ଆସ ନେଇଯିବି… ସାଇକେଲରେ ଯାଉଥିବା Zomoto ଡେଲିଭରୀ ବଏକୁ ସାଥୀରେ ନେଲେ Swiggy ଏଜେଣ୍ଟ

Published By : Prameya-News7 Bureau | July 18, 2022 IST

ନୂଆଦିଲ୍ଲୀ ୧୮।୦୭: ସାଧାରଣତଃ ପୂର୍ବରୁ ନିଜ ନିଜ ଘରେ ଖାଇବା ପ୍ରସ୍ତୁତ କରି ଖାଉଥିଲେ। ଆଉ ଛୁଟିଦିନରେ ପରିବାର ସହ ବାହାରକୁ ଖାଇବାକୁ ହୋଟେଲ୍‌ ବା ରେଷ୍ଟୁରାଣ୍ଟ ଯାଉଥିଲେ। ସମୟ ଗଡିବା ସହିତ ଲୋକ ମଧ୍ୟ ବଦଳିବାକୁ ଲାଗିଲେ। ସେମାନଙ୍କ ପାଖରେ କମ୍ ସମୟ ହେବାକୁ ଲାଗିଲା। ବର୍ତ୍ତମାନ ବାହାରକୁ ନଯାଇ ନିଜ ଘରେ ଖାଦ୍ୟ ଅର୍ଡର କରିବାକୁ ପସନ୍ଦ କରୁଛନ୍ତି। ଏଭଳି ପରିସ୍ଥିତିରେ ବଜାରରେ ଅନେକ ଫୁଡ୍‌ ଡେଲିଭରୀଙ୍କ ମଧ୍ୟରେ ଟକ୍କର ଦେଖିବାକୁ ମିଳିଛି। ଯେମିତିକି ସ୍ଵିଗି ଏବଂ ଜୋମାଟୋ ଭଳି ଖାଦ୍ୟ ଡେଲିଭରୀ ପାଇଁ ପରସ୍ପର ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଯେଉଁଥିରେ ଅଧିକ ଭଲ ଅଫର , ତାହାକୁ ବେଶି ପ୍ରାଧାନ୍ୟ ଦିଆଯାଉଛି।

wp:html
/wp:html

ଏଥିପାଇଁ ଖାଦ୍ୟ ଡେଲିଭରି ଏଜେଣ୍ଟମାନଙ୍କୁ ଯଥାଶୀଘ୍ର ଡେଲିଭରୀ କରିବାକୁ ପଡେ। ଏହି ସମୟରେ କିଏ ବାଇକ୍ ଯୋଗେ ତ ଆଉ କିଛି ଅଛନ୍ତି ଯିଏ ସାଇକେଲରେ ଖାଦ୍ୟ ଡେଲିଭରୀ କରିଥାନ୍ତି। ଏପରି ପରିସ୍ଥିତିରେ, ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ଆପଣଙ୍କ ହୃଦୟକୁ ଛୁଇଁ ଯିବ। ତେବେ ଅନଲାଇନ୍‌ରେ ଏପରି ଏକ ପୋଷ୍ଟ ବିଷୟରେ କହିବାକୁ ଯାଉଛୁ । ଯାହା ବନ୍ଧୁତାର ଉଦାହାରଣ ସୃଷ୍ଟି କରିଛି । ଏହି କ୍ଲିପ୍‌ଟି ଦିଲ୍ଲୀର, ପ୍ରବଳ ଖରାରେ ସାଇକେଲ ଚଳାଉଥିବା ଜଣେ ଜୋମାଟୋ ବୟର। ବାଇକ ଚଳାଇ ଆସୁଥିବା ଜଣେ ସ୍ଵିଗି ବୟ ତାଙ୍କୁ ସାହାଯ୍ୟର ହାତ ବଢାଇଥିଲେ। ହାତରେ ହାତ ଧରି ଏକା ସହିତ ଚାଲିଥିଲେ। କାହିଁକି ନା ଏତେ ଖରାରେ ତାଙ୍କୁ ଆଉ ପେଡାଲ୍‌ ମାରିବାକୁ ପଡି ନାହିଁ ।

ଏହି ଭିଡିଓଟି ସନା ଆରୋରା ନାମକ ଜଣେ ଇନଷ୍ଟାଗ୍ରାମରେ ୟୁଜର୍ସ ତାଙ୍କ ଆକାଉଣ୍ଟରୁ ସେୟାର କରିଛନ୍ତି। ଭିଡିଓ ସହିତ କ୍ୟାପସନ୍‌ରେ ଲେଖିଛନ୍ତି, 'ଦିଲ୍ଲୀର ଏହି ଅତ୍ୟଧିକ ଗରମ ଏବଂ ଅସହ୍ୟ ଦିନର ପ୍ରକୃତ ବନ୍ଧୁତା!' ସେ ତାଙ୍କ ପୋଷ୍ଟରେ ଖାଦ୍ୟ ଡେଲିଭରି ପ୍ଲାଟଫର୍ମ ସ୍ଵିଗି ଏବଂ ଜୋମାଟୋକୁ ଟ୍ୟାଗ୍ କରିଥିଲେ। ଏହି ଭିଡିଓକୁ ପ୍ରାୟ ଏକ ମିଲିୟନ୍ ଭ୍ୟୁ ଏବଂ ଶହ ଶହ କମେଣ୍ଟ ମିଳିଥିବା ବେଳେ ଖୁବ୍‌ ଭାଇରାଲ୍‌ ହେଉଛି । ଅନେକ ୟୁଜର୍ସ ଦୁହିଁଙ୍କର ଏପରି ତାଳମେଳ ଦେଖି ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ହେବା ସହ ଡେଲିଭରୀ ବୟଙ୍କୁ ପ୍ରଶଂସା କରୁଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.