ସିରିୟାରେ ଗ୍ୟାସ୍ ପାଇପଲାଇନ୍ ବିସ୍ଫୋରଣ : ସାରା ଦେଶ ଅନ୍ଧାର, ଆଇଏସ ଆତଙ୍କୀଙ୍କ ହାତ ଥିବା ସନ୍ଦେହ କରୁଛି ଆମେରିକା

Published By : Prameya-News7 Bureau | August 24, 2020 IST

ସିରିୟା, ୨୪|୦୮:  ସିରିୟାରେ ସୋମବାର ଗ୍ୟାସ୍ ପାଇପଲାଇନ୍‌ରେ ହୋଇଥିବା ବିସ୍ଫୋରଣ ପଛରେ ରହିଛି ଆତଙ୍କବାଦୀଙ୍କ ହାତ । ସକାଳେ ମଧ୍ୟପୂର୍ବରେ ହୋଇଥିବା ଏହି ବିସ୍ଫୋରଣରେ ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସର ହାତ ଥିବା ସନ୍ଦେହ କରୁଛନ୍ତି ସିରିୟା ସରକାର ଓ ଆମେରିକା ।

ସୂଚନାନୁସାରେ, ସିରିୟାର ଆଦ୍ ଡୁମାୟାର ଓ ଆଦ୍ରା ମଧ୍ୟ ଦେଇ ଆରବ ଗ୍ୟାସ ପାଇପଲାଇନରେ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ପରେ ସାରା ସିରିୟା ଅନ୍ଧାର ହୋଇପଡିଥିଲା  । ଏବେ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି ।

ସିରିୟା ପେଟ୍ରୋଲିୟମ ମନ୍ତ୍ରୀ ଅଲ୍ଲୀ ଗେହନାନ କହିଛନ୍ତି ଯେ, ଏହା ଏକ ଆତଙ୍କବାଦୀ ଆକ୍ରମଣ । ତେବେ ଅଧିକ ତଥ୍ୟ ଦେବାକୁ ସେ ମନା କରିଦେଇଛନ୍ତି ।

ସିରିୟାରେ ଅବସ୍ଥାପିତ ଆମେରିକାର ପ୍ରତିନିଧି ଜେମ୍ସ ଜେଫ୍ରି କହିଛନ୍ତି ଯେ, ଏହା ହେଉଛି ଇସଲାମିକ ଷ୍ଟେଟସର କାର୍ଯ୍ୟକଳାପ । କାରଣ ଏହି ଆତଙ୍କବାଦୀ ସଙ୍ଗଠନ ଏବେ ନିଜର ଶେଷ ଅଞ୍ଚଳ ହରାଇସାରିଛି । ଏହା ଉପରେ ନଜର ରଖାଯାଇଛି  ।

ସୂଚନାଯୋଗ୍ୟ, ଆରବ ଗ୍ୟାସ୍ ପାଇପଲାଇନ୍ ଇଜିପ୍ଟରୁ ଜୋର୍ଡାନ୍ ଓ ସିରିୟା ଯାଏଁ ଲମ୍ବିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.