vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ସେ ଥିଲେ ଜଣେ ବଦନାମ କ୍ରିକେଟର, ବିବାଦରେ ଥାଇ ବି କ୍ରିକେଟ ଇତିହାସରେ ସ୍ଥାପନ କରିଥିଲେ ମାଇଲ ଖୁଣ୍ଟ

16/05/2022 at 10:13 AM

ନୂଆଦିଲ୍ଲୀ ୧୬/୦୫: ଭାରତର ଖ୍ୟାତନାମା ଶାୟର ଜୌନ ଏଲିୟା, ଯିଏକି ଅମରୋହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର କବିତା ଏବଂ କବିତା ପଢିବାର ଶୈଳୀ ଉପାୟ ହେତୁ ଲୋକେ ତାଙ୍କୁ ‘ବାଦନାମ୍ ଶାୟର୍’ର ଆଖ୍ୟା ଦେଇଥିଲେ । କିନ୍ତୁ ଶାୟର ପାଇଁ ଦୁନିଆରେ ଅଲଗା ପରିଚୟ ସୃଷ୍ଟି କରିଥିଲେ । ସେମିତି ଜଣେ କ୍ରିକେଟର ହେଉଛନ୍ତି ଅଷ୍ଟ୍ରେଲୀୟ କ୍ରିକେଟର ଆଣ୍ଡ୍ରିୟୁ ସାଇମଣ୍ଡସ ।

ଯିଏକି ରବିବାର ଦିନ ଏକ କାର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ କ୍ରିକେଟ୍ କ୍ୟାରିଅର୍ ସମୟରେ ଆଣ୍ଡ୍ରିୟୁ ସାଇମଣ୍ଡସଙ୍କ ଭାବମୂର୍ତ୍ତି ଖୁବ ବିବାଦରେ ଥିଲା । ସେ ସର୍ବଦା ଥିଲେ ଜଣ ବିବାଦୀୟ କ୍ରିକେଟର । ଗଣମାଧ୍ୟମର ଶତ୍ରୁ ରହିଲେ, କିନ୍ତୁ ତାଙ୍କ ଖେଳରେ ନିଜର ଆବଶ୍ୟକତାକୁ ନିଜର ସାମର୍ଥ୍ୟ ବନାଇଦେଲେ । ବାରମ୍ବାର ଏପରି ଅନେକ ଘଟଣା ଘଟିଥିଲା, ଯେଉଁଠାରେ ଆଣ୍ଡ୍ରିୟୁ ସାଇମଣ୍ଡସ୍ ପ୍ରମାଣ କରିଥିଲେ ଯେ ତାଙ୍କ ଅପେକ୍ଷା କୌଣସି ବଡ଼ ମ୍ୟାଚ୍ ବିଜେତା ନାହାଁନ୍ତି ।
ଜଣେ ମଦ୍ୟପୀ, ଯିଏକି ନିଶାରେ ବୁଡାଇଦେଇଥିଲେ ନିଜର କ୍ୟାରିୟର :
୨୦୦୩ ବିଶ୍ୱ କପ୍ ବିଜୟୀବେଳେ ଅଷ୍ଟ୍ରେଲିଆ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲେ ଆଣ୍ଡ୍ରିୟୁ ସାଇମଣ୍ଡସ୍ । ପାକିସ୍ତାନ ବିପକ୍ଷରେ ସେ ଖେଳିଥିଲେ ୧୪୩ ରନର ଇନିଂସ । ଯାହାକି ସର୍ବଶ୍ରେଷ୍ଠା ବୋଲି ବିବେଚିତ ହୁଏ । ସାଇମଣ୍ଡସ୍ ସେବେ ଏକୁଟିଆ ନିଜ ଦମରେ ଦଳକୁ ସଂକଟରୁ ଉଦ୍ଧାର କରିଥିଲେ । ଏହାପରେ ଲଗାତାର କିଛି ବର୍ଷ ଧରି ସେ ନିଜର ଭଲ ପ୍ରଦର୍ଶନ ଜାରି ରଖିଥିଲେ ।

କିନ୍ତୁ ଏହାରି ଭିତରେ ଗୋଟିଏ ଭୁଲ ଟିମ୍ ପାଇଁ ପଡିଥିଲା ଭାରି । ତା ଥିଲା ମଦ୍ୟପାନ । ମ୍ୟାଚ୍ ପୂର୍ବରୁ ମ୍ୟାଚ୍ ମଝିରେ ସେ ମଦାପନ କରୁଥିବା ନଜର ଆସିଥିଲେ । ଏମିତିକି ହୋଟେଲରେ ମଧ୍ୟ ସେ ନିଶାସକ୍ତ ଅବସ୍ଥାରେ ପହଞ୍ଚିଥିଲେ । ଯାହାକୁ ଦେଖିବା ପରେ କ୍ୟାପଟେନ୍ ରିକି ପଣ୍ଟିଂ ମଧ୍ୟ ଭଡକିଯାଇଥିଲେ । ୨୦୦୬ରେ ଯେତେବେଳେ କଙ୍ଗାରୁ ଟିମ୍ ସାଉଥ ଆଫ୍ରିକା ଗସ୍ତ ସମୟରେ ରଗବୀ ଖେଳାଳିଙ୍କ ସହ ସାଇମଣ୍ଡଙ୍କ ଝଗଡା ହୋଇଥିଲା ।

