ଶ୍ଵେତା ଆତ୍ମହତ୍ୟା ଘଟଣାରେ ଟ୍ୱିଷ୍ଟ, ମୃତ୍ୟୁ ପୂର୍ବରୁ ସୌମ୍ୟଙ୍କୁ କରିଥିଲେ ଶେଷ କଲ୍
23/08/2022 at 12:15 PM

ଭୁବନେଶ୍ବର ୨୩।୦୮: ସଫ୍ଟୱେୟାର ଇଞ୍ଜିନିୟର ଶ୍ଵେତା ଆତ୍ମହତ୍ୟା ଘଟଣାରେ ଆଉ ଏକ ଟ୍ୱିଷ୍ଟ । ପୋଲିସ ହାତରେ ଲାଗିଛି ସିଡିଆର୍ ରିପୋର୍ଟ । ଶ୍ୱେତା ମୃତ୍ୟୁ ପୂର୍ବରୁ ୧୫ ଥର କଲ୍ କରିଥିଲେ । ଆଉ ଶେଷ କଲ୍ ସୌମ୍ୟଜିତଙ୍କୁ କରିଥିଲେ ଶ୍ୱେତା ।
ତେବେ ପୋଲିସ ହାତରେ ଲାଗିଥିବା ସିଡିଆର୍ ରିପୋର୍ଟ କହୁଛି ସାଂଘାତିକ କଥା । ଏହି ରିପୋର୍ଟ ଅନୁଯାୟୀ, ମୃତ୍ୟୁର ଅଧଘଣ୍ଟା ପୂର୍ବରୁ ୧୫ ଥର କଲ୍ କରିଥିଲେ ଶ୍ୱେତା । ରାତି ୧ଟା ୩୦ରେ ଶେଷ କଲ୍ ସୌମ୍ୟଙ୍କୁ କରିଥିଲେ ଶ୍ୱେତା । କିନ୍ତୁ ସୌମ୍ୟଜିତ୍ କଲ୍ ରିସିଭ୍ କରିନଥିଲେ । ଖୁବଶୀଘ୍ର ପୁରୁଷ ବନ୍ଧୁ ସୌମ୍ୟଜିତ ମହାପାତ୍ରକୁ ପଚରାଉଚରା କରିବ ଚନ୍ଦ୍ରଶେଖରପୁର ପୋଲିସ ।
ସେହିପରି ଅନ୍ୟପଟେ ଶ୍ୱେତାଙ୍କ ମୃତ୍ୟୁ ପରଠାରୁ ସୌମ୍ୟଜିତଙ୍କ ବିଷୟରେ କିଛି ସଠିକ୍ ସୂଚନା ମିଳିନାହିଁ । ହୁଏତ ଫେରାର ହୋଇଯାଇଥିବା ଅନୁମାନ କରାଯାଉଛି । ଏସବୁ ଭିତରେ ଏକ ସିସିଟିଭି ଫୁଟେଜ୍ ଭାଇରାଲ ହେଉଛି । ତେବେ ଏହା କେତେ ଦୂର ସତ । ତାହା ଆଗାମୀ ଦିନରେ ହିଁ ସ୍ପଷ୍ଟ ହେବ ।