାହିଦ୍ଦିନ-ଏ-ଖଲ୍କ ଭଳି ବିଦ୍ରୋହୀ ଗୋଷ୍ଠୀଠଙ୍କ ଟାର୍ଗେଟ୍ରେ ଅଛନ୍ତି।
ରଶାଦ ଅଲ-ଆଲିମି ୟେମେନର ରାଷ୍ଟ୍ରପତି। ତାଙ୍କୁ ହତ୍ୟା କରିବାକୁ ଅନେକ ଥର ଷଡ଼ଯନ୍ତ୍ର କଲେଣି ହୁତି ବିଦ୍ରୋହୀ। ଦେଶର ପରିସ୍ଥିତି ସ୍ଥିର ଥିଲେବି ୟେମେନର ଏକ ବଡ଼ ଅଂଶ ହୁତିମାନଙ୍କ ଦ୍ୱାରା ଦଖଲ କରାଯାଇଛି। ଏହା ପୂର୍ବରୁ ମଧ୍ୟ ହୁତୀମାନେ ପୂର୍ବତନ ନେତାମାନଙ୍କୁ ହତ୍ୟା କରିଆସୁଛନ୍ତି। ତେଣୁ ବିଶ୍ୱାସ କରାଯାଏ ଯେ ସେମାନେ ରାଷ୍ଟ୍ରପତିଙ୍କୁ ମଧ୍ୟ ଟାର୍ଗେଟ କରିପାରିବେ। ୟେମେନରେ କ୍ଷମତା ହାସଲକୁ ନେଇ ଚାଲିଛି ସଂଘର୍ଷ। ୟେମେନର ହୁତିମାନେ ଇସ୍ରାଏଲ ଏବଂ ଆମେରିକା ଉପରେ ଆକ୍ରମଣ କରୁଛନ୍ତି, ସେହି କାରଣରୁ ରଶାଦ ଅଲ-ଆଲିମି ମଧ୍ୟ ଏହି ଦୁଇ ଦେଶଠାରୁ ବିପଦରେ ଅଛନ୍ତି।
ଆର୍ମେନିଆର ପ୍ରଧାନମନ୍ତ୍ରୀ ନିକୋଲ ପାଶିନୟାନ ମଧ୍ୟ ଭୟଭୀତ। ନାଗୋର୍ନୋ-କାରାବାଖ ଯୁଦ୍ଧରେ ପରାଜୟ ଏବଂ ରୁଷଠାରୁ ଦୂରତା ଯୋଗୁଁ ବଢ଼ିଛି ହତ୍ୟାର ଭୟ । ବିଶେଷ କରି ଆଭ୍ୟନ୍ତରୀଣ ବିରୋଧୀ ଏବଂ ଆର୍ମେନିଆନ ଜାତୀୟତାବାଦୀ ଏବଂ ସାମରିକ ଗୋଷ୍ଠୀ ଦ୍ୱାରା ବିପଦର ସମ୍ମୁଖୀନ ହେଉଛନ୍ତି ନିକୋଲ। ୨୦୨୧ରେ ସେ ଏକ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ନିକୋଲ ପାଶିନୟାନ ମଧ୍ୟ ଅନେକ ଥର ଇସ୍ତଫା ଦେବା ପାଇଁ ଚାପର ସମ୍ମୁଖୀନ ହୋଇଛନ୍ତି।