ଅନଲାଇନ୍‌ରେ ହେବ ସ୍ୱିମିଂ ଟେଷ୍ଟ, ଶୁଣିକି ଲୋକେ ହେଲେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | May 30, 2022 IST

ନୂଆଦିଲ୍ଲୀ ୩୦/୦୫; ଅନଲାଇନ୍‌ରେ ହେବ ସ୍ବିମିଂ ଟେଷ୍ଟ। ଘରେ ରହି ଲୋକେ ଦେବେ ସ୍ବିମିଂ ପରୀକ୍ଷା। କରୋନା ମହାମାରୀ ପରେ ଯେତେବେଳେ ଘରୁ ବାହାରିବା ଉପରେ ରୋକ ଲଗାଗଲା ସେତେବେଳେ ବିଭିନ୍ନ କାର୍ଯ୍ୟ ଅନଲାଇନ୍‌ ମାଧ୍ୟମରେ ହେଲା। ଅନଲାଇଲ୍‌ କ୍ଲାସ ଦ୍ବାରା ପିଲାଙ୍କୁ ପଢାଗଲା। କିନ୍ତୁ ଏବେ ଅନଲାଇଲ୍‌ ସ୍ବିମିଂ କରିବାକୁ କହିଛି ଚାଇନାର ଏକ ବିଶ୍ବବିଦ୍ୟାଳୟ। ଖବର ପ୍ରକାଶ ପରେ ଘରେ ରହି କେମିତି ସ୍ବିମିଂ ଟେଷ୍ଟ ହୋଇପାରିବ କହି ଲୋକେ ବିଭିନ୍ନ ମେମ୍ କରିଛନ୍ତି।  କିଛି ଲୋକ ପିଲାମାନେ ଘରେ ବାଥ ଟବ୍‌ ରେ ସ୍ବିମିଂ ପରୀକ୍ଷା ଦେବେ କି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି।
ଚୀନର ଏହି ବିଶ୍ବବିଦ୍ୟାଳୟ ପକ୍ଷରୁ ୫୦ ମିଟର ସ୍ବିମିଂ ଟେଷ୍ଟ ଦେବା ପାଇଁ ପିଲାମାନଙ୍କୁ କୁହାଯାଇଛି। ଚୀନରେ ଜିରୋ କୋଭିଡ୍‌ ପଲିସି ଅଧିନରେ ଏଭଳି ନିୟମ ରଖାଯାଇଛି। ଏବେ ବି ସେଠାରେ କୋଭିଡ୍‌ ସଂଖ୍ୟା ଉପରମୁହାଁ ଥିବାରୁ ନିୟମ କଡାକଡି ହୋଇଛି। ପିଲାମାନେ ଅନ୍‌ଲାଇନ୍‌ରେ ପରୀକ୍ଷା ଦେଇଥିବା ବେଳେ ସ୍ବିମିଂ ଟେଷ୍ଟ ବି ଅନଲାଇନ୍‌ କରିଛି ବିଶ୍ବବିଦ୍ୟାଳୟ।  ତେବେ ପ୍ରଥମ ଥର ଏଭଳି ଫିଜିକାଲ୍‌ ଟେଷ୍ଟ କୁ ଘରେ ରହି କରିବାକୁ ସୋସିଆଲ ମିଡିଆ ବ୍ୟବହାରକାରୀ ଗ୍ରହଣ କରିପାରିନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.