ପ୍ରଥମ ୩ ଦିନରୁ ଜଣାପଡ଼େ ଲକ୍ଷଣ: ୯ ଦିନ ଯାଏଁ ଦେଖାଏ ବିଭିନ୍ନ ସଙ୍କେତ, ସତର୍କ ହେଲେ ଜାଣିହେବ କେମିତି କରୋନା?

Published By : Prameya-News7 Bureau | March 22, 2020 IST

ଭୁବନେଶ୍ବର୨୨/୩: କରୋନା ବିଶ୍ବରେ ଆତଙ୍କ ସୃଷ୍ଟି କରିଛି। କରୋନା ସଂକ୍ରମିତ ବ୍ୟକ୍ତିଙ୍କ କ୍ଷେତ୍ରରେ କେଉଁ କେଉଁ ଲକ୍ଷଣ ପରିଲକ୍ଷିତ ହୁଏ। ସେହି ସଂପର୍କରେ ଆମେ ପୂର୍ବରୁ ଆଲୋଚନା ମଧ୍ୟ କରିଛନ୍ତି। ତେବେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ପ୍ରଥମରୁ ୯ ଦିନ ଭିତରେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ କ୍ଷେତ୍ରରେ କେଉଁ ପ୍ରକାର ଲକ୍ଷଣ ପରିଲକ୍ଷିତ ହୋଇଥାଏ, ଆସନ୍ତୁ ଜାଣିବା...

ପ୍ରଥମ ଦିନରୁ ତୃତୀୟ ଦିନ ମଧ୍ୟରେ-  ଶରୀରରେ ଥଣ୍ଡା, କାଶ ଆରମ୍ଭ ହୋଇଥାଏ।

wp:list
  • ଗଳାରେ ଯନ୍ତ୍ରଣା ଅନୁଭବ କରିବେ
  • ପ୍ରଥମ ଦିନରେ ଜ୍ବର କିମ୍ବା କ୍ଲାନ୍ତ ଅନୁଭବ କରିବେ ନାହିଁ। ଏପରି କି ଖାଦ୍ୟପେୟରେ ମଧ୍ୟ କୌଣସି ବାଧା ସୃଷ୍ଟି ହେବ ନାହିଁ।
  • ଚତୁର୍ଥ ଦିନ-  ଗଳାରେ ସାମ୍ୟକ ଭାବେ ଯନ୍ତ୍ରଣାରେ ଅନୁଭବ କରିବେ।
  • କଣ୍ଠରେ ପରିବର୍ତ୍ତନ ହେବ।
  • ଶରୀରର ତାପାମାତ୍ରା ପାଖାପାଖି ୩୬.୫ ଡିଗ୍ରୀ ରହିବ।
  • ଖାଦ୍ୟପେୟରେ ଅସୁବିଧା ସୃଷ୍ଟି ହେବ।
  • ମୁଣ୍ଡ ବିନ୍ଧା ଆରମ୍ଭ ହେବ।
  • ସାମ୍ୟକ ମାତ୍ରାରେ ଝାଡ଼ା, ବାନ୍ତି ମଧ୍ୟ ହୋଇପାରେ।
  • ପଞ୍ଚମ ଦିନ- ଗଳାରେ ପ୍ରବଳ ଯନ୍ତ୍ରଣା ଆରମ୍ଭ ହେବା ସହ କଣ୍ଠ ବସିଯିବ।
  • ଶରୀରର ତାପମାତ୍ରା ୩୬.୫ - ୩୬.୭ ଡିଗ୍ରୀ ମଧ୍ୟରେ ରହିବ।
  • ଦୁର୍ବଳ ଅନୁଭବ କରିବା ସହ ଜଏଣ୍ଟ ପେନ ମଧ୍ୟ ଆରମ୍ଭ ହେବ।
  • ଷଷ୍ଠ ଦିନ- ଶରୀରରେ ଜ୍ବର ମାତ୍ରା ବଢ଼ିବ
  • ଶୁଖିଲା କାଶ ହେବ
  • ଖାଇବା ସମୟରେ ଗଳାରେ ଯନ୍ତ୍ରଣା ଅନୁଭବ କରିବେ
  • ବାନ୍ତି ହେବ
  • ମୁଣ୍ଡ ବିନ୍ଧିବା ସହ ଶରୀର କ୍ଲାନ୍ତ ଲାଗିବ
  • ସପ୍ତମ ଦିନ- ଶରୀରରେ ଜ୍ବର ମାତ୍ରା ବଢ଼ିଯିବ
  • ଶୁଖିଲା କାଶ, ଛିଙ୍କ ଲଗାତର ହେବ
  • ଅଷ୍ଟମ ଦିନ- ଶରୀରରେ ଜ୍ବର ମାତ୍ରା ବୃଦ୍ଧି ହୋଇ ୩୮ ଡିଗ୍ରୀରେ ପହଞ୍ଚିବ।
  • ନିଶ୍ବାସ ଓ ପ୍ରଶ୍ବାସରେ ଯନ୍ତ୍ରଣା ଅନୁଭବ କରିବେ।
  • ନବମ ଦିନ- ଶରୀରର ସମ୍ପୂର୍ଣ୍ଣ ଭାବେ ଦୁର୍ବଳ ହୋଇପଡ଼ିବ
  • ଜ୍ବରରେ ଦେହ କମ୍ପି ଉଠିବ
  • ନିଶ୍ବାସ ଓ ପ୍ରଶ୍ବାସରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବେ।
  • ଖାଦ୍ୟପେୟ ସମୟରେ ଗଳାରେ ଯନ୍ତ୍ରଣା ଅନୁଭବ କରିବେ। ଯାହାଫଳରେ କରୋନା ସଂକ୍ରମିତ ବ୍ୟକ୍ତି ଖାଦ୍ୟପେୟ ଛାଡ଼ି​‌ ଦେବ। ତେଣୁ ପ୍ରଥମ ଦିନରୁ ଏହି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.