ନୂଆଦିଲ୍ଲୀ ୨୬/୦୯: କମ୍ପାନୀ ନାଁରେ ଆସିଛି ଗୁରୁତର ଅଭିଯୋଗ । ଚର୍ଚ୍ଚାକୁ ଆସିଛି ସ୍ୱିଗି । ଦିନେ କି ଦୁଇଦିନ ନୁହେଁ ବର୍ଷ ବର୍ଷ ଧରି ଠକୁଛି ଗ୍ରାହକଙ୍କୁ । ଗ୍ରାହକଙ୍କ ଟ୍ୱିଟ୍ ପରେ ଏବେ ବିବାଦରେ ଏହି ଫୁଡ୍ ଡେଲିଭରି କମ୍ପାନୀ । ଠକୁଛି ସ୍ୱିଗି । ଡିସ୍କାଉଣ୍ଟ ନୁହେଁ ଲୁଟୁଛି । ପ୍ରତି ଅର୍ଡରରେ ୩ ଟଙ୍କା ଅଧିକ ନେଉଛନ୍ତି । ଟ୍ୱିଟରରେ ଅଭିଯୋଗ କଲେ ଗ୍ରାହକ ।
ଅଭିଯୋଗ ହୋଇଛି ଯେ, ପ୍ରତି ଅର୍ଡରରେ ସ୍ୱିଗି ୩ ଟଙ୍କା କିମ୍ବା ଅଧିକ ପଇସା ବିଲ୍ ସହ ଯୋଡି ଆଦାୟ କରୁଛି । କହିବାକୁ ଗଲେ ଯଦି କୌଣସି ଗ୍ରାହକଙ୍କ ବିଲ୍ ୨୭୧ଟଙ୍କା ୯୧ ପଇସା ହୋଇଛି, ତେବେ କମ୍ପାନୀ ଏହାକୁ ରାଉଣ୍ଡ ଫିଗର କରିବାକୁ ୯ ପଇସା ନୁହେଁ ବରଂ ଆଡ୍ କରୁଛି ୩ ଟଙ୍କା ୯ ପଇସା । ପ୍ରତିବର୍ଷ ଏମିତି କରି କୋଟି କୋଟି ଟଙ୍କା ଲାଭ କରୁଛି କମ୍ପାନୀ । ଆଉ ଏହି ଅତିରିକ୍ତ ଆୟ କମ୍ପାନୀ ଟିକସ ପରେ ହିଁ ସଂଗ୍ରହ ହେଉଛି ବୋଲି ଆସିଛି ଅଭିଯୋଗ ।
wp:html /wp:htmlପୋଷ୍ଟ ପରେ ସ୍ୱିଗି ବି ଦେଇଛି ରିଆକ୍ସନ ଟ୍ୱିଟ୍ । ସ୍ୱିଗିର କହିବା କଥା କୌଣସି ଗ୍ରାହକଙ୍କୁ ଅଧିକ ଚାର୍ଜ କରାଯାଇନାହିଁ । ଏହା କେବଳ ଏକ ତ୍ରୁଟି । କମ୍ପାନୀର କହିବାନୁସାରେ, ଚେକଆଉଟ୍ ସମୟରେ ଗ୍ରାହକ ଦେଇଛନ୍ତି ସେତିକି ପରିମାଣର ବିଲ୍ । ଯାହା ତାଙ୍କର ପ୍ରକୃତ ଆମାଉଣ୍ଟ । ଅର୍ଡର ହିଷ୍ଟିରେ ନଜର ଆସିଛି ଏମିତି ବିଲ୍ । କମ୍ପାନୀ ଆହୁରି ସ୍ପଷ୍ଟ କରିଛି ଯେ, ଗ୍ରାହକଙ୍କ ଉପରେ ୫ ଟଙ୍କା ପ୍ଲାଟଫର୍ମ ଶୁଳ୍କ ଲାଗୁଥିବାରୁ ଏମିତି ହୋଇଛି ।
you can also read....
wp:embed {"url":"https://www.prameyanews7.com/top-5-businessman-in-canada-of-indian-origin/","type":"wp-embed","providerNameSlug":"prameya-news-7"} /wp:embed