ଏହା ପୂର୍ବରୁ ୨୦୦୫ରେ ଅଷ୍ଟ୍ରେଲିଆ ଟିମ୍ ବାଙ୍ଗାଲାଦେଶ ବିପକ୍ଷରେ ମ୍ୟାଚ୍ ଖେଳାଯାଉଥିଲା । ହୋଟେଲରେ ସବୁ ଟିମ୍ ମେମ୍ୱର ଏକାଠି ହୋଇଥିଲେ । ସେତେବେଳେ ରିକ୍କି ପଣ୍ଟିଂଙ୍କ ନଜର ସାଇମଣ୍ଡସଙ୍କ ଉପରେ ପଡିଥିଲା । ଯିଏ କି ପୂରା ନିଶାରେ ଚୂର ଥିଲେ । ଏମିତି ଅବସ୍ଥା ଥିଲା କି ସେ ଠିକରେ ଛିଡା ହୋଇପାରୁନଥିଲେ । ସେବେ ପଣ୍ଟିଂ ରାଗିଯାଇ କହିଥିଲେ ଜମେ ପ୍ଲେୟାର ଏମିତି କେମିତି କରିପାରେ, ଯିଏ କି ନିଜ ଦେଶ, ନିଜ ଖେଳାଳିଙ୍କ ପ୍ରତି କର୍ତ୍ତବ୍ୟରେ କେମିତି ଅବହେଳା କରିପାରେ ।

ଏତେ ବଡ ଘଟଣା ପରେ ସାଇମଣ୍ଡସଙ୍କ ପ୍ରକୃତି ବଦଳିନଥିଲା । ୨୦୦୯ରେ ଟି-୨୦ ବିଶ୍ୱକପ୍ ପୂର୍ବରୁ କ୍ରିକେଟ ଅଷ୍ଟ୍ରେଲିଆ ଗୋଟିଏ ସ୍ୱତନ୍ତ୍ର କଣ୍ଟ୍ରାକ୍ଟ କରିଥିଲେ । ଯେଉଁଥିରେ ସାଇମଣ୍ଡସଙ୍କ ସାମ୍ନାରେ ସର୍ତ୍ତ ଥିଲା କି ସେ ସାର୍ବଜନୀନ ସ୍ଥଳରେ ମଦ୍ୟପାନ କରିବେନି । ଏହା କିଛି ଦିନ ଚାଲିଲା , ପରେ ଯଥା ପୂର୍ବଂ ତଥା ପରଂ । ଅର୍ଥାତ୍ ରଗବୀ ମ୍ୟାଚ୍ ଖେଳିବାକୁ ଯାଇଥିବା ସାଇମଣ୍ଡସ୍ ମଦ୍ୟପାନ କରି ପଳାଇ ଆସିଥିଲେ ।
ବଦନାମ କିନ୍ତୁ ଲିଜେଣ୍ଡ କ୍ରିକେଟର :
ଓଠରେ ଧଳାର କ୍ରିମ । ଲମ୍ୱା ଲମ୍ୱା କେଶ ଏବଂ ବଡିବିଲଡର ଭଳି ଶରୀର । ଆଣ୍ଡ୍ରିୟୁ ସାଇମଣ୍ଡସ୍ ଏ ହେଉଛି ପରିଚୟ । ଓଜନିଆ ଶରୀର ଥାଇ ବି ମୈଦାନ ଉପରେ ଫିଲ୍ଡିଂ ସମୟରେ ସେ ଚିତା ବାଘ ଭଳି ନଜର ଆସିଛନ୍ତି । ବ୍ୟାଟିଂ, ଫିଲ୍ଡିଂରେ ଦେଖିବାକୁ ମିଳିଥାଏ ତାଙ୍କର ଜବରଦସ୍ତ ପରଫରମାନ୍ସ । ଭାରତରେ ରବୀନ୍ଦ୍ର ଜାଡେଜାଙ୍କୁ ଡାଇରେକ୍ଟ ହିଟ୍ ମ୍ୟାନ୍ ବୋଲି ଚର୍ଚ୍ଚାହୁଏ । ସାଇମଣ୍ଡସ୍ କିନ୍ତୁ ବହୁ ପୂର୍ବରୁ ଏହି କିର୍ତ୍ତୀମାନ ସ୍ଥାପନ କରିସାରିଥିଲେ ।

   Related Posts