oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

Syed Modi International: ଚାମ୍ପିଅନ ହେଲେ ପିଭି ସିନ୍ଧୁ, ମାଲଭିକାଙ୍କୁ ଦେଲେ ମାତ୍

23/01/2022 at 6:03 PM

ନୂଆଦିଲ୍ଲୀ ୨୩।୦୧: ଭାରତର ତାରକା ବ୍ୟାଡମିଣ୍ଟନ ଖେଳାଳି ତଥା ଦୁଇ ଥରର ଅଲିମ୍ପିକ୍ସ ପଦକ ବିଜେତା ପିଭି ସିନ୍ଧୁ ସୈୟଦ ମୋଦୀ ଇଣ୍ଟରନ୍ୟାସନାଲ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ମହିଳା ଏକକ ବର୍ଗରେ ଚାମ୍ପିଅନ ହୋଇଛନ୍ତି। ସେ ଫାଇନାଲ୍ ମ୍ୟାଚ୍‌ରେ ଭାରତର ଯୁବ ଖେଳାଳି ମାଲଭିକା ବନସୋଦଙ୍କୁ ହରାଇଛନ୍ତି।

ରବିବାର ଲକ୍ଷ୍ନୌରେ ଖେଳାଯାଇଥିବା ଫାଇନାଲ୍‌ରେ ସିନ୍ଧୁ ମାଲଭିକାଙ୍କୁ ସିଧାସଳଖ ୨୧-୧୩, ୨୧-୧୬ ଗେମ୍‌ରେ ହରାଇଛନ୍ତି। ମ୍ୟାଚ୍‌ ୩୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ଏହା ସିନ୍ଧୁଙ୍କ ଦ୍ଵିତୀୟ ସୈୟଦ ମୋଦୀ ଇଣ୍ଟରନ୍ୟାସନାଲ ଟାଇଟଲ୍।  ଏହା ପୂର୍ବରୁ ସେ ୨୦୧୭ରେ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲେ।

ତିନି ଥର ଜିତିଛନ୍ତି ସାଇନା

ସୈୟଦ ମୋଦୀ ଇଣ୍ଟରନ୍ୟାସନାଲରେ ମହିଳା ଏକକ ବର୍ଗରେ ଅଧିକ ଥର ଟାଇଟଲ୍ ଜିତିବାର ରେକର୍ଡ ସାଇନ ନେହଓ୍ଵାଲଙ୍କ ନାମରେ ରହିଛି। ସାଇନା ୨୦୦୯, ୨୦୧୪ ଏବଂ ୨୦୧୫ରେ ଚାମ୍ପିଅନ ହୋଇଥିଲେ। ଅନ୍ୟପଟେ ପୁରୁଷ ଏକକ ବର୍ଗରେ ଚେତନ ଆନନ୍ଦ(୨୦୦୯), ପାରୁପଲ୍ଲୀ କଶ୍ୟପ(୨୦୧୫), କିଦାମ୍ବୀ ଶ୍ରୀକାନ୍ତ(୨୦୧୬) ଏବଂ ସମୀର ବର୍ମା(୨୦୧୭,୨୦୧୮)ରେ ଟାଇଟଲ୍ ଜିତିଛନ୍ତି।

   Related Posts