ମାଳି ହେବେ କୋଟିପତି, ମିଳିବ ୯୧ ହଜାର କୋଟି; ଅରବପତି ଦେବେ ସବୁ ସମ୍ପତ୍ତି

Published By : Prameya-News7 Bureau | December 16, 2023 IST

ନୂଆଦିଲ୍ଲୀ ୧୬।୧୨: ରାତାରାତି କୋଟିପତି ହେବାକୁ ଚାହିଁଥାନ୍ତି ସମସ୍ତେ  । କିନ୍ତୁ ଅନେକଙ୍କ ଭାଗ୍ୟ ଏଥିରେ ସାଥ୍‌ ଦେଇଥିବା ବେଳେ ଅନେକ ଏଥିରେ ଫେଲ୍‌ ମାରନ୍ତି । କିଛି କୋଟିକୋଟି ଟଙ୍କାର ଲଟେରୀ ଜିତିଯାଆନ୍ତି ତ ଆଉ କିଛିଙ୍କୁ ଖଜାନା ମିଳିଯାଏ । କିନ୍ତୁ ବର୍ତ୍ତମାନ ଆମେ ଯାହା କଥା କହୁଛୁ ନା ତାଙ୍କର କୌଣସି ଲଟେରୀ ଲାଗିଛି ନା କୌଣସି ଖଜାନା ମିଳିଛି । କିନ୍ତୁ ସେ ଏବେ ଗୋଟିଏ ଝଟକାରେ ହଜାର ହଜାର କୋଟି ଟଙ୍କାର ହେବେ ମାଲିକ । 

{"id":883798,"sizeSlug":"full","linkDestination":"none"}

ବାସ୍ତବରେ ଘଟଣାଟି ହେଉଛି ସୁଇଜରଲ୍ୟାଣ୍ଡର । ନିଜ ମାଳିକୁ ଉତ୍ତରାଧିକାରୀ କରିଛନ୍ତି ସୁଇଜରଲ୍ୟାଣ୍ଡର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ । ଏହି କୋଟିପତି ହେଉଛନ୍ତି ୮୧ ବର୍ଷିୟ ନିକୋଲସ୍‌ ପୁଏଚ୍ । ସେ ପ୍ରସିଦ୍ଧ ହର୍ମସ୍ ଫ୍ୟାଶନ୍ ହାଉସର ମାଲିକ । ତାଙ୍କର ମୋଟ ସମ୍ପତ୍ତି ୧୧ ବିଲିୟନ୍‌ ଡଲାର୍‌ରୁ ଅଧିକ ଅର୍ଥାତ୍‌ ୯୧ ହଜାର କୋଟିରୁ ଅଧିକ । ସେ ଉତ୍ତରାଧିକାରୀ ଭାବେ ତାଙ୍କ ମାଳିକୁ ଗ୍ରହଣ କରିବାକୁ ଘୋଷଣା କରିଛନ୍ତି । ଏହି ହିସାବରେ ମାଳି ଜଣକ ତାଙ୍କର ୯୧ ହଜାର କୋଟିରୁ ଅଧିକ ଟଙ୍କା ମାଳିଙ୍କ ନାଁରେ କରିବାକୁ ଘୋଷଣା କରିଛନ୍ତି । ଯାହା ବର୍ତ୍ତମାନ ବିଶ୍ୱକୁ ଚକିତ କରିଛି ।

{"id":883795,"sizeSlug":"full","linkDestination":"none"}

ରିପୋର୍ଟ ଅନୁଯାୟୀ ୮୧  ବର୍ଷିୟ ପୁଏଚ୍ ଅବିବାହିତ । ସେ କୌଣସି ସନ୍ତାନ ପୋଷ୍ୟ ଭାବେ ଗ୍ରହଣ କରି ନାହାଁନ୍ତି । ଖବର ଅନୁଯାୟୀ, ପାରିବାରିକ ମତଭେଦ ଯୋଗୁଁ ପୁଚ୍ ୨୦୧୪ରେ ଲଗଜୁରୀ ଗ୍ରୁପ୍‌ LVMHରୁ ଅଲଗା ହୋଇଥିଲେ । ସେତେବେଳେ ପୁଚ୍‌ଙ୍କ ଅଂଶରେ  ୨୨୦ ବିଲିୟନ ଡଲାରର କମ୍ପାନୀ ତାଙ୍କ ଅଂଶରେ ପଡିଥିଲା ।

{"id":883796,"sizeSlug":"full","linkDestination":"none"}

 ତେବେ ଏହି ସମସ୍ତ ସମ୍ପତ୍ତିକୁ ସେ ତାଙ୍କ ମାଳିକୁ ଦେବାକୁ ଚାହୁଁଛନ୍ତି । ତେବେ  ସେହି ଭାଗ୍ୟବାନ ମାଳିଙ୍କ କଥା କହିବାକୁ ଗଲେ ସେ ୫୧ ବର୍ଷୀୟ ହେଉଛନ୍ତି ଏହି ମାଳି । ସେ ମରକ୍କୋର ଏକ ଛୋଟ ପରିବାରରୁ ଆସିଛନ୍ତି । ସେ ଜଣେ ସ୍ପେନୀୟ ମହିଳାଙ୍କୁ ବିବାହ କରିଛନ୍ତି  ଏବଂ ତାଙ୍କର ୨ଟି ସନ୍ତାନ ଅଛନ୍ତି ।

{"id":883797,"sizeSlug":"full","linkDestination":"none"}

ଏକ ରିପୋର୍ଟରେ ଦାବି କରାଯାଇଛି କି ନିକୋଲାସ ପୁ୍ଚ ତାଙ୍କ ମାଳିକୁ ପୌଷ୍ୟ ଭାବେ ଗ୍ରହଣ କରିବାକୁ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଖବର ଅନୁଯାୟୀ ଯଦି ସବୁ କିଛି ଠିକ୍ ହୁଏ ତେବେ ୫୧ ବର୍ଷୀୟ ଏହି ମାଳି ପୁଚ୍‌ଙ୍କର ଏକମାତ୍ର ଉତ୍ତରାଧିକାରୀ ହେବେ । ସେ ୯୧ ହଜାର କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ପାଇବେ ।  ଅର୍ଥାତ୍ ସେ ଗୋଟିଏ ଝଟକାରେ ହଜାର ହଜାର କୋଟିର ମାଲିକ ହୋଇଯିବେ । ଯାହା ଜଣେ ବିଜନେସମ୍ୟାନ୍‌ ତାଙ୍କ ଜୀବନରେ ଆୟ କରିବାରେ ମଧ୍ୟ କଷ୍ଟକର ।  

You Can Read:

wp:embed {"url":"https://www.prameyanews7.com/e-rickshaw-driver-to-engineer-who-are-parliament-security-breach-accused/?_thumbnail_id=883775","type":"wp-embed","providerNameSlug":"prameya-news-7"}
https://www.prameyanews7.com/e-rickshaw-driver-to-engineer-who-are-parliament-security-breach-accused/?_thumbnail_id=883775
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.